ଯାଜପୁର, ୦୫/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ନର୍ସରୀ ପଡ଼ିଆ ପରିଶରରେ ଶ୍ରୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ କରାଯିବା ସହିତ ନୁତନ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ମରୁତି କୃପା ପରିଶଦର ଅୟୋଜକ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୋଭିଡ଼ ନିୟମ କଟକଣାକୁ ପାଳନ କରାଯିବା ସହିତ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ କରାଯିବା ପାଇଁ ତା ୭/୨/୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା ୧୨/୨/୨୦୨୨ ରିଖ ପର୍ଯ୍ୟନ୍ତ ଯଜ୍ଞକାର୍ଯ୍ୟ ଅନୁଷ୍ଟିତ ହେବା ସହିତ ପ୍ରଭୁଙ୍କର ବିଗ୍ରହ ସ୍ଥାପନ ନୂତନ ମନ୍ଦିର ପ୍ରତିଷ୍ଠା ହେବ ବୋଲି ମାରୁତି କୃପା ପରିଶଦର କର୍ମକର୍ତ୍ତା ଆୟୋଜନ କରିଛନ୍ତି । ବରିଷ୍ଠା ପଣ୍ଡିତ ମାନଙ୍କୁ ନେଇ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା ଏବଂ କଳସ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ବ୍ରାହ୍ମଣୀନଦୀରୁ ଜଳ ନେଇ ଯଜ୍ଞ ମଣ୍ଡପ ରିଶରରେ କଳସ ସ୍ଥାପନ କରାଯିବ । ଏହି ବିଶ୍ୱଶାନ୍ତି ମହାଯଜ୍ଞ ୫ଦିନ ଧରି ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ କାର୍ଯ୍ୟ କରାଯାଉଚି । ଏହି ଯଜ୍ଞକାର୍ଯ୍ୟରେ ଅଗ୍ନି ସ୍ଥାପନ କୁଣ୍ଡରେ ସ୍ଥାପନ ହେବା ସହିତ ବିରଷ୍ଠ ପଣ୍ଡିତ ମାନେ ବେଦ ଉଚାରଣ କରି ପଣ୍ଡିତ ଶୋଡ଼ଷ ଓ ପଞ୍ଚ ଉପଚାରରେ ମହାପ୍ରଭୁଙ୍କୁ ପୂଜା କରାଯାଇ ଜୀବନ୍ୟାସ କରାଯିବ । ବିଗ୍ରହମାନଙ୍କର ପୂଜା ହେବା ସହିତ ନ୍ୟାସ କରାଯାଇ ଏବଂ ସାହାଳମେଳା କରାଯିବା ପାଇଁ ଆୟୋଜକ ମାନେ ସୂଚନା ଦେଇଛନ୍ତି । ଉପଦେଷ୍ଟା ମଣ୍ଡଳୀର ରାମ ପ୍ରବଚକ ରାମ ଚରିତ ମାନସ ପାରାୟଣର ଅର୍ଜ୍ଜୁନ ଚରଣ ମହାନ୍ତି ଯୋଗଦେବେ । ରାମ ମହାପ୍ରଭୂଙ୍କର ପରମ ଭକ୍ତମାନେ ଏହି ମହାଯଜ୍ଞରେ ଯୋଗଦେବା ପାଇଁ ମାରୁତି କୃପା ପରିଶଦର ଚାରିଟେବୁଲ ଟ୍ରଷ୍ଟର ଆୟୋଜକ ମାନେ ସୂଚନା ଦେଇଛନ୍ତି । ଶଙ୍ଖହୁଳହୁଳୀ ଶବ୍ଦରେ ବିଗ୍ରହ ସ୍ଥାପନ କରାଯିବ ।
ମାରୁତି କୃପା ପରିଶଦ ଆନୁକୁଲ୍ୟରେ ବିଶ୍ୱାଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହେବ
|
February 5, 2022 |
