ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ… ସଂଗ୍ରାମୀ ସେନା ପକ୍ଷରୁ କିଲ୍ଲାପାଳ ଅଫିସ ଘେରାଉ ଓ ପ୍ରତିବାଦ ସଭା

Spread the love

ଭଦ୍ରକ, ୪/୧୨ (ସନ୍ଧାନ ନିଉଜ) : ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ଜୋର ଧରିଲା l ଆଜି ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଏକ ପ୍ରତିବାଦ ସଭା କରାଯାଇଛି l ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଗତ କିଛି ବର୍ଷ ହେଲା ଜ଼ିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିନଵ ଉପାୟରେ ପ୍ରତିବାଦ କରାଯାଇଛି l ଏପରିକି 30 ଦିନର ପ୍ରତୀକ ଅନଶନ କରାଯିବା ସହ ଜ଼ିଲ୍ଲା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା l ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ପ୍ରକାଶ ପାଇବାସହ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା l ଏହି ଖବର ଦେଖି ଜ଼ିଲ୍ଲାବାସୀ ଙ୍କ ମନରେ ଖୁସି ର ମାହୋଲ ଦେଖା ଯାଇଥିଲା l ଏପରିକି ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ l କିନ୍ତୁ ଠିକ ଘଣ୍ଟାକ ପରେ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଉ ଗୋଟିଏ ବିଜ୍ଞପ୍ତି ଜାରି ହୋଇଥିଲା, ଯାହାକି ଶିଶୁ ଓ ମାତୃ ମଙ୍ଗଳ ଚିକିତ୍ସାଳୟ କୁ ସମ୍ପ୍ରସାରଣ କରାଯିବ ବୋଲି ଉଲ୍ଲେଖ ଥିଲା l ଏହାକୁ ଜ଼ିଲ୍ଲା ବାସୀ ସହଜରେ ହଜମ କରିପାରିନଥିଲେ l ତେଣୁ ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆମର ହକ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସଂଗ୍ରାମୀ ସେନା ପକ୍ଷରୁ ବିକ୍ଷୋଭ କରିବା ସହ ଉପ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ କରାଯାଇଛି l ଅପର ପକ୍ଷରେ ଯେଉଁ ପର୍ଯ୍ୟନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ନ ହୋଇଛି ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଗ୍ରାମୀ ସେନା ପକ୍ଷରୁ କୁହାଯାଇଛି l

Related Posts

About The Author

Add Comment