
ଲିଙ୍ଗରାଜ ପଣ୍ଡା ,ବାରିପଦା
ଦିନୁଦିନ ଆସି ପ୍ରବଳ ହେଲାଣି
ଦୁଃଖ କଷ୍ଟ ଦୁରୁଦଣ୍ଡ
ଦୋଷ ଅପରାଧ କ୍ଷମା କରି ସାପୀ
ସମ୍ଭାଳ ତୋ ଭକ୍ତ ମୁଣ୍ଡ || ୧ ||
ଧିକାର ବଚନେ ଧାନକୁ ଛଡାଇ
ଧୀରେ ରହୁନାହିଁ ମନ
ଧିକ ଯାଉକିନା ଜୀବ ଜନ୍ମ ମୋର
ଧାଉଁ ଅଛି ଅନୁକ୍ଷଣ ||୨||
ବ୍ରହ୍ମାଣ୍ଡ କରଣ ଆପେ ବିଜେକରି
ଭାଛି ବେଭାର କରିଛି
ବାଧ୍ୟଯାଉଅଛି ଜୀବନକୁ ମୋର
ସତକଥା ନୋହେ ମିଛ ।।୩।।
ଅନ୍ତର୍ଯ୍ୟାମୀ ପ୍ରଭୁ ଅଶ୍ରତି ଅମୃତି
ଅନ୍ତର୍ଗତେ ପରାଜାଣି
ଆଶ୍ରୀତ ପ୍ରାଣୀକି ଅବସ୍ଥା ଦେଉଛି
ହୃଦୟ ହେଉଛି ହାଣି ।।୪।।
ଦୟାଳୁ ପୁରୁଷ ଦରଶନେ ଦୃଶ୍ୟ
ଦଗଧ ହେଉଛି କାଏ ।
ବାମ ଡାହାଣକୁ ଯେଣିକି ଚାହିଁଲେ
ଆଗ ପଛେ ନାହିଁ କିଏ ।।୫।।
ତେଣୁ କରି ମୁଁ ଯେ ତରିବି ବୋଲି ତୀରକୁ ଦେଉଛି ଦୃଷ୍ଟି
ତୈଲୋକ୍ୟର ପ୍ରଭୁ ତରେ ନ ବୁଝି
ଲଗାଉ ଅଛି ଅରିଷ୍ଟ ||୬||
ଅନାସ୍ଥ ପ୍ରାଣୀକି ଛନ୍ଦ କୂଟେ ଆଣି
ଅଥଳେ ପକାଉଅଛି।
ଅନୁମାନ କରୁଅଛି ନିରନ୍ତରେ
ଅନ୍ତର କରି ଦେଉଛି ||୭||
ଆଶା କରି କରି ଅବସ୍ଥା ହେଉଛି
ଆସି ମୃତ୍ୟୁ ରବିତଳେ
ଅଜ୍ଞାନ ଅକର୍ମ ଯଶ ଅପଗୁଣ
ଘୋଟିଲାଣି ଏକାବେଳେ ||୮||
ମହତ ମର୍ଯ୍ୟାଦା ସକଳ ବୁଡାଇ
ମନୁଷ୍ୟ ପରାଏ ହୋଇ
ମାନ ଛଳ କଥା ଦୂରେ ଫିଙ୍ଗିଦେଇ
ମୃତ୍ତିକା ପରାଏ ମୁହିଁ ||୯||
ଗୁରୁ ସେ ହରତା କରତା ବିଧାତା
କରିବେ ଯେ ଭଲ ମନ୍ଦ
କିସ ଜଣାଇବି ଶ୍ରୀଗୁରୁ ଛାମୁରେ
ଜାଣିବେ ଅନାଦିକନ୍ଦ ||୧୦||
ଶୂନ୍ୟ ଶୂନ୍ୟ ବୋଲି ସକଳକୁ ଛାଡି
ସତ୍ୟ କୁ କରି ପସରା
ସହିବାକୁ କାହିଁ ଶକତି ମୋହର
ନେତ୍ରୁ ବହୁଅଛି ଧାରା ||୧୧||
ଘନ ପ୍ରାଏ ଘୋଟି ଗର୍ଜି ଆସୁଅଛି
ଘୋର କଳିମାୟା ଦେଖ
ବୀର ବଧୂବାନା ଘୋଡାଇ ଜୀବକୁ
ଅଭୟ ପଞ୍ଜ୍ ରେ ରଖ ||୧୨||
କାର୍ଯ୍ୟ ଯେବେ ଅଛି କାହିଁକି ଶ୍ରୀଗୁରୁ
କରାଉଛି ହଟପଟ
କର୍ମକାଣ୍ଡ ମୋର କି କି ଲେଖୁଅଛି
କହିଦିଅ ମୋତେ ବାଟ ||୧୩||
Related Posts
About The Author
Add Comment