ଯାଜପୁର ସଦର,ସନ୍ଧାନ ନ୍ୟୁଜ: ରାଜ୍ୟ ର ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ ସୁରକ୍ଷା ନେଇ ଶୁକ୍ରବାର ଦିନ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟତଃ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ର ଭତ୍ତା ଓ ପେନସନ ପ୍ରଦାନ, ମୃତ୍ୟୁକାଳୀନ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କା କୁ ବୃଦ୍ଧି, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ରାଶି କୁ ୨୦ ଲକ୍ଷ ଟଙ୍କା କୁ ବୃଦ୍ଧି ସହିତ ପିତା – ମାତା ଙ୍କୁ ସାମିଲ, ଭୁବନେଶ୍ୱର ରେ ୧୦୦ ଶଯ୍ୟା ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ପ୍ରତିଷ୍ଠା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,୬୦ ବର୍ଷ ବୟସ ପରେ ଗଣମାଧ୍ୟମ କାର୍ୟ୍ୟଳୟ ର ସୁପାରିଶ ବିନା ସ୍ଵୟଂ ଚାଳିତ ବ୍ୟବସ୍ଥା କରାଯାଇ ବରିଷ୍ଠ ସାମ୍ବାଦିକ ଙ୍କୁ ଆଜୀବନ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ରେ ସାମିଲ ଇତ୍ୟାଦି ଦାବି ଗୁଡିକ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏସୟୁଜେ ଓଡ଼ିଶା ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ,ଯାଜପୁର ଜିଲ୍ଲା ସଭାପତି ସୁବାଷ ଧଳ, ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ, ଜାତୀୟ କାର୍ୟ୍ୟକାରିଣୀ ସଭ୍ୟ ଚିନ୍ତାମଣି ପାଢ଼ୀ, ବରିଷ୍ଠ ସଭ୍ୟ ଡ଼ଃ ନିତ୍ୟାନନ୍ଦ ମିଶ୍ର, ଶେଖ୍ ମନିରୁଦ୍ଦିନ, ଉମାକାନ୍ତ ରାଉତ,ସନ୍ଦିପ୍ତ ରାୟ,ପ୍ରଭାତ ତ୍ରିପାଠୀ, ପ୍ରତ୍ୟୁଷ ନାୟକ, ମନୋଜ ପରିଡ଼ା,ପ୍ରଶାନ୍ତ ନାୟକ,ବସନ୍ତ ନାୟକ, ଉମାକାନ୍ତ ମହାପାତ୍ର,ଅକ୍ଷୟ ଧଳ,ଅଭୟ ନାୟକ,ଅକ୍ଷୟ ପରିଡ଼ା, ଶୁଭେନ୍ଦୁ ସାମଲ, କୈଳାଶ ରାଉତ ପ୍ରମୁଖ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଦେବାଶିଷ ସାହୁ,ବିଜୟ ସାହୁ, ପ୍ରଭାତ ସାହୁ ,ହିମାଂଶୁ ପାଢ଼ୀ, କଳିଙ୍ଗ କେଶରୀ ମହାନ୍ତି,ଦେବବ୍ରତ ନାୟକ, ଭାଗୀରଥି ବାରିକ, ଚିନ୍ମୟ ନାୟକ, ଦୀନେଶ ପରିଡ଼ା, ପ୍ରଦୀପ ଜେନା, ବିଶ୍ବରଂଜନ ନାୟକ, ସୁନୀଲ ଓଝା ,ଅଶୋକ ଦାସ,ମନୋଜ ସାହୁ ଙ୍କ ସମେତ ବହୁ ସଭ୍ୟ କାର୍ୟ୍ୟକ୍ରମ ରେ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏସୟୁଜେ ର ୭ ଦଫା ଦାବି ପତ୍ର
|
September 5, 2024 |