ରାଉରକେଲାରେ ବୟସ୍କଙ୍କ ପାଇଁ ଅବସର ବିନୋଦନ ସାତସପନ !

Spread the love

ରାଉରକେଲା, (ସନ୍ଧାନ ନିୟୁଜ/ଏକ ନାୟକ) ସାରାଜୀବନ ନିଜ ପରିବାର ପ୍ରତି ସମୟ ଅତିବାହିତ କରି ଜୀବନର ସାୟାହ୍ନରେ ଏମାନଙ୍କୁ ସାମନା କରିବାକୁ ପଡେ କେବଳ ଯାତନା ଓ ନିର୍ୟ୍ୟାତନା । କିଛି ପରିବାରରେ ଅଶାନ୍ତି ଯୋଗୁ ଏମାନେ ସମୟ କାଟିବା ଲାଗି ଓହ୍ଲାଇ ଆସନ୍ତି ରାଜରାସ୍ତାକୁ । ଏଭଳି ଘଟଣା ଏବେ ସାରନଗରୀରେ ଦେଖିବାକୁ ମିଳିଛି । ସାରନଗରୀ ଅଂଚଳରେ ବାସ କରୁଥିବା ଅବସରପ୍ରାପ୍ତ ଆରଏସପି କର୍ମଚାରୀ ସମେତ, ବେସରକାରୀ କର୍ମଚାରୀ ଥିବା ବୟସ୍କ ବ୍ୟକ୍ତି ମାନେ ଟାଇମ ପାସ କରନ୍ତି ରାସ୍ତା କଡ଼ର ଗଛ ମୂଳରେ । ସେମାନଙ୍କ ହାତରେ ଦେଖିବାକୁ ମିଳେ ତାସ ମୁଠା ଓ ମୁହଁରେ ସ୍ମିତ ହସ । ମାତ୍ର ସବୁଦିନ ସମାନ ନଥାଏ । ଅଦିନିଆ ଝଡ଼ ପରି ଏମାନଙ୍କୁ ବେଳେ ବେଳେ ପୁଲିସ ପ୍ରଶାସନ ଜୁଲୁମର ଶୀକାର ହେବାକୁ ପଡେ ବୋଲି ଅଭିଯୋଗ ହୋଇଛି । ଜୁଆ ଖେଳ ଆଳରେ ପୁଲିସ କୁଆଡ଼େ ଏଭଳି ବୟସ୍କ ବ୍ୟକ୍ତି ମାନଙ୍କୁ ବାରମ୍ବାର ପଚର।। ଉଚରା କରିବା ଦ୍ୱାରା ସେମାନଙ୍କ ମନରେ ଭୟର ବାତାବରଣ ଦେଖାଯାଉଛି । ସାରନଗରୀ ଅଂଚଳରେ ବାସ କରୁଥିବା ବୟସ୍କ ମାନେ ସେମାନଙ୍କ ସମସ୍ୟାନେଇ ରଘୁନାଥପାଲ୍ଲୀ ବିଧାୟକଙ୍କୁ ଅବଗତ କରିଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳିପାରିନଥିବା ପ୍ରକାଶ । ଅପରପକ୍ଷରେ ରାଉରକେଲାର ଅନ୍ୟ ଅଂଚଳରେ ବୟସ୍କ ବ୍ୟକ୍ତି ମାନଙ୍କ ଅବସର ପାଇଁ ବିଭିନ୍ନ ପ୍ରକାର ଆମୋଦପ୍ରମୋଦ ସ୍ଥଳ ରହିଥିବା ବେଳେ, ସାରନଗରୀ ଏସବୁ ଯେମିତି ସତେ ସାତ ସପନ! ଏକ ଆକଳନରୁ ଜଣାପଡ଼ିଛିଯେ, ସାରନଗରୀରେ ବାସ କରୁଥିବା ପ୍ରାୟ ୬୦ ପ୍ରତିଶତ ବ୍ୟକ୍ତି ପାଇଁ ଅବସର ବିନୋଦନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନଥିବାରୁ ଏମାନେ କେବଳ ରାସ୍ତାରେ ଏଣେତେଣେ ଘୁରି ବୁଲିବା, ସାରନଗରୀର ବିଭିନ୍ନ ବସଷ୍ଟପ, ପାର୍କ, ଆଦିରେ ରାତି ପାହିଲା ଠାରୁ ସଂଜ ନଇଁବା ପର୍ୟ୍ୟନ୍ତ ଦେଖିବାକୁ ମିଳୁଛି । ଏବେ ପ୍ରଶ୍ନ ଉଠୁଛି ଅବସର ବିନୋଦନ ପାଇଁ ଏଭଳି ବୟସ୍କ ବ୍ୟକ୍ତି ମାନଙ୍କୁ ସାହା ହେବ କିଏ ? ଏହାର ଚର୍ଚ୍ଚା ଏବେ ଏଠି, ସେଠି, ସବୁଠି ।

Related Posts

About The Author

Add Comment