ରାଇରଙ୍ଗପୁର, ୨୧/୧୧/୨୧ (ସନ୍ଧାନ ନିଉଜ) – ମୟୂରଭଂଜ ଜିଲ୍ଲାର ବାମନଘାଟୀ ଊପଖଣ୍ଡର ସମ୍ମିଳନୀ କକ୍ଷ ପରିସରରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତିଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ଦାସ ଯୋଗ ଦେଇଥିଲେ ।ଉପଜିଲ୍ଲାପାଳ ସରୋଜ ଦାସ କହିଥିଲେ ସମାଜର ବିକାଶରେ ଗଣମାଧ୍ଯମର ଭୂମିକା ଗୁରୁତ୍ବପୂର୍ଣ ।ସେହିଭଳି କରୋନା ମହାମାରୀ ସମୟରେ ଗଣମାଧ୍ଯମ ପ୍ରତିନିଧିମାନେ ପରିସ୍ଥିତି କୂଳକୁ ସାମନା କରି ନିଜର ଅମୂଲ୍ଯ ଜୀବନ ଓ ପରିବାର ମୋହକୁ ତୁଟାଇ କରୋନା ଯୋଦ୍ଧ ହୋଇ ଜନସ୍ବାର୍ଥ ପାଇଁ ଯେଉଁ ଦାୟିତ୍ବ ନିଭାଇଥିଲେ ତାହା ଅବର୍ଣନୀୟ ଓ ପ୍ରଶଂସନୀୟ ।ନିରପେକ୍ଷ ଓ ନିର୍ଭିକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ ।ବାମନଘାଟୀ ଉପଖଣ୍ଡ ସମସ୍ଯା,ସାମ୍ବାଦିକଙ୍କ ସୁରକ୍ଷା,ସାମ୍ବାଦୀକ ବୀମା ସୁରକ୍ଷା ୨ଲକ୍ଷରୁ ୫ଲକ୍ଷ ଟଙ୍କା ବୃଦ୍ଧି କରିବା,ପେନସନ୍ ବ୍ଯବସ୍ଥା,ଉନ୍ନତ ମାନର ପାଠାଗାର ଓ ସାମ୍ବାଦିକ ଭବନ ନିର୍ମାଣ ଉପରେ ସାମ୍ବାଦିକ ସୁଜିତ ପଟ୍ଟନାୟକ,ମାନସ ମହାନ୍ତି,ସୁବ୍ରତ ମହାନ୍ତି, ଶରତ ଦାସ ,ଅନଶନ ମହାନ୍ତ,ନିଗମାନନ୍ଦ ପଟନାୟକ,ଜ୍ଯୋତିରଂଜନ ବାରିକ,ଅକ୍ଷୟ ବିଶ୍ବାଳ ପ୍ରମୁଖ ଆଲୋକପତ କରିଥିଲେ । କରିଥିଲେ ।ଏହି କାର୍ଯ୍ଯକ୍ରମରେ ଉପଖଣ୍ଡର ବିଭିନ୍ନ ପ୍ରାନ୍ତରରୁ ବହୁ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ରାଜେଶ ଶର୍ମା,ଜୀତେନ୍ଦ୍ର ଅଗ୍ରଓ୍ବାଲା,ସେକ୍ ସଦାମ,ସଂଜୟ ପରିଡା, ସ୍ବପ୍ନାରାଣୀ ମିଶ୍ର,ନିରଜ ସାହୁ,ଦୀପକ ବେହେରା, ଶଙ୍କର ମହାନ୍ତ,କେଶବ ମହାନ୍ତ, ନାରାନ ଟୁଡୁ,ବସନ୍ତ ଷାଣ୍ଡିଲ,ରାମେଶ୍ବର ଅଗ୍ରଓ୍ବଲା,ଛୋଟରାୟ ମାରାଣ୍ଡି,ଉତ୍ତମ ରାମ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଜାତୀୟ ପ୍ରେସ ଦିବସରେ ଯୋଗ ଦେଇଥିବାରୁ ସମସ୍ତ ସାମ୍ବାଦିକମାନଙ୍କୁ ଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।
ରାଇରଙ୍ଗପୁର ରେ ଜାତୀୟ ପ୍ରେସ୍ ଦିବସ ପାଳିତ
|
November 21, 2021 |