ମାଳହାଟ ଯୁବକ ସଙ୍ଘ ତରଫରୁ କରୋନା କଟକଣାରେ ପାଳିତ ହେଲା ଗଣେଷ ପୂଜା

Spread the love
ଜେନାପୁର/୧୧/୦୯/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ ମାଳହାଟ ଠାରେ ଦୀର୍ଘ ୧୫ ବର୍ଷ ଧରି ଗଣେଷ ପୂଜା  ଅନୁଷ୍ଠିତ ହୋଇଆସୁଅଛି । ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ  ଗଣେଷ ପୂଜା  ଅନୁଷ୍ଠିତ ହୋଇ ଥିବା ଦେଖିବାକୁ ମିଳିଛି । ।ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା ପାଳନ ଉପରେ କଟକଣା ରହିଛି ।ବହୁ ସ୍ଥାନରେ କେବଳ ବିଧି ରକ୍ଷା କରି ପୂଜା ପାଳନ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା ପାଳନ କରାଯାଉଥିଲେ ମଧ୍ୟ କୋଭିଡ ଗାଇଡ୍ ଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ସୂଚନାଯୋଗ୍ୟ ଯେ ମାଳହାଟ ଯୁବକ ସଂଘ ଆନୁକୁଲ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ସବୁ ବର୍ଷ ହେଉଥିବା ସାସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ନିରାଡାମ୍ବରପୁର୍ଣ୍ଣ ଏହି ଗଣେଷ ପୂଜାକୁ ମାଳହାଟ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ କରୋନା କଟକଣା ସହିତ ସହଯୋଗ କରିଥିଲେ ।ସେହିଭଳି ଭାବରେ ଏଣ୍ଡଳବା ପଂଚାୟତର କଲାଣ୍ଡ,ବିଛାଖଣ୍ଡି,
ରାଧାକାନ୍ତପୁର,ବାଘୁଆବାରଣା,ତେଣ୍ଟୋଳ ରାଧାକୃଷ୍ଣ
ମେଳଣ ପଡିଆ,ପାଟପୁର ଠାରେ ଗଣେଶ ପୂଜା ନିରାଡାମ୍ବରପୁର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଥିବା ବେଳେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମନ ମଧ୍ୟରେ ଗଣେଶ ପୂଜା ଫିକା ପଡିଯାଇଥିଲା ।

Related Posts

About The Author

Add Comment