ମୋଟୁ ସୀମାନ୍ତ ପ୍ରବେଶ ପଥଦେଇ ୮ଦିନ ମଧ୍ୟରେ ଘରକୁ ଫେରିଲେଣି ୨୨୦୦ପ୍ରବାସୀ ଶ୍ରମିକ

Spread the love

ମାଲକାନଗିରି,୨୧/୦୪/୨୧ (ସନ୍ଧାନ ନିଉଜ) କରୋନାର ଦ୍ୱିତୀୟ ଲହରୀ ଲେଉଟାଣି ହୋଇଛି ଭୟଙ୍କର,ପୁବ ର୍ବର୍ଷ ଅପେକ୍ଷା ଚଳତ ବର୍ଷ ଏହା ର ସଂକ୍ରମଣ ବହୁମାତ୍ରୀରେ ବଢିଯାଇଛି । ପୁଣି ଆରମ୍ଭ ହୋଇଯାଇଛି କରୋନା ର କରୁଣ କାହାଣୀ, କରୋନା ସଂକରମଣ ଭୟରେ ଚାକିରି ବାକିରି ଛାଡି ନିଜ ଜୀବନକୁ ବଚାଂଇବା ପାଇଁ ଗତ ବର୍ଷ ଭଳି ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେବାକୁ ଲାଗିଲେଣି । ସୀମାନ୍ତ ମୋଟୁ ପ୍ରବେଶ ପଥ ଦେଇ ଗତ୮ଦିନ ମଧ୍ୟରେ ପ୍ରାୟ ୨୨୦୦ ରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ଘରବାହୁଡା ହେଲେଣି, ଏମାନଙ୍କ ମଧ୍ୟରୁ ଅନ୍ୟାନ ଜିଲ୍ଲା ର କିଛି ପ୍ରବାସୀ ଶ୍ରମିକ ରହିଛନ୍ତି । ମୋଟୁ ସୀମାନ୍ତ ପାଲଟି ଯାଇଛି ଆନ୍ତପ୍ରଦେଶ ପ୍ରବେଶ ଦ୍ୱାର । ଓଡିଶାର ଶେଷ ସୀମା ମୋଟୁ କୁ ଲାଗିଛି ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ ରାଜ୍ୟ ଏହା ୪ଟି ରାଜ୍ୟ ସୀମାନ୍ତରେ ଥିବାରୁ ଏହି ପଥଦେଇ ୪ଟି ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରି ଥାନ୍ତି । ଏହିପଥଦେଇ ପ୍ରତିଦିନ ୫୦୦ରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ପେରୁଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ୧୯କୁ ମୁକାବିଲା କରିବା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା ହୋଇ ସୀମାନ୍ତ ମୋଟୁ ଠାରେ ସ୍ୱତନ୍ତ୍ର ଭାବେ ବୋର୍ଡର ଚେକ ପୋଷ୍ଟ ପ୍ରତିଷ୍ଟା କରାଯାଇଛି, ଆନ୍ଦ୍ରପ୍ରଦେଶ, ତେଲେଙ୍ଗନା,ଭଦ୍ରାଚଳମ,ହାଇଦ୍ରାବାଦ,ଚେନାଇ,ବେଙ୍ଗାଲୁର,କର୍ନାଟକ କୁ କାମକରିବାକୁ ଯାଇଥିବା ପ୍ରବାସୀ ଶ୍ରମିକ ମାନେ ସେହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଛନ୍ତି । ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ସେତୁ ବୋର୍ଡର ଚେକ ପୋଷ୍ଟ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି ,ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କରା ଯାଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରେ ରଖି ଡାକ୍ତରୀ ପରୀକ୍ଷା ଓ ଥର୍ମାଲ ସ୍କ୍ରୀନିଂ କରାଯାଉଛି , କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ କାଲେରୁ ବ୍ରୀଜ ଓ ମୋଟୁ ସିଲେରୁ ନଦୀ ନଦୀଘାଟ ରେ ଚେକପୋଷ୍ଟ କରାଯାଇ ଆନ୍ତରାଜ୍ୟ ବସ ଓ ଯାନବାହନ ଚଳାଚଳ ସହ ଲୋକଙ୍କ ଯାତାୟତ ଉପରେ ରୋକ ଲଗାଇଦିଆ ଯାଇଛି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଯାତାୟତ କରୁଥିବା ଲୋକଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ମେଡିକାଲ କିମ୍ବା ଜରୁରୀ କାମରେ ଯାଉଥିବା ଯାନବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମାଲକାନଗିରି ସୀମାଭିତରକୁ ପ୍ରବେଶ କଲେ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଫାଇନାଲ ପ୍ରମାଣପତ୍ର ଦେଖାଇବା ପାଇଁ କୁହାଯାଉଛି । ନାଇଟ କର୍ଫ୍ୟୁକୁ କଡା କଡି କରାଯାଇ ସନ୍ଧ୍ୟା ୬ଟା ଠାରୁ ସମସ୍ତ ଦୋକାନବଜାର ଗୁଡିକୁ ବନ୍ଦକରିବା ସହ ଯାନବାହନ ଚଳାଚଳଉପରେ କଟକଣା ଜାରି ହୋଇଛି । ଏହି ସୀମାନ୍ତ ମୋଟୁ ଚେକ ପୋଷ୍ଠ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମୋଟୁ ତହସିଲାଦର ଶଶାଙ୍କ ଶେଖର ମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ ତହସିଲଦାର ଆଲୋକକୁମାର ଅନୁଗୁଳିଆ, ମୋଟୁ ଥାନା ଅଧିକାରୀ ଅଶୋକକୁମାର ସାହୁ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ଡେରା ପକାଇ ପ୍ରବାସୀ ଓଡିଆ ମାନଙ୍କ ପରିସ୍ଥତି ଅନୁଧ୍ୟାନ କରିବାସହିତ ପରିଚାଳାନା ବ୍ୟବସ୍ଥା ତଦାରଖ କରୁଛନ୍ତି ।ସମସ୍ତ ଫେରନ୍ତା ଶ୍ରମିକ ମାନଙ୍କୁ ସମ୍ମାର ସହିତ ପ୍ରେବେଶ ଦ୍ୱାରରେ ପାଛୋଟି ଅଣା ଯାଇ ସେମାନଙ୍କୁ ସାନିଟାଇଜ ,ସ୍କ୍ରୀନ,ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ କୋଭିଡ ନିୟମକୁ ଠିକ ଭାବେ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଉଛି ।ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା ଆଦି ଜନ ସଚେତାନତାର ବାର୍ତା ଦିଆଯାଉଛି ।

Related Posts

About The Author

Add Comment