ବାରିପଦା, 14/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ପାର୍ବଣ ଉତ୍ସବ ଆସିଲେ ବାରିପଦାବାସୀଙ୍କ ଛାତିରେ କମ୍ପନ ସୃଷ୍ଟି ହେବା ସହ ମନେ ପଡେ ସେହି ୨୦୧୩ ଅକ୍ଟୋବର ୧୨ ତାରିଖ ଦିନ ଧୂମଧାମରେ ମା’ଙ୍କ ଅଷ୍ଟମୀ ପୂଜା ପାଳନ କରି ସମସ୍ତେ ଶୋଇଥିଲେ। କିନ୍ତୁ ନବମୀ ଦିନ ଅର୍ଥାତ୍ ୧୩ ତାରିଖ ରବିବାର ଦିନ ଆସିଥିଲା ଫାଇଲିନ ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀର ପ୍ରଳୟଙ୍କର ବଢି ଯୋଗୁଁ ବାରିପଦା ସହରର ୨୮ ଗୋଟି ୱାର୍ଡ ମଧ୍ୟରୁ ୨୧ଟି ୱାର୍ଡର ୬୦ ହଜାର ଲୋକେ ପ୍ରଭାବିତ କ ହୋଇଥିଲେ । ବୁଢାବଳଙ୍ଗ ନଦୀ ପୋଲ ଉପରେ ୫ ଫୁଟ ପର୍ଯ୍ୟନ୍ତ ବଢି ପାଣି ଚାଲିଥିଲା ।ବିଶେଷଭାବରେ ମଧୁବନ ଅଂଚଳର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଭାସି ଯାଇ ଶତାଧୁକ ସଂଖ୍ୟକ ଗୋରୁଗାଈଛେଳି ଆଦିଙ୍କର ମୃତ୍ୟୁ ଘଟିଥିଲା । ଏକ ହଜାରରୁ ଉର୍ ଘର ନିଶ୍ଚିନ୍ତ ହୋଇଥିବା ବେଳେ ଶହ ଶହ ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ବାରିପଦା-ବାଙ୍ଗିରିପୋଷି ରେଳପଥରେ ଥିବା ପୋଲ ଦବି ଯିବାରୁ ରେଳ ଚଳାଚଳ ବନ୍ଦ ହୋଇଥିଲା । ବାରିପଦାସ୍ଥ ଜିଲା ସଦର ମହକୁମା ସରକାରୀ ଡାକ୍ତରଖାନା ତଳ ମହଲାରେ ଥିବା ୱାର୍ଡଗୁଡିକରେ ବଢି ପାଣି ପଶିଯିବାରୁ ଦେଢ ଶହରୁ ଉର୍ ରୋଗୀଙ୍କୁ ଉପର ମହଲାକୁ ନିଆଯାଇଥିଲା ।ଏହି ହୃଦୟବିଦାରକ ଘଟଣା ୭ ବର୍ଷ ବିତିଯାଇଥିଲେ ମଧ୍ୟ ବାରିପଦାବାସୀଙ୍କ ମନରୁ ଏପର୍ଯ୍ୟନ୍ତ ମଧ୍ୟ ଲିଭି ନାହିଁ । ବାରିପଦା ସହରକୁ ଆଗାମୀ ଦିନରେ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ମଧୁବନ, ସହରସାହି, ଚିପଟ ଅସ୍ତିଆ, ବାବୁସାହି, ଶପଟା ଅଦି ଅଂଚଳଦେଇ ବଯାଇଥିବା ବୁଢାବଳଙ୍ଗ ନଦୀପଠାରେ ପ୍ରସ୍ତାବିତ ଆଡିବନ୍ଧ ନିର୍ମାଣ ଯୋଜନା କେବଳ ଘୋଷଣାରେ ସୀମିତ ହୋଇ ଆଜିଯାଏଁ ରହି ଯାଇଛି । ଏଥିପାଇଁ ଫାଇଲିନ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରେ ବାରିପଦା ସହର ନିକଟ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏହା ପରେ ୧୧୭ ତମ ଟେକ୍ଲିକାଲ ଆଡଭାଇଜରି । କମିଟି (ଟିଏସି) ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସହ ଆଲୋଚନା ମୁତାବକ ୩ ପର୍ଯ୍ୟାୟରେ ଆଡିବନ୍ଧ ନିର୍ମାଣ : ହେବା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬୨ ” କୋଟି ୩୪ ଲକ୍ଷ ଟଙ୍କା ଅନୁମୋଦନ କରିବା ନିମନ୍ତେ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା । କିନ୍ତୁ ଜିଲାରେ ବା ରାଜ୍ୟ ସରକାରଙ୍କର ପ୍ରଶାସନିକ ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଏଯାଏଁ ଆଡ଼ିବନ୍ଧ ନିର୍ମାଣ ହୋଇ ପାରୁ ନାହିଁ । ବାରିପଦା ସହରର ସୁରକ୍ଷା ଲାଗି ବୁଢ଼ାବଳଙ୍ଗ ନଦୀରେ ଆଡିବଦ୍ଧ ନିର୍ମାଣ କରିବା ନିମନ୍ତେ ମଧୁବନ ଉନ୍ନୟନ କମିଟି ପକ୍ଷରୁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି । ଏନେଇ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ସଚିବ, ବିଭାଗୀୟ ସଚିବଙ୍କ ସମେତ ଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ ମଧ୍ୟ କରାଯାଇଛି । ପୁଣି ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ବାରିପଦାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅତିଶୀଘ୍ର ବୁଢାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ । ତଥାପି ଆଜିଯାଏଁ ଆଡିବନ୍ଧ ନିର୍ମାଣ ହୋଇ ପାରୁ ନାହିଁ ତେବେ ଜିଲାର ରାଜନୈତିକ ନେତାମାନଙ୍କର ଇଚ୍ଛାଶକ୍ତିର ଅଭାବ ଏବଂ ରାଜ୍ୟ ସରକାରଙ୍କ ଉଦାସୀନତାକୁ ବାରିପଦାର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାୟୀ କରାଯାଉଛି । ଏଣୁ ବାରିପଦା ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ପ୍ରସ୍ତାବିତ ଆଡିବନ୍ଧ ନିର୍ମାଣ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦଳମତ ନିର୍ବିଶେଷରେ ଜିଲାବାସୀଙ୍କ ପକ୍ଷରୁ ଦୃଢ ଦାବି ହେଉଛି। ଅନ୍ୟଥା ଏହି ଦାବି ନେଇ ଆଗାମୀ ଦିନରେ ବାରିପଦାବାସୀଙ୍କ ପକ୍ଷରୁ ଏକ ବଡଧରଣ ଆନ୍ଦୋଳନ ହେବା ନେଇ ପ୍ରସ୍ତୁତି ଚାଲିଥିବାର ପ୍ରକାଶ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାରିପଦା ସହର ସୁରକ୍ଷା ନିମନ୍ତେ ନିର୍ମାଣ ହୋଇ ପାରିନି ବୁଢ଼ାବଳଙ୍ଗ ଆଡିବଦ୍ଧ
|
October 15, 2020 |
