ମହାମାରୀ : ସୁଯୋଗ ଏବଂ ସମ୍ଭାବନା

Spread the love
  •  
  •  
  •  
  •  
  •  
ଭୁବନେଶ୍ୱର, ୧୦/୦୮/୨୦୨୦ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୯ମ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା ୦୯/୦୮/୨୦୨୦,  ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି ।ଏଥିରେ ଏଭେଣ୍ତସ୍ କ୍ୟପିଟାଲ୍, ବେଙ୍ଗାଲୁରୁ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅମିତ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ  “ମହାମାରୀ ପରିବର୍ତ୍ତିତ ପରିସ୍ଥିତିରେ ଭାତର ପାଇଁ ସୁଯୋଗ” ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟ ର ଅର୍ଥନିତି ବିଭାଗର ପ୍ରମୁଖ ଡ଼ ଧର୍ମବ୍ରତ ମହାପାତ୍ର ଙ୍କ ପୌରହତ୍ୟରେ ଆୟୋଜିତ ଏହି ୱେବିନାର୍ ରେ ଶ୍ରୀ ସିଂ ବୈଶ୍ୱିକ ସଂପ୍ରଦାୟ ମାନଙ୍କ ସମସ୍ୟା ଏବଂ ସେଥିରେ ଭାରତ ପାଇଁ ଥିବା ବିଭିନ୍ନ ସୁଯୋଗ ଉପରେ ନିଜ ମତବ୍ୟକ୍ତ କରିଥିଲେ । ଯୁବ ସଂପ୍ରଦାୟ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଯଥାଯଥ ଉପଯୋଗ କରି  ଇ-ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନକୁ କିଭଳି ମୋଟ ଘରୋଇ ଉତ୍ପାଦ ବୃଦ୍ଧି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ସେହିବିଷୟରେ ସୂଚନା ପ୍ରଦାନ କରିଥିଲେ ।  ପ୍ରାରମ୍ଭରେ  ଅଭିପ୍ସା  ମିଶ୍ର ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ର ନର୍ମଦା ଦଳର ସଂଯୋଜିକା ସ୍ୱୟଂଶ୍ରୀ ବାରିକ ସଂଯୋଜନା କରିଥିବା ସ୍ଥଳେ ଲିଟୁ ସେଠି ସଭା ପରିଚାଳନା କରିଥିଲେ । ସଂସଦ ର ପଶ୍ଚିମ ଓଡିଶା ଜୋନ୍ ସଂଜଯୋକ ତଥା ଅର୍ଥନିତି ଅଧ୍ୟାପକ ଡ. ଅରୋ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ମହାମାରୀ ପରିସ୍ଥିତିରେ ଜୀବନ ଧାରଣର କୌଶଳ  ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ  ସୂଚନା ପ୍ରଦାନ କରିଥିଲେ।

Related Posts

About The Author

Add Comment