ଅନୁଗୁଳ. 13.01.2021 (ସନ୍ଧାନ ନିଉଜ୍ ) : ଯୁବକଙ୍କୁ ବାନ୍ଧି ଜାଳି ଦେଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରୁ ଏଭଳି ଅଭିଯୋଗ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ରାଜକିଶୋର ପ୍ରଧାନଙ୍କୁ ର୍ଦୁର୍ବୃତ୍ତମାନେ ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୨୫ ବର୍ଷ। ଦୁର୍ବୃତ୍ତମାନେ ପ୍ରଥମେ ରାଜକିଶୋରଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେହି ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି ରାଜ କିଶୋର। ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ
|
January 13, 2021 |
