ଯାଜପୁର ସଦର,୨୬/୦୪/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଶିଶୁ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଚି । ଘୁଷୁରୀ ଚରାଇବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ଶିଶୁ ମାନଙ୍କୁ ଶୋଷଣ କରାଯାଉଥିବା ନଜରକୁ ଆସିଥିବା ବେଳେ, ଜିଲ୍ଲା ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବରୁ କାଁ ଭାଁ କେତୋଟି ଜାଗାରେ ନାମକୁ ମାତ୍ର ଚଢ଼ାଉ କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ମାନେ ଏହା ଉପରେ ବିହିତ କାର୍ଯ୍ୟନୁଷ୍ଠାନ କରାନଯିବାରୁ ବିଭିନ୍ନ ଜାଗାରୁ ଶିଶୁ ମାନଙ୍କୁ ଆଣି ଘର କାମ ଠାରୁ ଆରମ୍ଭ କରି ଘୁଷୁରି ଚରାଇବାରେ ନିୟୋଜିତ କରାଯାଉଚି । ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ଗୋଳକୁଣ୍ଡ ପଂଚାୟତର ବରୀ ଥାନା ପୋଲିସ ଦୁଇ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏହା ଏକ କୌତୁହଳ ସୃଷ୍ଟ କରିଚି । କାରଣ ଏହି ଗୋଳକୁଣ୍ଡ ପଂଚାୟତର ପ୍ରତାପ ଗେଡ଼ି, ବେଣୁଧର ଗେଡ଼ି ଘୁଷୁରି ଚରାଇବାରେ ନିୟୋଜିତ କରାଯାଇଥିବା ମଙ୍ଗଳପୁର ପଂଚାୟତ ରାଏପଡ଼ାରୁୁ ଦୁଇ ଶିଶୁକୁ ଉଦ୍ଧାର କରିବା ସହିତ ବିଳମ୍ବିତ ରାତିରେ ବରୀ ଥାନା ପୋଲିସ ମେଣ୍ଢ ଗ୍ରାମର ଘୁଷୁରିଆ ସାହିରେ ଚଢ଼ାଉ କରି ପ୍ରତାପ ଗେଡ଼ି ଏବଂ ବେଣୁଧର ଗେଡ଼ିକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଗତକାଲି ଦୁଇ ଅଭିଯୁକ୍ତଙ୍କୁର କୋର୍ଟରେ ହାଜର କରାଯିବା ସହିତ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ପ୍ରତାପ ଏବଂ ବେଣୁଧରକୁ ହାଜତକୁ ପଠେଇ ଦିଆଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଶିଶୁ ମାନଙ୍କୁ ନିର୍ଯ୍ୟାତନା ଦେବା ସହିତ ଏହି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । ଏହାକୁ ନେଇ ଶିଶୁ ସୁରକ୍ଷା ଆଇନିର ପରାମର୍ଶ ଦାତା ତପନ କୁମାର ପଣ୍ଡାଙ୍କ ନିଟରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଶ୍ରୀ ପଣ୍ଡା ବରୀଥାନା ପୋଲିସ ସହିତ ଯୋଗା ଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଦୁଇ ଘୁଷୁରିଆକୁ ବରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି । ପୋଲିସ ତଦନ୍ତ କରୁଚି ।