ମାଟ୍ରିକ ପରୀକ୍ଷା ଆରମ୍ଭ : ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର 

ଭୁବନେଶ୍ୱର,  ୧୯/୦୨ (ସନ୍ଧାନ ନିୟୁଜ) ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥର ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ପ୍ରଥମ ଦିନରେ ଅର୍ଥାତ ଆଜି ପରୀକ୍ଷା କେନ୍ଦ୍ର ସକାଳ ୯ଟାରେ ଓ ଅନ୍ୟ ଦିନରେ ସକାଳ ୯ଟା ୨୦ରେ ଖୋଲାଯିବ । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବ ଓ ୯ଟା ୪୫ରେ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ପ୍ରଶ୍ନପତ୍ର ପଢ଼ିବା ପାଇଁ ପିଲାଙ୍କୁ ୧୫ ମିନିଟ ସମୟ ମିଳିବ । ପ୍ରଶ୍ନପତ୍ର ବୁକଲେଟରେ ପରୀକ୍ଷାର୍ଥୀ ନିଜ ରୋଲ ନମ୍ବର, ସେଂଟର କୋଡ, ସ୍କୁଲ କୋର୍ଡ ଲେଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts

About The Author

Add Comment