ସୁନ୍ଦରଗଡ ତା:୧୮/୫/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଯୋଗିମାଲ ପଞ୍ଚାୟତ ଅଧିନରେ ଥିବା ଡମବାହାଲ ଗ୍ରାମର ମହିଳାମାନେ ମଦ ଅଭିଯାନ କୁ କେନ୍ଦ୍ରକରି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସୂଚନା ଅନୁସାରେ ଯୋଗିମାଲ ପଞ୍ଚାୟତର ଡମବାହାଲ୍ ଗ୍ରାମର ମହିଳାମାନେ ବିଗତ ଅନେକ ସମୟ ଧରି ସ୍ଥାନୀୟ ଅବକାରୀ ବିଭାଗ ତଥା ଆରକ୍ଷୀ ବିଭାଗକୁ ଅବଗତ କଲେ ମଧ୍ୟ କେହି କଥାକୁ ଧ୍ୟାନ ନ ଦେବା ସୂତ୍ରରୁ ଜଣାପଡିଛି। ଏହି ଗ୍ରାମର ଲୋକେ ଅନେକ ସମୟରେ ମଦ ପିଇ ମାତାଲ୍ ହେବା ସହିତ ନିଜ ସ୍ତ୍ରୀ ମାନଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରୁଥିବା ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଆସୁଥିବା ଜଣାପଡିବା ସହିତ ଏହା ପାଠପଢ଼ା ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଖରାପ ପ୍ରଭାବ ପଡ଼ୁଥିବା ଅଞ୍ଚଳ ମହିଳାମାନେ ପ୍ରକାଶ କରିଛନ୍ତି । ଏହାର ଅଟିଶିଘ୍ର ସମାଧାନ କରା ନ ଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଜଣାପଡିଛି