ରାଇରଙ୍ଗପୁର ରେ  ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

Spread the love
ରାଇରଙ୍ଗପୁର, ୦୯/୧୦/୨୦୨୧ (ସନ୍ଧାନ ନିଉଜ) – ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଉତ୍କଳମାଟିର ସୁଯୋଗ୍ଯ ସନ୍ତାନ ,ଵିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମାନବବାଦୀ କବି,,ଦୀନ ଦରିଦିଙ୍କ ବନ୍ଧୁ,ମହାନ ସ୍ବାଧୀନତା ସଂଗ୍ରାମୀ,ଵିଶିଷ୍ଟ ଆଇନଜିବୀ,ସାମ୍ବାଦିକ,ଦୈନିକ ଖବର କାଗଜ’ସମାଜ’ର ପ୍ରାଣ ପ୍ରତିଷ୍ଠତା,ତ୍ଯାଗୀ,ସମାଜ ସଂସ୍କାରକ,ମହାନ ଦେଶପ୍ରେମୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନନ୍ଯ ଅନୁଗତ,ସ୍ବାଧୀନତା ସଂଗ୍ରାମୀ ସୁସଂଗଠକ,ଶିକ୍ଷାବିତ୍,ସତ୍ଯବାଦୀ ସ୍କୁଲର ପ୍ରତିଷ୍ଠାତା,ବିଛିନ୍ନାଞ୍ଚଳର ସବୁଠାରୁ ଆଦୃତ ନେତା,ମହାନ ଉତ୍କଳୀୟ,ଓଡିଆ ଜାତିପ୍ରାଣ,ଜଣେ ଭଲ ମଣିଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ‘ସମାଜ’ ର ସାମ୍ବାଦିକ ସୌରଭ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ଝାଡଖଣ୍ଡ ରାଜ୍ଯର ପୂର୍ବତନ ରାଜ୍ଯପାଳ ଦ୍ରୌପଦୀ ମୁର୍ମୁ,ସମ୍ମାନିତ ଅତିଥି ଭାଵେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ,ବରିଷ୍ଠ ନାଗରିକ ସଂଘ ସଭାପତି ବର୍ଷିଆନ ଆଇନଜିବୀ ରସାନନ୍ଦ ଲେଙ୍କା,ବହଳଦା କଲେଜର ପ୍ରାକ୍ତନ ଅଧ୍ଯକ୍ଷ ହିମାଂଶୁ ଶେଖର ପଟନାୟକ, ‘ପରିକ୍ରମା’ ସାସଂକୃତିକ ଅନୁଷ୍ଠାନ ଅଧ୍ଯକ୍ଷ ମନୋଜ ଦାସ, ରାଇରଙ୍ଗପୁର ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ ମହାନ୍ତ,ରଘୁନାଥ ଜୀଉ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ  ଆଇନଜିଵୀ ସଂଜୀବ ଲେଙ୍କା, ରାଇରଙ୍ଗପୁର ମହିଳା ବିଦ୍ଯାଳୟର ଅଧ୍ଯାପକ ବିଜୟ ରାମ,କଥାଶିଳ୍ପୀ ଲଳିତ ମହାନ୍ତ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ସଂଗୀତ ନାଟକ ଶିକ୍ଷାକେନ୍ଦ୍ର ଅଧ୍ଯକ୍ଷ ମେଘନାଦ ହେମ୍ବ୍ରମ,କ୍ରୀଡା ଶିକ୍ଷକ ଉମାକାନ୍ତ ବେହେରା,ହାଇସ୍କୁଲର ଏନସିସି ଏବଂ ସ୍କାଉଟ ଛାତ୍ର ଯୋଗ ଦେଇ ସେହି ମହାନ ସାଧକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ବିଜ୍ଞାନ ଶିକ୍ଷକ ରଂଜନ ନନ୍ଦ ଅତିଥି ପରିଚୟ କରିଥିଲେ ।ଅତିଥିଗଣ ଗୋପଵନ୍ଧୁଙ୍କ ଦେଶପ୍ରେମ,ଓଡିଆ ଜାତି ପ୍ରେମ,ସାହିତ୍ଯ,ତ୍ଯାଗ,ସାମ୍ବାଦିକ,ସମାଜସେବା ଉପରେ ଆଲୋକପାତ କରିଥିଲେ  ।ଚିର ପ୍ରପୀଡିତ ବନ୍ଯା,ବାତ୍ଯା,ଦୁର୍ଭିକ୍ଷ ସମୟରେ ସବୁରି ମନେ ପଡେ ଗୋପବନ୍ଧୁଙ୍କ ସମାଜସେବା,ତ୍ଯାଗପୂତ ,କର୍ମଠ ଜୀବନ ।ସେହି ଅମ୍ଳାନ ମଣିଷ ଉତ୍କଳୀୟଙ୍କ ଚିର ନମସ୍ଯ ।

Related Posts

About The Author

Add Comment