ମାଲକାନଗିରି ରେ ବଢୁଛି କୋରାନ ସଂକ୍ରମିତଙ୍କ ସଂଖ୍ୟା

ମାଲକାନଗିରି-୩୦.୭.୨୦୨୦ (ସନ୍ଧାନ ନିଉଜ) ରିଖ ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୪୪୫ ରେ ପହଞ୍ଚିଛି। ଆରୋଗ୍ୟ ସଂଖ୍ୟା ୩୨୦ ହୋଇଥିବା ବେଳେ ୧୨୪ ଜଣ କୋଭିଡ୍ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି।କ୍ରମାଗତଃ ଭାବେ କରୋନା ରୋଗୀଙ୍କ ସଂଖ୍ୟା ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ.ଏ.ସି.ରେ  ଚିହ୍ନଟ ହେବା ପରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ମନୀଷ୍ ଅଗ୍ରୱାଲ ଆଗାମୀ ୩୦.୦୭.୨୦୨୦ ତାରିଖ ଠାରୁ ୦୨.୦୮.୨୦୨୦ ତାରିଖ ପର୍ୟ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି।ବର୍ତ୍ତମାନ ୧୮ ଜଣ କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।ଆଜି ମାଥିଲି ବ୍ଲକରୁ ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି  ଯିଏ କି ଜ୍ବର ଏବଂ କାଶରେ ପୀଡିତଥିଲେ।ଆଜି ମାଲକାନଗିରି ସଦରମହକୁମା ରେ ତହସିଲଦାର ଶ୍ରୀଯୁକ୍ତ ଡ଼ଃ ଗୁଣନିଧି ନାୟକ କଂର ଉପସ୍ଥିତି ରେ ମାଇକ୍ ମାଧ୍ୟମରେ ଘୋଷଣା କରାଯାଇଥିଲା।


ରିପୋର୍ଟ:- ଶକଂର ଖିତୀ 

Related Posts

About The Author

Add Comment