ରକ୍ତଦାତା ଜିବାନ ଦାତା ପରିବାର ଯାଜପୁର ତରଫରୁ ଆପତକାଳୀନ ରକ୍ତଦାନ ଶିବିର

Spread the love

ବ୍ୟାସନଗର ୫/୬/୨୩ : ବାହନାଗା ଟ୍ରେନ ଦୁର୍ଘଟଣାରେ ଆହାୟଙ୍କ ପାଇଁ ରକ୍ତର ଆବଶ୍ୟକତା ଜାଣି ରକ୍ତଦାତା ଜିବନ ଦାତା ପରିବାର ଯାଜପୁର ପକ୍ଷରୁ ରାଜେଶ କୁମାର ରାଉତଙ୍କ ପ୍ରୟାସରେ ଯାଜପୁର ଜିଲ୍ଲାର କ୍ଳବ ଦି ୟୁଥମାସ, ଉତ୍ସର୍ଗ ହେଲ୍ପ ଲାଇନ, ଆମେ ଆପଣଙ୍କ ପାଇଁ ହେଲ୍ପ ଗୃପ,ଆଫସା,ବିପଦର ସାଥି,ସ୍ମାଇଲ ଫାଉଣ୍ଡେସନ, ହେଲପିଙ୍ଗ ଆଇ,ଏଚ ଏନ ଓ ,ସପୋର୍ଟିଂ ହ୍ୟାଣ୍ଡ,ମାନବ ସେବା ସମିତି, ଜନତା ସେବା ସମିତି, ଟିକିଏ ହସ,ଉତ୍କଳ ଫାଉଣ୍ଡେସନ, ହାପି ଲକି, ଭରସା ଫାଉଣ୍ଡେସନ, କଳିଙ୍ଗ ସମାଜ ଟ୍ରଷ୍ଟ, ସନରାଇଜ ସ୍ବେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକାର୍ତ୍ତାଙ୍କ ସହଯୋଗରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲଡ଼ ବ୍ୟାଙ୍କରେ ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ନିମନ୍ତେ ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆପତକାଳୀନ ରକ୍ତ ଦାନ କରିଛନ୍ତି l ଏହି ରକ୍ତଦାନ ଶିବିରରେ ୨୫୧ ଜଣ ରକ୍ତଦାନ କରିଛନ୍ତି। ଏବଂ ଏହି ରକ୍ତଦାନ ଶିବିରରେ ସୁକିନ୍ଦା କଳିଆ ପାଣିରୁ ୬୦ ଜଣ ପୁରୁଷ ଓ ମହିଳା ଓଏସ ଆଇ ଏଫ ପୋଲିସ କର୍ମଚାରୀ ମାନେ ମଧ୍ୟ ରକ୍ତ ଦେଇ,ଆହତ ଭାଇ-ଭଉଣୀଙ୍କ କଷ୍ଟ ଦୂର କରିବାକୁ ମହତ ପ୍ରୟାସ କରିଛନ୍ତି ଏବଂ ମୃତକଙ୍କ ଆତ୍ମର ସଦଗତି ପାଇଁ ୧ ମିନିଟ ନିରବ ପ୍ରାଥନା କରା ଯାଇଥିଲା ଷ୍ଟୋରେଜ ଫୁଲ ହୋଇ ଯିବା କାରଣରୁ ଶତାଧିକ ରକ୍ତଦାତା ରକ୍ତ ନଦେଇ ଫେରି ଯାଇଛନ୍ତି ଏହି କାର୍ଯ୍ୟକ୍ରମରେ ପ୍ରକାଶ ରାଉତ, ମନୋଜ ଦାସ,ଲଳିତ ମାଧବ ଦାଶ, ବିଶ୍ୱଜିତ ଦାସ,ତବିନ ସାମଲ, ମନୋଜ ପରିଡ଼ା, ସଂଗ୍ରାମ ମହାନ୍ତି, ସଂଗ୍ରାମ ମଲ୍ଲିକ, ସୁଧାଂଶୁ ନାୟକ,ସୁର୍ଯ୍ୟ ମଣୀ ନାୟକ,ରଞ୍ଜନ ମଲ୍ଲିକ,ପୀତବାସ ପତ୍ର,ରଘୁନାଥ ପାତ୍ର, ବାବୁ ପାତ୍ର, ଅର୍ଜୁନ ସେଠି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Posts

About The Author

Add Comment