ମୁଁ ତେଲିଗଡର ତେଲିଆ ରଜା

Spread the love
  • 34
    Shares

ଶୁଣ ମୁଁ ତେଲିଗଡର ତେଲିଆରଜା କହୁଛି । ମୁୃଁ ଆଜି ସ୍ତୁପ୍ତ । ଇତିହାସର ଶହ ଶହ ବର୍ଷ ପୂର୍ବରୁ ବଡଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିତଳ ପଂଚାୟତର ଚଣ୍ଡିତଳ ଗ୍ରାମରେ ମୋର ହୋଇଥିଲା ଜନ୍ମ । ବିଗତ ଦିନରେ ଅତୀତକୁ ଧରିରଖି କେତେ ଯୁଦ୍ଧ ଉସôବ ମାନଙ୍କର ମୁକସାଖୀ ମୁଁ । ମୋ ଜନ୍ମର ଅବଧି ଦେଖିଲେ ଆଧୁନିକ ମନୁଷ୍ୟକୁ ବିଶ୍ୱାସ ହେବ ନାହିଁ ଯେ ମୁଁ ଏତେ ସୁନ୍ଦର ମନୋରମ ପରିବେଶ ମଧ୍ୟରେ ମୁଁ ଜନ୍ମିଥିବି ବୋଲି । ମୋର ନାମ କରଣ ମଧ୍ୟ ଏକ ସୁନ୍ଦର ଉପଖ୍ୟାନ ସହିତ ଜଡିତ । ଘଂଚ ବନାନୀର ସବୁଜ ପତ୍ରଭରା ଦୁଇଟି ଛୋଟ ଛୋଟ ପର୍ବତ ଓ ବରୁଣେଇ ପର୍ବତର ଉଚ୍ଚ ଗିରିଶୃଙ୍ଗ ମଧ୍ୟରେ ଦୁଇଟି ଛୋଟ ପୁଷ୍କରଣୀ । ଗୋଟିଏ ରାଣୀ ପୋଖରୀ ଅନ୍ୟଟି ସୁନାର ପୋଖରୀ ବା ଝରଣାର କୋଳରେ ଦିନେ ମୁଁ ଶୈଶବର କ୍ରୀଡା ଉପୋଭୋଗ କରୁଥିଲି । ଯେତେବେଳେ ମୁଁ ଯୁବ ଅବସ୍ଥାରେ ପରିଣତ ହୋଇଥିଲି । ସେହ÷ି ସମୟରେ ମୋତେ ଛାଡିଯିବା ପାଇଁ କୌଣସି ଦାସ ଦାସୀ, ରାଜା ମହାରାଜା ଚାହିଁନଥିଲେ । ଯେବେ ମୁଁ ବୁଦ୍ଧା ବୟସରେ ପହଂଚିଲି ଏକ ଭୟଙ୍କର ଯୁଦ୍ଧରେ ପ୍ରାଣ ହରାଇଲି । ଖାଲି ମୁଁ ନୁହେଁ ମୋର ମଧ୍ୟରେ ଥିବା ସମସ୍ତ କର୍ମଚାରୀ ରାଜା ମହାରାଜା, ଦାସ ଦାସୀ ମାନେ ମଧ୍ୟ ପ୍ରାଣ ହରାଇଥିଲେ । ଏପରକି ମହାସୁନ୍ଦରୀ ରାଣୀ ମାନେ ମଧ୍ୟ ନିଜର ପ୍ରାଣ ହରାଇଥିଲେ । ସେତେବେଳେ ଆପଣଙ୍କର ଏହି ଆଧୁନିକ ନାମ ମୋତେ ଜଣାନଥିଲା । ଆମର ପୁରତନ ନାମ ହିଁ ମୋତେ ଜଣାଥିଲା । ବିଶେଷତଃ ଓ୍ରଡ, ଉକôଳ, କଳିଙ୍ଗ, କଙ୍ଗୋଦ ମଣ୍ଡଳ ଭଳି ରାଜ୍ୟ ରହିଥିଲା । ସେଥିମଧ୍ୟରୁ ଯାଜପୁରରେ ଉକôଳ ନାମରେ ରାଜ୍ୟର ରାଜଧାନୀ ରହିଥିଲା । ଏଠାରେ ଗୋଟିଏନୁହେଁ ବରଂ ଏପରି ଅନେକ ଛୋଟ ବଡ ରାଜା ମହାରାଜା, ଯୁବରାଜଙ୍କ ଦ୍ୱାରା ଶାସିତ ହେଉଥିଲା । ସମସ୍ତେ ଚାହୁଁଥିଲେ ରାଜ୍ୟ ପରେ ରାଜ୍ୟ ଜୟ । ଅନ୍ୟପଟରେ ନିଜ ରାଜ୍ୟର ସୁରକ୍ଷା । ଯେଉଁଥିପାଇଁ ମୋର ହୋଇଥିଲା ଜନ୍ମ । ମୋତେ ରାଜ୍ୟକୁ ସୁରକ୍ଷା ଯୋଗାଇଦେବା କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଆଜି ସମସ୍ତଙ୍କୁ ମୋର ଜନ୍ମ, ମରଣ ଅଜଣା । ଥରେ ମୋ ପାଖକୁ ଆସିଲେ ଲାଗିବ ସତେ ଯେମିତି ତୁମେ ପୃଥିବୀପୃଷ୍ଠ ଛାଡି ଅନ୍ୟ କେଉଁଠାରେ ବିତରଣ କରୁଅଛ । ମାଙ୍କଡା ପଥରରେ ତିଆରି ହୋଇଥିଲା ମୋର ସର୍ବାଙ୍ଗ ଚେହେରା । ତାହା ସହିତ ବାଲିପଥର ମିଶା କାରୁକାର୍ଯ୍ୟଭରା ବିଭିନ୍ନ ମଣିମୁକ୍ତା ଖଞ୍ଜା ହୋଇଥିଲା ମୋର ଦେହରେ । ଯେଉଁଥିପାଇଁ ଯିଏ ଦେଖୁଥିଲା ଆଖି ଝଲସି ଉଠୁଥିଲା । ଦିନଥିଲା ମୋର ଯତ୍ନତେବା ପାଇଁ ଅନେକ ଦାସଦାସୀ ନିଯୁକ୍ତ ହୋଇଥିଲେ । କିନ୍ତୁ ଆଜି ମୁଁ ଏକ ସୁପ୍ତ ମରୁଭୂମି ପରି ପଡିରହିଛି ମୋର ଅଂଶବିଶେଷର ଉଦ୍ଧାର ପାଇଁ । ମୋର ଆତ୍ମା ଆଜିବି ଏହି ବାଣ ପାହାଡ ମଧ୍ୟରେ ଘୁରି ବୁଲୁଛ ଏବଂ କହିବାକୁ ଚାହୁଁଛି ମୋତେ ଉଦ୍ଧାର କର ପୁଣି ଥରେ ମୋତେ ଉଦ୍ଧାର କର ।
ପତ୍ନତତ୍ୱରେ ତେଲିଗଡ
ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅଧିନସ୍ଥ ଚଣ୍ଡିତଳ ଗ୍ରାମର ଉପରିଭାଗରେ ରହିଛି ତେଲିଗଡ ଦୃର୍ଗ । କଟକ ଠାରୁ ଏହାର ଦୂରତା ୪୨ କି.ମି. ଭୂବନେଶଶ୍ୱର ଠାରୁ ଦରତା ୬୨ କ.ମି. ୫ନଂ ଜାତୀୟ ରାଜପଥ କଡରେଥିବା ବଡଚଣା ବଜାର ଠାରୁ ଏହାର ଦୂରତା ୮କି.ମି. । ସମୁଦ୍ର ପତନ ଠାରୁ ୪୫ମିଟର ଉଚ୍ଚରେ ରହିଛି ଏହି ପ୍ରର୍ଯ୍ୟଟନୀ ସ୍ଥଳ ।

ତେଲିଗଡର ଉପଖ୍ୟାନ :- ଏକଦା ଏଠାରେ ଏକ ରାଜା ବସବାସ କରୁଥିଲେ । ରାଜଙ୍କର ତିିନିଜଣ ରାଣୀ ଥିଲେ । ଏହି ନଅରରେ ଅନେକ ଦାସଦାସୀ ରହୁଥିଲେ । କିନ୍ତୁ ରାଜାଙ୍କୁ ସର୍ବଦା ପୋଡଶୀ ରାଜା ମହାରାଜାଙ୍କ ସହିତ ନିଜ ରାଜ୍ୟର ସୁରକ୍ଷା ପାଇଁ ଯୁଦ୍ଧ କରିବାକୁ ପଡୁଥଲା । ନଅର ବା ଗଡ ବାହାରେ ଦୁଇଟି ସୁନ୍ଦର ପୁଷ୍କରଣୀ ଖନନ କରାଯାଇଥିଲା । ଯେଉଁଠାରେ ରାଣୀ ମାନେ ନିଜ ସଖୀ ମାନଙ୍କ ଗହଣରେ ଜଳକ୍ରୀଡା ସ୍ନାନ କରୁଥିଲେ । ଗୋଟିଏ ପୋଖରୀ (ବଡ ପୋଖରୀ)ର ନାମ ଥିଲା ରାଣୀ ପୋଖରୀ । ଅନ୍ୟଟିର ନାମ ଥିଲା ସୁନାର ପୋଖରୀ । ରାଜା ସବର୍ଦା ଯୁଦ୍ଧରେ ଲିପ୍ତ ରହିବା ଫଳରେ ଶାସନ ପ୍ରତି ବିତୃଷ୍ଣା ଭାବ ଆସିଲା । ସେଥିପାଇଁ ରାଜା ଶାସନ ଛାଡିବା ପାଇଁ ମନସ୍ଥ କରି ଘୋଷଣା କଲେ ଆସନ୍ତା କାଲି ପ୍ରଭାତରେ ମୁଁ (ରାଜା) ଯାହାକୁ ପ୍ରଥମେ ଦେଖିବେ ତାହାକୁ ରାଜ୍ୟ ସମର୍ପି ଦେବି । ଏହି ଘୋଷଣା ରାଜ୍ୟ ସାରା ପ୍ରଚାର ହୋଇଗଲା । କଣ ହେବ ଗତ କାଲିର ଘଟଣା । ଏହିପରି ସମୟରେ ରାଜାଙ୍କର ପରାର୍ମଶ ଦାତା ମାନେ ମଧ୍ୟ ଏଭଳି କଠୋର ନିଷ୍ପତ୍ତିରୁ ବିରତ ରହିବାକୁ ପରାମର୍ଶ ଦେଲେ । ହେଲେ ରାଜା ନିଜ ଘୋଷଣାରେ ଅଟଳ ରହିଲେ । ଆସାନ୍ତକାଲି ପ୍ରଭାତରେ ରାଜା ବିଛଣାରୁ ଉଠି ନଅର ଉପରୁ ରାସ୍ତା ଆଡକୁ ଚାହିଁବାରୁ ଜଣେ ତେଲି ହାଠକୁ ତେଲ ନେଇ ଯାଉଥିବା ଦେଖିଲେ ।ଘୋଷଣା ଅନୁସାରେ ରାଜା ସେହି ତେଲିକୁ ଡକାଇ ରାଜ୍ୟଭାର ଅର୍ପଣ କରି ସନ୍ୟସ ହୋଇଗଲେ । ସେହିଦିନ ଠାରୁ ସେହି ତେଲି ଜଣଙ୍କ ସେଠାରେ ଶାସନ କଲା । ତେଲ ପାଇଁ ଦୃର୍ଗଟିର ନାମ ତେଲିଗଡ ନାମରେ ପ୍ରସିଦ୍ଧ ଲାଭ କଲା ।

ମୋର ଇତିହାସ:- ପୁରତାନ ଇତିହାସ ଏବଂ ମଧ୍ୟଯୁଗୀୟ ଇତିହାସ ଜାଣିବା ପାଇଁ ଦୃର୍ଗ ଗୁଡିକ ବେଶ୍ ସହାୟକ ହୋଇଥାଏ । ବିଶେଷତଃ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଇତିହାସର ଯୁଦ୍ଧ, ରାଜାମହାରାଜାଙ୍କ କିର୍ତ୍ତି, ସମାଜିକ ଚାଲିଚଳଣୀ, ରାଜନୈତିକ କାର୍ଯ୍ୟକଳାପ, ବିଷୟରେ ଦୃର୍ଗ ଗୁଡିକ ଜଣାଇଥାଏ । ଏପରକି ଦୃର୍ଗ ଗୁଡିକ ଯୁଦ୍ଧନୀତି , ଶତ୍ରୁପକ୍ଷରୁ ରାଜ୍ୟକୁ ରକ୍ଷା କରିବା ପାଇଁ ଗଢ଼ାଯାଇଥାଏ । ଯାହାର କାରଣପାଇଁ ଯାଜପୁରର ବଡଚଣା ବ୍ଲକ୍ ଚଣ୍ଡିତଳ ଠାରେ ପ୍ରତିଷ୍ଠା କରାଯାଇଥିଲା ଏକ ଦୃର୍ଗ । ଇତିହାସର କଥା ଓ ହକାହାଣୀରେ ସେହି ଦୃର୍ଗଟି ତେଲିଗଡ ନାମରେ ପ୍ରସିଦ୍ଧଲାଭ କରିଛି । ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଗଙ୍ଗ ରାଜବଂଶ ସମୟରେ ଏହି ଦୃର୍ଗଟି ରାଜ୍ୟ ସୁରକ୍ଷାର ପ୍ରଧାନ ଦାୟିତ୍ୱ ତୁଲାଉଥିଲା । କୌଟିଲ୍ୟ ନିଜର ପ୍ରସିଦ୍ଧ ବହି ଅର୍ଥଶାସ୍ତ୍ରରେ ଦୃର୍ଗ ଗୁଡିକୁ ୬ଭାଗରେ ବିଭିକ୍ତ କରିଛନ୍ତି । ଯଥା-ପର୍ବତ ଦୃର୍ଗ, ବନ ଦୃର୍ଗ, ମରୁଦୁର୍ଗ, ଜଳ ଦୃର୍ଗ, ମାଟି ଦୃର୍ଗ, ନର ଦୃର୍ଗ । ସେହିଦୃଷ୍ଟିରୁ ଏହା ହେଉଛି ଏକ ପର୍ବତ ଦୃର୍ଗ । ପତ୍ନତତ୍ତ୍ୱ ବିତ୍ ମାନେ ଏଠାରୁ କିଛି ପଥରର କାରୁକାର୍ଯ୍ୟ ପୁର୍ଣ୍ଣ ମୁର୍ତ୍ତି ଆବିଷ୍କାର କରିଛନ୍ତି । ସେଥିମଧ୍ୟରେ ହସ୍ତୀ ରୋହୀ ମାନେ ଯିବାର ଦୃଶ୍ୟ, ପାଦଚଲା ସୈନିକ, ଅଶ୍ୱାରୋହୀ ଯିବାର ଦୃଶ୍ୟ, ବଳଦଗାଡି ଯିବାର ଦୃଶ୍ୟଥିବା ପଥର ମୂର୍ତ୍ତି । ଏହିଗୁଡିକ କୋର୍ଣ୍ଣାକରେ ଥିବା ପଥର ଖୋଦେଇ ଦୃଶ୍ୟ ସହିତ ମିଶି ଯାଉଛି । ସେଥିପାଇଁ ଏହାକୁ ୧୩ଶହ ଖ୍ରୀଷ୍ଟାଦ୍ଦରେ ଗଙ୍ଗ ରାଜବଂଶର ମହାନ ନରପତି ନରସିଂହ ଦବେ ପ୍ରତିଷ୍ଠା କରାଯାଇଥିବା ଐତିହାସିକ ମାନେ ଦାବି କରିଛନ୍ତି । କିନ୍ତୁ ଆଜିବି ଏହାର ପ୍ରକୃତ ଇତିହାସ ଲୁଚି ରହିଛି । ଯଦି ଏହାର ପୁନଃଉଦ୍ଧାର ହୋଇପାରନ୍ତା ତେବେ ଗଙ୍ଗ ରାଜବଂଶ ସମୟର ଯୁଦ୍ଧନୀତି, ସମାଜିକ ଚାଲିଚଳଣୀ, ରାଜନୈତିକ କାର୍ଯ୍ୟକଳାପ ଉପରେ ଅଧିକ ତଥ୍ୟ ଇତିହାସ ପୃଷ୍ଟାରେ ଯୋଡି ହୋଇପାରନ୍ତା ।

ପତ୍ନତତତ୍ତ୍ୱରେ ତେଲିଗଡ :- ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ତେଲିଗଡରେ ରହିଥିବା ଏହି ଦୃର୍ଗ ଉପରେ ବହୁ ବିଖ୍ୟାତ ପତ୍ନତତ୍ତ୍ୱବିତ ମାନେ ଏହାର ପକୃତ ସତ୍ୟସତ୍ୟାକୁ ବାହାର କରିବାକୁ ଚେଷ୍ଟା କରିଛନ୍ତି । ତେଲିଗଡ ଦୃର୍ଗଟି ପଶ୍ଚିମ ରୁ ଦକ୍ଷିଣ ଆଡକୁ ବିସ୍ତାରଲାଭ କରିଥିଲା । ଏହା ପ୍ରାୟ ୮୦୦ ଫୁଟର ଲମ୍ବ ପ୍ରର୍ଯ୍ୟନ୍ତ ପରିବ୍ୟାପ୍ତ ରହିଥିଲା । ଦୃର୍ଗଟିର ଦକ୍ଷିଣ କାନ୍ଥ ପ୍ରାଚୀର ବାରୁଣା ପର୍ବତକୁ ସ୍ପର୍ଶ କରୁଥିବା ଭଳି ପ୍ରତୀୟମାନ ହେଉଥିଲା । ଏହି ଦୀର୍ଘକାୟ ପାଚେରୀର ଉଚ୍ଚତା ୧୨ଫୁଟ ଏବଂ ଚଉଡା ୫ଫୁଟ ରହିଥିଲା । ପାଚୀରର ପ୍ରତି ୬୦ଫୁଟ ଦୂରରେ ଉଚ୍ଚ ବାଷ୍ଟିଆନ୍ (ସୈନିକ ଜଗିବା ସ୍ଥାନ) ନିର୍ମିତ ହୋଇଥିଲା । କୋଠରୀ ଗୁଡିକ ବର୍ଗାକାର ଆକରରେ ତିଆରି କରାଯାଇଥିଲା । ଏହିଗୁଡିକ ଯଥାକ୍ରମେ ୧୬/୧୬ ଫୁଟ ରହିଥିଲା । ଗଡ ଭିତରେ ଏକ ବୃହତ କୂପ ରହିଥିଲା । ସେହି କୂପରୁ ସ୍ନାନାଗାରକୁ ଜଳ ଯୋଗଇ ଦିଆଯାଉଥିଲା । ବାହାରକୁ ପାଚୀର ଦେଇ ଜଳ ନିସ୍କାସନର ବ୍ୟବସ୍ଥା କରାଯାଇଥିଲା । ପାଚେରୀର ସ୍ଥାନେ ସ୍ଥାନେ ମଶାଲ ବତୀ ଜଳାଇବା ପାଇଁ ଟଣାର ବନେ୍ଦାବସ୍ତ କରାଯାଇଥିଲା । ପାଚେରୀ ବାହାରେ ଏକ ଦେବୀଙ୍କୁ ପୂଜାକରାଯାଉଥିଲା । ଉକ୍ତ ଦେବୀଜଣଙ୍କ ଏକ ଶବ ଉପରେ ଛିଡା ହୋଇ ରହିଥିଲା । ଦେବୀଙ୍କୁ ଗଡଚଣ୍ଡୀ ନାମରେ ପୂଜା କରାଯାଉଥିଲା । ଧାର୍ମିକ ଦୃଷ୍ଟି କୋଣରୁ ଦେବୀ ଜଣଙ୍କ ଶାକ୍ତିଧାରୀ ଭାବେ ବିବେଚନା କରାଯାଉଥିବା ସହିତ ଗଡକୁ ସୁରକ୍ଷା କରୁଥିବାର ବିଶ୍ୱାସ କରାଯାଉଥିଲା । ଏବେ ଏହି ମୁର୍ତ୍ତିଟି ଉପରିଭାଗ ଭାଙ୍ଗିଯାଇଥିବା ବେଳେ ନିମ୍ନ ଭାଗଟି ରାଜ୍ୟ ସଂଗ୍ରାହଳରେ ସରକ୍ଷଂଣ କରାଯାଇଛି । ଏହି ମନ୍ଦିର ଠାରୁ ଅନ୍ୟ କେତକ ବିଭିନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ ଛବି ରହିଥିବା ପଥରର ମୁର୍ତ୍ତି ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ତତ୍କାଳୀନ ପର୍ବପର୍ବାଣୀ ପାଳନର ଦୃଶ୍ୟ, ହସ୍ତୀ ପିଠିରେ ମାହୁନ୍ତ ବସି ଯିବାର ଦୃଶ୍ୟ, ଅଶ୍ୱାରୋହୀ, ପାଦଚଲା ସୈନିକଗଣ, ଓଟରୋହୀ,ବଳଦଗାଡି ସହିତ କେତକ ଫୁଲ ରହିଛି । ଏଗୁଡିକ ଅନୁଧ୍ୟାନ କଲେଜଣା ଯାଏ ହାତୀମାହୁନ୍ତ, ଅଶ୍ୱାରୋହୀ, ପାଦଚଲା ସୈନିକଗଣ, ଓଟରୋହୀ ଯୁଦ୍ଧରେ ଯୋଗଦେବାକୁ ଯାଉଛନ୍ତି । ସମ୍ବବତ ଏହି ଦୃଶ୍ୟଟି ନରସିଂଦେବଙ୍କ ରାଢ଼ ବିରୁଦ୍ଧରେ । ଭୂବନେଶ୍ୱରସ୍ଥିତ ଅନନ୍ତ ବାସୁଦେବ ମନ୍ଦିରରେ ଏକ ଶିଳା ଲେଖ ରାଢ଼ ଉପରେ ନରସିହଦେବଙ୍କ ବିଜୟ ହୋଇଛି ବୋଲି ଉଲ୍ଲେଖ ରହିଛି । ସେହି ସମୟରେ ମୁସଲମାନ ଶାସକମାନେ ବହୁ ପରିମାଣରେ ଓଟ ବ୍ୟବହାର କରୁଥିଲେ । ଓଟରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବାରେ ବ୍ୟବହାରା କରାଯାଉଥିଲା । ଯୁଦ୍ଧରେ ଗଙ୍ଗମାନଙ୍କର ବିଜୟ ଫଳରେ ମସୁଲମାନ ଶାସକଙ୍କ ଠାରୁ ଓଟ ପାଇଥିବା କିଛି ଐତିହାସିକ ମତ ଦେଇଛନ୍ତି । ଏହି ବିଜୟ ପରେ ବଙ୍ଗର ଅନ୍ୟ ଏକ ରାଜ୍ୟ ଲାକ୍ଷ୍ନତିରେ ସୁଲତାନ ଭାବେ ଉଦ୍ଧିନ୍ ୟୁଜବକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ ମଧ୍ୟ ନରସିଂହଦେବଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ଏପରକି ୧୨୪୭ରୁ ୧୨୫୬ ମଧ୍ୟରେ ଉଭୟଙ୍କ ମଧ୍ୟରେ ୪ଥର ଯୁଦ୍ଧ ହୋଇଥିଲା । ଯୁଦ୍ଧର ପରିଣାମରେ ଅମିମାମିସଂ ରହିଥିବା ବେଳେ ଦିଲ୍ଲୀର ସୁଲତାନଙ୍କ ସାହାର୍ଯ୍ୟ ଲାଭ କରି ୟୁଜବକଙ୍କ ନରସିଂହ ଦେବଙ୍କ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ । ସେହି ସମୟରେ ୟୁଜବକ ଯାଜପୁରର ଅହିୟାସ ଏବଂ ଏହି ତେଲିଗଡ ଦୃର୍ଗକୁ ଅଧିକାର କରିବା ସହିତ ଧ୍ୱଂସ କରିଥିବା ଅନୁମେୟ ହୋଇଥାଏ । ଏଥିସହିତ ୟୁଜବକ ମୟୁରଭଞ୍ଜରେ ଥିବା ଗଡକୁ ଅଧିକାର କରିଥିଲେ । ସମ୍ଭବତ ସେହିସମୟରେ ଏହି ଦୃର୍ଗଟି ଏକ ବୃହତ ସାମରିକ ସଂର୍ଘଷର ମୁକସାଖୀ ହୋଇଥିଲା । ନରସିହଦେବଙ୍କ ପରାଜୟ ପରେ ମୁସଲମାନ ମାନେ ଏହାକୁ ଧ୍ୱଂସ କରିଥିଲେ । କିନ୍ତୁ ଯଦି ଏଠାକାର ବାସିନ୍ଦାଙ୍କ କଥା ଅନୁସାରେ ଏଠାରୁ ବହୁ ପରିମାଣରେ ସୁନା ରୁପା ଚୋର ମାନେ ଚାଡି ନେଇଛନ୍ତି ତେବେ ଏହାଯେ ଅବିଳମ୍ଭେ ଯୁଦ୍ଧରେ ନିଶ୍ଚିତ କରାଯାଇଛି ତାହା ସ୍ପଷ୍ଟ ହେଉଛି ।

ଏଠାରେ ସ୍ଥାପିତ କରାଯାଇଥିବା ଏକ ଶୁଭସ୍ତମ୍ଭ ପୁରାପୁରି ଯାଜପୁରରେ ଥିବା ଶୁଭସ୍ତମ୍ଭ ସହିତ ସାମଞ୍ଜସ୍ୟ ରହିଛି । ବର୍ତମାନ ଏହା ଏଠାରେ ଅଛି ନା ନାହିଁ ତାହା ସଠିକ ଜଣାଯାଇନାହିଁ । କିନ୍ତୁ ହୁଏତ ଏହି ସ୍ଥାନ କିଛି ସମୟ ସୈାମବଂଶୀ ମାନଙ୍କ କାର୍ଯ୍ୟରେ ଆସିଥିବା ବୋଲି କୁହାଯାଉଛି । ସେ ଯାହା ହେଉନା କହିଁକି ତେଲିଗଡ ଏକ ସମାରିକ ଦୃର୍ଗ ରହିଥିଲା ତାହା ନିଶ୍ଚିତ । ଯେଉଁଥିରେକି ସେହି ସମୟରେ ଯୁଦ୍ଧଭ୍ୟାସ, ରାଜନୈତିକ କାର୍ଯ୍ୟକଳାପ, ସମରସଜ୍ଜା, ତଥା ସମାଜିକ କାର୍ଯ୍ୟକ୍ରମର ଅଂଶୀଧାର ରହିଥିଲା । ଇତିହାସ ପାଇଁ ଏହା ଏକ ଅମୂଲ୍ୟ କିର୍ତ୍ତି । ଯାହା ପାଇଁ ପ୍ରାଚୀନ ଓଡିଶା ନିଜର ଶତ୍ରୁମାନଙ୍କ କବଳରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହେଉଥିଲା । ଏପରକି ଗଙ୍ଗ ନରପତି ନରସିଂହଦେବ ଏଠାରେ ରହି ନିଜର ଯୁଦ୍ଧନୀତି ନିରୁପଣ କରିବା କଥାକୁ ଏଡାଇ ଦିଆଯାଇନପାରେ । ଏଥିସହିତ ଏହି ଦୃଗରେ ସମାରିକ ତାଲିମ ଦିଅଆଯାଉଥିବାର କିଛି ଐତିହାସିକ ଦାବି କରିଛନ୍ତି । କିନ୍ତୁ ଆଜି ଏହି ଦୃର୍ଗଟି ଇତିହାସର ଅଜଣା ତଥ୍ୟ ଦେବାରୁ ବାଦ ପଡିଛି । ଏହା ଗଙ୍ଗ ଇତିହାସର ଏକ ମାଇଲଖୁଂଟ । ତଥାପି ଆଜି ଏହି ଦୃର୍ଗଟି ଅବହେଳିତ । କଂଣ୍ଟାଭରା ବଣରେ ପରିପୁର୍ଣ୍ଣ । ଚୋରମାନେ ଏହାର ବିଦାରି ଦେଇଛନ୍ତି । ଯଦି ଏହାର ସରକ୍ଷଂଣ କରାନଯାଏ ତେବେ ଓଡିଶା ଇତିହାସର ଅନେକ ଅମୀମାସିଂତ ପ୍ରଶ୍ନର ଉତ୍ତର ରହିଯିବ ଚିରକାଳ ପାଇଁ । ଅଜଣା ରହିଯିବ ଗଙ୍ଗ ରାଜବଂଶର ଅନେକ ତଥ୍ୟ । ଯେଉଁ ରାଜାମାହାରାଜାଙ୍କ ପାଇଁ ଓଡିଶାର ପୁରୀ ଠାରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କୋର୍ଣ୍ଣାକରେ ସୁର୍ଯ୍ୟମନ୍ଦିର ନିର୍ମାଣ କରାଯାଇ ଓଡିଶାକୁ ବିଶ୍ୱଦରାବାରରେ ଗୋରøବାନିତ କରିଛି କଣ ? ତାହାର ସମ୍ପୁର୍ଣ୍ଣ ଇତିହାସ ବାହାର କରିବା ଆମ୍ଭମାନଙ୍କର ଦାୟିତ୍ୱନୁହେଁ । ଏହାକୁ ସରକ୍ଷଂଣ କରି ହଜିଯାଇଥିବା ଏହାର ହୃତ ଗୌରବକୁ ଫେରାଇଆଣିବା ପାଇଁ ସବୁସ୍ତରରେ ପ୍ରଚେଷ୍ଟା ଆବଶ୍ୟକ ରହିଛି ।

ମାନସ କୁମାର ରାଉତ
ଗବେଷକ
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ହରିଦାସପୁର, ଧର୍ମଶାଳା, ଯାଜପୁର
ମୋ-୯୪୩୭୮୧୯୭୩୫,୯୮୫୩୯୭୬୯୧୯

  • 34
    Shares

Related Posts

About The Author

Add Comment