ଯାଜପୁର,୪/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତର ଯୁବକ ସଂଘ ପକ୍ଷରୁ ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ରାଉତଙ୍କୁ ସ୍ୱାଗତ ଜଣାଇଯାଇଛି । ଏହି କ୍ରମରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜନସେବା ମୂଳକ କାର୍ଯ୍ୟକ୍ରମରେ ଥାନା ଅଧିକାରୀଙ୍କ ସହାୟତା କାମନା କରିଥିଲେ ।
ଏହି ଅବସରରେ ପଂଚାୟତର ହୁ୍ୟମାନ ହେଲ୍ପ ଫାଉଣ୍ଡେସନ ଓ ଯାଜପୁରରୋଡ ସ୍ଥିତ ଶିବାନନ୍ଦ ବ୍ଲକ ପକ୍ଷରୁ ରଘୁନାଥ ପାତ୍ର, ଆଶୁତୋଷ ବଳ, ଅଂଶୁମାନ ରାଉତ, ନିରଂଜନ ସାହୁ, ଅବିନାଶ ଜେନା, ଜଜ୍ଞଦତ୍ତ ତ୍ରୀପାଠି, ଚନ୍ଦ୍ରଶେଖର କର, ବିଟୁ ନନ୍ଦ ପ୍ରମୁଖ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି କ୍ଲବ ଦୁଇଟି ପକ୍ଷରୁ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ଦୁର୍ଘଟଣା ସମ୍ମୁଖୀନ ଲୋକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ ଆଦି ଦିଗରେ ଥାନା ପକ୍ଷରୁ ସହଯୋଗ କରାଯାଇ ଆସୁଛି । ଏ ଦିଗରେ ନୂନତ ଥାନା ଅଧିକାରୀ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।
ଯାଜପୁରରୋଡ ଥାନା ଅଧିକାରୀଙ୍କୁ ଯୁବକ ସଂଘ ପକ୍ଷରୁ ସ୍ୱାଗତ
|
March 5, 2019 |