ବାରିପଦା, ୦୮/୧୦/୨୦ (ସନ୍ଧାନ ନିଉଜ) : ବାରମ୍ବାର ଦାବି ସତ୍ତ୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଠ ମନ୍ଦିରଗୁଡିକ କୋଭିଡ ଆଇନ ଅନୁଯାୟୀ ଖୋଲାଯିବା ପାଇଁ ଅନୁମତି ଦିଆଯାଉ ନ ଥିବା ଏବଂ ସେବାୟତଙ୍କୁ କରୋନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ନ ଥିବାରୁ ଦିତୀୟ କ୍ଷେତ୍ରଭାବେ ପରିଚିତ ବାରିପଦା ଶ୍ରୀଶ୍ରୀହରିବଳଦେବଜୀଉ ମନ୍ଦିର ସମ୍ମୁଖରେ ସମସ୍ତ ସେବାୟତଙ୍କ ସମେତ ଜନସାଧାରଣ ଆଜି ପୂର୍ବାହ୍ନ ୯ଟା ସମୟରେ ୯ ମିନିଟ୍ ପାଇଁ ଘଣ୍ଟଘଣ୍ଟା ଶଙ୍ଖ ଆଦି ବଜାଇ ପ୍ରତିବାଦ ଜଣାଇଥିଲେ। ଏଥିରେ ଓଡିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ଵର ତ୍ରିପାଠୀଙ୍କ ନେତୃତ୍ବରେ ଅରୁଣ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ଲକ୍ଷ୍ମଣ କୁମାର ତ୍ରିପାଠୀ, ଦେବକାନ୍ତ ପଣ୍ଡା, ଜୟନ୍ତ କୁମାର ତ୍ରିପାଠୀ, ଅମିତ କୁମାର ମିଶ୍ର, ରାଧାଶ୍ୟାମ ମହାପାତ୍ର, କ୍ଷିତିଶ ତ୍ରିପାଠୀ, ଶୁଭଲୋଚନ ଦେଓଘରିଆ, ଅଚ୍ୟୁତ ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ସହ ବହୁ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ଥିଲେ । ଏଥିସହିତ ଅନ୍ୟାନ୍ୟ ମଠ ମନ୍ଦିର ସମ୍ମୁଖ ଏବଂ ସେବାୟତମାନଙ୍କୁ ବାସଗୃହ ସମ୍ମୁଖରେ ମଧ୍ୟ ଅନୁରୂପଭାବେ ପ୍ରତିବାଦ କରାଯାଇଥିଲା । ଦର୍ଶାଯାଇଛି ଯେ, ଏହି ମନ୍ଦିରଗୁଡିକରୁ ସେବାୟତମାନେ ଯଜ୍ମାନଙ୍କ ମଙ୍ଗଳକାମନା ପୂଜା କରି ମିଳୁଥିବା ଦାନଦକ୍ଷିଣାରେ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଅଦ୍ୟାବଧୂ ରାଜ୍ୟ ସରକାର ସେବାୟତମାନଙ୍କ କଥା ଚିନ୍ତା ନ କରି ଭକ୍ତ ଓ ଭଗବାନମାନଙ୍କ ମଧ୍ୟରେ ଦୂରତ୍ବ ରଖୁଥିବା ଦୁର୍ଭାଗ୍ୟଜନକ । ଅନ୍ୟ ରାଜ୍ୟମାନଙ୍କରେ ମଠ ମନ୍ଦିର ଖୋଲାଯାଇଛି । ଏପରିକି ରାଜ୍ୟରେ ଗାଡ଼ିମୋଟର ଆଦି ଯାନ ଚଳାଚଳ ଆରକ କରିଥିବା ସହିତ ସମସ୍ତ ଦୋକାନବଜାର ବ୍ୟବସାୟ ପ୍ରତିଷ୍ଠାନମାନ ଖୋଲା ରହିଛି ଏଣୁ ଆଉ ବିଳମ୍ବ ନ କରି ରାଜ ମଠମନ୍ଦିରଗୁଡ଼ିକୁ କୋଭିଡ ନିୟମ ଅନୁଯ ଖୋଲାଯିବା ସକାଶେ ରାଜ୍ୟ ସେବାୟତ ୧ ପକ୍ଷରୁ ଦୃଢ ଦାବି କରାଯାଇଛି ।
ମଠମନ୍ଦିର ଖୋଲାଯାଉନଥିବାରୁ ଘଣ୍ଟଘଣ୍ଡା ବଜାଇ ସେବାୟତ କଲେ ପ୍ରତିବାଦ
|
October 8, 2020 |