ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ଆଶାୟୀ ପ୍ରାର୍ଥୀ ମମତା ସାହୁ ମହଙ୍ଗା

Spread the love

ମହଙ୍ଗା /୧୯/୧୧/(ସନ୍ଧାନ ନିଉଜ୍) ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ,ସରପଞ୍ଚ ସମିତି ସଭ୍ୟ,ୱାର୍ଡ ସଭ୍ୟ ଦୌଡ଼ରେ ଅଛନ୍ତି ଆଶାୟୀ ପ୍ରାର୍ଥୀ।ଏଥିପାଇଁ ମାହାଙ୍ଗା ନିର୍ବାଚନମଣ୍ଡଳୀ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଛି।ଦିନକୁ ଦିନ ଆଶାୟୀ ପ୍ରାର୍ଥୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି କୁସୁପୁର ପଞ୍ଚାୟତ ର ବିଜୁଜନତା ଦଳ ର ଆଶାୟୀ ସରପଞ୍ଚ ପ୍ରାର୍ଥୀ ମମତା ସାହୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ସମର୍ଥକ ଙ୍କୁ ଧରି ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଠାରେ ଭେଟିଥିଲେ।ସମସ୍ତ କର୍ମୀମାନେ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ନିବେଦନ କରିଥିଲେ କି ଯଦି ମମତା ସାହୁ ପ୍ରାର୍ଥୀ ହୁଅନ୍ତି ତାହେଲେ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ହେବ।ସେହିପରି ଆଶାୟୀ ପ୍ରାର୍ଥୀ ଙ୍କ ପ୍ରତିନିଧି ତଥା ଯୁବନେତା ଶିବ ଶଙ୍କର ସାହୁ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଆଶାୟୀ ପ୍ରାର୍ଥୀ ଙ୍କ ଦୌଡ଼ରେ ଆଉ କିଛି ପ୍ରାର୍ଥୀ ଥିଲେ ମଧ୍ୟ ମମତା ସାହୁ ଙ୍କୁ ଯଦି ପ୍ରାର୍ଥୀ କରାଯାଏ ତାହେଲେ ସେ ୧୦୦୦ ଭୋଟ ରୁ ଉର୍ଦ୍ଧ ଭୋଟ ରେ ବିଜୟୀ ହେବେ ବୋଲି ପଞ୍ଚାୟତ ବାସୀ କହିଛନ୍ତ |

Related Posts

About The Author

Add Comment