ମହିଳା ଟି-୨୦ ବିଶ୍ୱକପ୍‌: ଆସନ୍ତାକାଲି ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ

Spread the love

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୨୨/୧୧(ସନ୍ଧାନ ନିୟୁଜ): ଭାରତୀୟ ଟିମ୍‌ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ। ଭାରତୀୟ ଟିମ୍‌ ଗତ ବର୍ଷ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହେବା ଘଟଣାକୁ ଭୁଲି ନଥିବାରୁ ଏହି ମୁକାବିଲାରେ ପ୍ରତିଶୋଧ ନେବାକୁ ଉଦ୍ୟମ କରିବ। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ପୂର୍ବାହ୍ନ ୫ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ଇଂଲଣ୍ଡ ବିଶ୍ୱକପ୍‌ରେ ୫୦ ଓଭର ମ୍ୟାଚରେ ଭାରତକୁ ୯ ରନ୍‌ରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଯଦିଓ ପରାଜିତ ହୋଇଥିଲା ତଥାପି, ଟିମ୍‌ ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇ ଯାଇଥିଲା।

ଭାରତୀୟ ମହିଳା ଟିମ୍‌ ଚଳିତ ଟି-୨୦ ବିଶ୍ୱକପ୍‌ରେ ନିଜର ପ୍ରଶଂସକଙ୍କୁ ନିରାଶା କରି ନାହିଁ। ବିଜୟର ଧାରା ଜାରି ରଖିବା ଯୋଗୁଁ ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ୩୪ ରନ୍‌ରେ ହରାଇଥିଲା। ସେହିପରି ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରିଥିଲା। ସେହିପରି ଗ୍ରୁପ ପର୍ଯ୍ୟାୟରେ ସବୁ ମ୍ୟାଚ ଜିତିଥିଲା।

Related Posts

About The Author

Add Comment