ରଙ୍ଗ ମିସ୍ତ୍ରୀ ଭାବେ ହମିଦୁଲ ଗିରଫ ପରେ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର

Spread the love

ବାରିପଦା, 10.02.2021 (ସନ୍ଧାନ ନିଉଜ୍):-  କୋଲକାତାର ହତ୍ୟାକାରୀ ଭୁବନେଶ୍ବରରୁ ଗିରଫ ।  ହତ୍ୟାକାରୀ ହମିଦୁଲ ଲାସ୍କାରକୁ  ଗିରଫ କରି ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରିଛି ଏୟାରଫିଲ୍ଡ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, କୋଲକାତାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ହୋଇଯାଇଥିଲା ହମିଦୁଲ ଲାସ୍କାର ।  ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଧୀନରେ ରଙ୍ଗ ମିସ୍ତ୍ରୀ ଭାବେ ହମିଦୁଲ କାମ କରୁଥିଲା । ତେବେ ଘଟଣା ସଂପର୍କରେ ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ହମିଦୁଲକୁ ଗିରଫ କରି  ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରିଛି । ତେବେ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ତାକୁ ଭୁବନେଶ୍ବର କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।

Related Posts

About The Author

Add Comment