ରାଇରଙ୍ଗପୁର ଗୋରୁମହିଷାଣୀ ପୂର୍ତ୍ତରାସ୍ତା ଶୋଚନୀୟ

Spread the love

ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସଦର ମହାକୁମାକୁ ସଂଯୋଗ କରୁଥିବା ରାଇରଙ୍ଗପୁର ଗୋରୁମହିଷାଣୀ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଦେଖାଦେଇଛି । ସୂଚନା ଅନୁଯାୟୀ ରାଇରଙ୍ଗପୁର ସହର ଏବଂ ବ୍ଲକ ଉପରେ ନିର୍ଭର କରୁଥିବା ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ସମେତ ବିଜାତଳା ବ୍ଳକ ଓ ପଡ଼ୋଶୀ ଝାରଖଣ୍ଡ ରାଜ୍ୟର ଲୋକମାନେ ମଧ୍ୟ ଉକ୍ତ ରାଇରଙ୍ଗପୁର ଗୋରୁମହିଷାଣୀ ୧୬ କିଲୋମିଟର ରାସ୍ତା ଉପରେ ନିର୍ଭର କରିଥାଆନ୍ତି । ବିଗତ କିଛି ବର୍ଷ ତଳେ ଉକ୍ତ ରାସ୍ତାକୁ ଓସାରିଆ କରାଯାଇଛି । କିନ୍ତୁ ଆବଶ୍ୟକ ରଖଣାବେକ୍ଷଣା ଅଭାବରୁ ବିଭିନ୍ନ ସ୍ଥାନରେ ରାସ୍ତା ଦବି ଯିବା ସହ ବଡ ବଡ ଗାତ ହୋଇଛି  ଉକ୍ତ ରାସ୍ତାଟିରେ ପ୍ରତିଦିନ ଗୋରୁମହିଷାଣୀ ଲୁହାପଥର ଖଣିରୁ ଟ୍ରକ ଯୋଗେ ପରିବହନ କରୁଥିବାବେଳେ ରାସ୍ତାରେ ପିଚୁ ଉଠିଗଲାଣି । ସେହିପରି ରାସ୍ତା କଡ଼ରେ ବହୁ ପୁରାତନ ଗଛ ବିପଦ ସଂକୁଳ ଅବସ୍ଥାରେ ଅଛି । ନିକଟରେ ଶୁଣ୍ଡଳ ନିକଟରେ ଜଣେ ଶ୍ରମିକ କାମ ସାରି ଘରକୁ ଫେରୁଥିବାବେଳେ । ଏକ ଡାଳ ପଡି ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବ ବିଭାଗ ଦୃଷ୍ଟି ଦେଉନାହିଁ । ଏଭଳି ଘଟଣାକୁ ନେଇ ଜନସାଧାରଣରେ ଅସନ୍ତୁଷ୍ଟ ଦେଖାଦେଇଛି । ରାସ୍ତାରେ ଥିବା ଖାଲଗୁଡିକ ଯୋଗୁ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବାରୁ ସୂଚନା ଫଳକ ଲଗାଇବା ସଙ୍ଗେ ସଙ୍ଗେ ରାସ୍ତା ମରାମତି ଓ ଉଭୟ ପାର୍ଶ୍ୱରେ ଥିବା ଲଟା କାଟିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment