ନେମାଳ ୨୯/ ୧୨/୨୫ (ସନ୍ଧାନ ନ୍ୟୁଜ ) ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ତଥା ୧ (ଓ) ଅର୍ଟିଲାରୀ ବ୍ୟାଟେରୀ, ସମର ଶିକଷାର୍ଥୀ ବାହିନୀ କଟକ ଗ୍ରୁପ ର କ୍ୟାଡେଟ କର୍ପୋରାଲ ହରେକୃଷ୍ଣ ଗୋଚ୍ଛାୟତ ନୂଆଦିଲ୍ଲୀ ରେ ଆୟୋଜିତ ଗଣତନ୍ତ୍ର ଦିବସ ଶିବିର (ଅର୍ଡିସି) ୨୦୨୬ ପାଇଁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ଶିବିର ରେ ଯୋଗଦେବାକୁ ଉକ୍ତ ଛାତ୍ର ମନୋନୀତ ହେବାପରେ ତାଙ୍କ ନିଷ୍ଟା, କର୍ତବ୍ୟପରାୟନତା ଓ ସଫଳତା ପାଇଁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଶଙ୍କର ପ୍ରସାଦ ନାୟକ ତଥା ସମସ୍ତ ପ୍ରାଧ୍ୟାପକ, ଅଧ୍ୟପକ, ଅଧ୍ୟାପିକା, କର୍ମଚାରୀ ଓ ଛତ୍ର ଛାତ୍ରୀ ମାନେ ସନ୍ତୋଷ ପ୍ରକାଶ କରିବା ସହ ଉକ୍ତ ଛାତ୍ର କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, କଟକ ଗ୍ରୁପ ର ମୁଖ୍ୟ କନେଲ ଶ୍ରୀ ସତ୍ୟବ୍ରତ ସ୍ବାଇଁ, ୧ (ଓ) ଅଟିଲାରୀ ବ୍ୟାଟେରୀ ର ମୁଖ୍ୟ କାନେଲ ଶ୍ରୀ ଦେବବ୍ରତ ମୋଇତ୍ର ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାବିଦୟାଳୟ ର ମୁଖ୍ୟ ଅଧ୍ୟାପକ ଲେପ୍ଟନାଣ୍ଟା ଶ୍ରୀ ସୁଶାନ୍ତ କୁମାର ସାହୁ ଉକ୍ତ ଛାତ୍ର ର ଶୁଭକାମନା ସହ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି। ଛାତ୍ର ର ଏହି ସଫଳତା ମହାବିଦ୍ୟାଳୟ ସହ ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ପାଇଁ ଏକ ଗୌରବ ବିଷୟ ହୋଇଥିବାବେଳେ ଅନ୍ୟ ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରେରଣାର ଉଛ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।