ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆହ୍ୱାନ

Spread the love

 ଆବେଦନର ଶେଷ ତାରିଖ ୩୧ ଜୁଲାଇ, ୨୦୨୬

ଯାଜପୁର, :-  ୨୮/୭/୨୬ (ସନ୍ଧାନ ନ୍ୟୁଜ)  ବିଭିନ୍ନ କ୍ଷେତ୍ରରେ ଅସାଧାରଣ ପ୍ରତିଭା ଓ ପାରଦର୍ଶିତା ଦେଖାଇଥିବା କୋମଳମତି ଶିଶୁମାନଙ୍କୁ ସମ୍ମାନିତ କରିବା ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (PMRBP)-୨୦୨୬’ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜାତୀୟ ସ୍ତରର ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୧, ୨୦୨୬ ଧାର୍ଯ୍ୟ କରାଯାଇଛି  ମିଳିଥିବା ସୂଚନା ଅନୁଯାୟୀ, ୩୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ଶିଶୁମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ବୀରତ୍ୱ, ସାମାଜିକ ସେବା, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ୬ଟି ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଯୋଗଦାନ ପାଇଁ ଏହି ଆୱାର୍ଡ ପ୍ରଦାନ କରାଯିବ ଏଥର ପୁରସ୍କାର ଚୟନ ପ୍ରକ୍ରିୟାରେ ସମାଜର ଅବହେଳିତ ଓ ଅସୁରକ୍ଷିତ ବର୍ଗର ଶିଶୁ, ବିଶେଷ କରି ଅନୁସୂଚିତ ଜାତି/ଜନଜାତି (SC/ST) ଏବଂ ଦିବ୍ୟାଙ୍ଗ ମେଧାବୀ ପିଲାମାନଙ୍କୁ ଚିହ୍ନଟ କରିବା ଉପରେ ବିଶେଷ ପ୍ରାଥମିକତା ଦିଆଯାଉଛି। ଯୋଗ୍ୟ ଓ ପ୍ରତିଭାଶାଳୀ ପ୍ରାର୍ଥୀମାନେ ସରକାରୀ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ମାଧ୍ୟମରେ ନିଜର ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଓ ନଥିପତ୍ର ଅପଲୋଡ୍ କରି ଆବେଦନ କରିପାରିବେ ଜିଲ୍ଲାର ସମସ୍ତ ଯୋଗ୍ୟ ଓ ପ୍ରତିଭାଶାଳୀ ଶିଶୁମାନଙ୍କୁ ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment