ଜେନାପୁର/୩୧/୦୧/ସନ୍ଧାନ ନ୍ୟୁଜ୍)ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବଳରାମପୁର ସ୍ଥିତ ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଶ୍ରୀମତୀ କବିତା ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜେନାପୁର ଥାନା ଅଧିକାରିଣୀ ଶ୍ରୀମତୀ ନିରୁପମା ଜେନା ଯୋଗଦେଇ କ୍ରୀଡାର ମହତ୍ତ୍ୱ ଓ ସାମାଜିକ ଗଣମାଧ୍ୟମର ଉପକାରିତା ଓ ଅପକାରିତା ସଂପର୍କରେ ଅବଗତ କରାଇ ଥିଲେ। ମୁଖ୍ୟ ବକ୍ତା ଭାବେ ବ୍ୟାସ ନଗର ସ୍ୱୟଂଚାଳିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ଡ଼ କୃଷଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଡ଼ ଶୁଭ୍ରାଂଶୁ ଶେଖର ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। କ୍ରୀଡ଼ା ବିଭାଗର ସଂପାଦକ ଅଧ୍ୟାପକ ସୁଦାମ ଚରଣ ଧଳ ବାର୍ଷିକ କ୍ରୀଡ଼ାକୁ ସଂଯୋଜନା କରିବା ସହ କ୍ରୀଡ଼ା ଶିକ୍ଷକ ରମେଶ ଚନ୍ଦ୍ର ଓଝା ପ୍ରତିଯୋଗୀ ମାନଙ୍କୁ ଖେଳ କରାଇବାରେ ସହ ଯୋଗ କରିଥିଲେ। ବାଳକ ମାନଙ୍କ ମଧ୍ୟରେ+୩ ତୃତୀୟ ବର୍ଷର କଳା ଛାତ୍ର ସୋମନାଥ ପଣ୍ଡା ଓ ବାଳିକା ମାନଙ୍କ ମଧ୍ୟରେ+୩ ପ୍ରଥମ ବର୍ଷ ଛାତ୍ରୀ ପ୍ରତୀକ୍ଷା ସାହୁ ଚାମ୍ପିଅନ ହୋଇ ଅତିଥି ମାନଙ୍କ ଠାରୁ ସମ୍ମାନ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଏହି କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ସମାଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ
ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
|
January 31, 2025 |
