ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ : ଅଭିଯୁକ୍ତ ମାନସିିକ ବିକାର ଗ୍ରସ୍ତ କଏଦି
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ : ଅଭିଯୁକ୍ତ ମାନସିିକ ବିକାର ଗ୍ରସ୍ତ କଏଦି
Manas Kumar Rout |
September 4, 2018 |
ଭୁବନେଶ୍ୱର,୪/୯ (ସନ୍ଧାନ ନିୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟାଧମକ ଘଟଣାରେ ବିଳାସପୁର ଏସ୍ପି ଆରିଫ୍ ସେଖ୍ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ନିଜର ଧ୍ୟାନ ଆକର୍ଷଣ କରିବାପାଇଁ ପୁଷ୍ପେନ୍ଦ୍ର ନାଥ ଚୌହାନ ଏଭଳି ଧମକ ଦେଇଥିବା ବିଳାସପୁର ଏସ୍ପି କହିଛନ୍ତି। ୪୨ଟି ମାମଲାରେ ଜଡ଼ିତ ପୁଷ୍ପେନ୍ଦ୍ର ୨୦୦୯ରୁ ବିଳାସପୁର କେନ୍ଦ୍ରୀୟ କାରାଗାରରେ ଆଜୀବନ ଦଣ୍ଡ ଭୋଗୁଛନ୍ତି। ପୂର୍ବରୁ ସେ ଏଭଳି ଅନେକ ମନ୍ତ୍ରୀ, ଅଫିସର, ବିଚାରପତି ଆଦି ଲୋକଙ୍କୁ ଚିଠିରେ ଧମକ ଦେଉଥିବା ବିଳାସପୁର ଏସ୍ପି କହିଛନ୍ତି। ସେ ଜଣେ ମାନସିିକ ବିକାର ଗ୍ରସ୍ତ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ଘଟଣାରେ ତଦନ୍ତ ପାଇଁ ଓଡିଶା ସରକାର ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ ପୁପ୍ପେନ୍ଦ୍ର ନାଥ ଚୌହାନ୍ ନାମକ ଜଣେ କଏଦୀ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିଲା। ୫୦କୋଟି ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ ଥିଲା।
Related Posts
About The Author