ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ

Spread the love

ଭୁବନେଶ୍ୱର, ୨୩/୨ ୨୩/୨(ସନ୍ଧାନ ନିଉଜ) କ୍ଷମତା ରାଜନୀତିର ପଶାପାଲିରେ ଶିକ୍ଷା ବ୍ୟବସ୍ଥା ବଳି ପଡ଼ିବା କିଛି ନୂଆ ବା ଆଶ୍ଚର୍ଯ୍ୟକର ନୁହେଁ। ଶିକ୍ଷାର ବ୍ୟବସାୟୀକରଣ ଓ ଘରୋଇକରଣ ସାଧାରଣ ଗରିବ ଘରର ପିଲାଙ୍କୁ ଶିକ୍ଷାଠାରୁ ଦୂରେଇ ଦେଉଥିବା ସମୟରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ଶିକ୍ଷା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି। ବିଗତଦିନରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ପରୀକ୍ଷା ବାତିଲ କରାଗଲା। କିନ୍ତୁ ଏହାର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ କିଛି ମଧ୍ୟ ସାର୍ବଜନୀନ ହେଲା ନାହିଁ। ସେହିପରି ଚଳିତବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନରୁ ହିଁ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୂରିବୁଲିଲା। ଏହା ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦନୀୟ ବିଷୟ ବୋଲି ଅଖିଳ ଭାରତବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ଏଏସଓ ପରୀକ୍ଷା ସମୟରେ ମଧ୍ୟ କିଛିି ଛାତ୍ରଛାତ୍ରୀ ପରୀକ୍ଷା ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବାର ଅଭିଯୋଗ ଆଣିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜି ଓଡ଼ିଶାର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି, ତା’ର ଜବାବ ଆଗାମୀଦିନରେ ଏଆଇଏସଏଫ ଦେବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଯଦି ରାଜ୍ୟ ସରକାର ପ୍ରଶ୍ନପତ୍ର ଲିକ୍ର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ନ ଦିଅନ୍ତି ତେବେ ଛାତ୍ର ଆନ୍ଦୋଳନକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ସଙ୍ଘମିତ୍ରା ଜେନା କହିଛନ୍ତି।

Related Posts

About The Author

Add Comment