ଯାଜପୁର ଜିଲ୍ଲାରେ ଓମିକ୍ରନ କାୟା ବିସ୍ତାର କଲା

Spread the love

ଯାଜପୁର ସଦର, ୦୬/୦୧/୨୦୧୨ (ସନ୍ଧାନ ନିଉଜ): ରାଜ୍ୟସରକାର କରୋନାର ମୁକାବିଲା କରିଥିବା ବେଳେ, ତୃତୀୟ ଲହରି ଓମିକ୍ରନ ଯାଜପୁର ଜିଲ୍ଲାରେ କାୟା ବିସ୍ତାର କରିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍‌ରେ ୩ ହୋଇଥିବା ବେଳେ, ବରୀ ବ୍ଲକରେ ୧ଜଣ, ସେହିପରି ବିଞ୍ଝାରପୁର ବ୍ଲକ୍‌ରେ ଜିରୋ ଅବସ୍ଥାରେ ରହିଥିବା ବେଳେ, ଦାନଗଦି ବ୍ଲକରେ ୧୦କୁ ବୃଦ୍ଧି ପାଇଚି । ଓମିକ୍ରନ ଧର୍ମଶାଳା ବ୍ଲକ୍‌ରେ ଜିରୋ ରହିଥିବା ବେଳେ, ଦଶରଥପୁର ବ୍ଲକ୍‌ରେ ଆଜିର ରିପୋର୍ଟ ଜିରୋ ରହିଚି । ସେହିପରି ଯାଜପୁର ପୌରାଞ୍ଚଳରେ କେହି ନଥିବା ଜଣାଯାଇଚି । କୋରେଇ ବ୍ଲକ୍‌ରେ ୨ଜଣ ଆକ୍ରାନ୍ତ ହୋଇଛନ୍ତି । ରସୁଲପୁର ବ୍ଲକରେ ଓମିକ୍ରନ କାୟା ବିସ୍ତାର କରିନଥିବା ଦେଖିବାକୁ ମିଳିଚି । ସୁକିନ୍ଦା ବ୍ଲକ୍‌ରେ ୧୯କୁ ବୃଦ୍ଧି ପାଇଥିବା ବେଳେ, ବ୍ୟାସନଗର ପୌରାଞ୍ଚଳରେ ଓମିକ୍ରନ ୧୨କୁ ବୁଦ୍ଧି ପାଇଚି । ଯାଜପୁର ଜିଲ୍ଲାରେ ଓମିକ୍ରନ କାୟା ବିସ୍ତାର କରିଥିବା ଯାଜପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓମିକ୍ରନର ମୁକାବିଲା କରାଯିବା ପାଇଁ ଚିକିତ୍ସା ଅଧିକାରୀ ବିରଞ୍ôଚନାରାୟଣ ବାରିକ, ଅତିରିକ୍ତ ଚିକିତ୍ସା ଅଧିକାରୀ ଅନୁପ ନାଥଶର୍ମା, ଡୁବୁରୀ ଟାଟା କୋଭିଡ଼ ମେଡିକାଲରେ ପହଁଞ୍ôଚବା ବେଳେ ଏହି ମେଡିକାଲର ବେଡ଼ ସଂଖ୍ୟା ୧୩୫ ଥିବା ଦେଖିବାକୁ ମିଳିଚି । ଏହି କୋଭିଡ଼ ମେଡିକାଲର ବେଡ଼ ସଂଖ୍ୟା ୪୫୦କୁ ବୃଦ୍ଧି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଚି । ଓମିକ୍ରନ ସଂଖ୍ୟା ଯଦି ବୃଦ୍ଧିପାଏ ତେବେ କୁଆଖିଆ ଭୂମିକା କୋଭିଡ଼ ହସ୍ପିଟାଲ ଏବଂ ଯାଜପୁର ଏନ୍‌ସି କୋଭିଡ଼ କେୟାର ଖୋଲାଯିବା ବୋଲି ସୂଚନା ମିଳିଚି । ଓମିକ୍ରନ ମୁକାବିଲା କରାଯିବା ପାଇଁ ସ୍ୱାବ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ଜିଲ୍ଲାରେ ପ୍ରତ୍ୟେକ ଦିନ ୪ହଜାର ୫ଶହ ସ୍ୱାବ ସଂଗ୍ରହ କରାଯାଉଚି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ସମସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଚି । ଯାଜପୁର ଜିଲ୍ଲାରେ ମୋଟ ୪୪ ହଜାର ୨ଶହ ୬୦ଜଣ ଚିହ୍ନଟ ହୋଇଥିବା ଜଣାଯାଇଚି । କରୋନାରେ ମୃତ୍ୟୁ ବରଣ କରିଥିବା ଏହିଜିଲ୍ଲାରୁ ୧୭୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଚି । ସାରା ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୭ହଜାର ୮ଶହ ୭୬ଜଣ ରହିଥିବା ସୂଚନା ମିଳିଚି । ୧୫ବର୍ଷରୁ ୧୮ବର୍ଷର କିଶୋର କିଶୋରୀ ମାନଙ୍କୁ ଟିକା କରଣ ଆରମ୍ଭ ହୋଇଥିବା ବେଳେ, ଯାଜପୁର ଜିଲ୍ଲାର ମୋଟ ୧ଲକ୍ଷ ୪ହଜାର କିଶୋର କିଶୋରୀ ମାନଙ୍କୁ ଟିକା କରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ୧୦ହଜାର ୪ଶ ୬୯ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଗଲାଣି । ସେହିପରି ଜିଲ୍ଲାରେ ୨୨ହଜାର ୪ଶହ ୧୧ଜଣଙ୍କୁ ପ୍ରଥମ ଡୋଜ ଏବଂ ୯ଲକ୍ଷ ୪ହଜାର ୩ଶହ ୭୫ଜଣ ଦ୍ୱିତୀୟ ଡୋଜ ଦିଆଯାଇଚି । ଜିଲ୍ଲାରେ ମୋଟ ୧୪ଲକ୍ଷ ୫୧ହଜାର ୬ଶହ ୫୪ଜଣଙ୍କୁ ଟିକା କରଣ କରାଯିବାର ଲକ୍ଷ୍ୟ ରଖାଯାଇଚି । ଏହାକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିବା ଜଣାଯାଇଚି ।

Related Posts

About The Author

Add Comment