ଯାଜପୁର ସଦର, ୨୫ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମର ସୁଶାନ୍ତ କୁମାର ନାୟକଙ୍କର ଏକ ମାତ୍ର ପୁତ୍ର ଦେବାଶିଷ ନାୟକ ଗତକାଲି ଭଦ୍ରକରୁ ନିଜ ଗ୍ରାମ ଭଗବତୀପୁରକୁ ଭୋଟ ଦେବାପାଇଁ ସାଙ୍ଗ(ହଇ) ସହିତ ଆସି ଭୋଟ ଦେଇ ଆଜି ସକାଳୁ ସାଙ୍ଗ ସହିତ ୬ଟାରେ ବାଇକରେ କର୍ମକ୍ଷେତ୍ରକୁ ଯାଉଥିବା ବେଳେ, ସକାଳ ୭.୩୦ ମିନିଟରେ ଭଦ୍ରଦକର ପଟ୍ଟାପୋଲ କଣ୍ଟି ନିକଟରେ ରାସ୍ତରେ ଏକ ର୍ଡମ୍ଫର ଥିଆ ହୋଇଥିବା ବେଳେ, ଦେବାଶିଷ(ବୁଲୁ) ଓ ତାଙ୍କ ସାଙ୍ଗ(ହଇ) ଦୁଇଜଣ ଯାଉଥିବା ସମୟରେ ଡ୍ରମ୍ଫର ସହିତ ବାଇକ ଧକ୍କା ହୋଇଥିଲା । ଦେବାଶିଷ ଘଟଣା ସ୍ଥଳରେ ବାଇକରୁ ଛିଟିକି ପଡ଼ିବା ସହିତ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସ୍ଥାନୀୟ କିଛି ଗ୍ରାମବାସୀ ଦେବାଶିଷ ଏବଂ ତାଙ୍କ ସାଙ୍ଗକୁ ଭଦ୍ରକ ମେଡିକାଲୁ ନେଇଯାଇଥିଲେ । ଦେବାଶିଷଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ହଇ ଗୁରୁତର ଆହତ ହୋଇଛନ୍ତି, ହଇର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ, ନାକ ଫାଟିଯାଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ହଇକୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଦେବାଶିଷର ମୃତ୍ୟୁଖବର ବନ୍ଧଡିହରେ ପହଁଞ୍ôଚବା କ୍ଷଣି ଦେବାଶିଷର ବାପା ସୁଶାନ୍ତ ନାୟକ, ମା ଏବଂ ପରିବାର ସଦସ୍ୟମାନେ ଘଟଣା ସ୍ଥଳକୁ ଯାଇଥିବା ବେଳେ, ଦେବାଶିଷଙ୍କର ମୃତଦେହ ପୋଷ୍ଟବଟମ କରାଯିବା ପାଇଁ ଭଦ୍ରକ ମେଡିକାଲକୁ ନିଆଯାଇଥିବାରୁ ଦେବାଶିଷର ସାଙ୍ଗମାନେ ଭଗବତୀପୁର ଗ୍ରାମର ସାଙ୍ଗମାନେ ଭଦ୍ରକ ମେଡିକାଲକୁ ଯାଇଥିବା ସୂଚନା ମିଳିଚି । ଦେବାଶିଷଙ୍କ ମୃତ୍ୟୁରେ ବନ୍ଧଡିହ ଭଗବତୀପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଚି । @ SandhanNews
ଭୋଟ ଦେଇ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ରାଜପଥରେ ଜୀବନ ଦିପ ଲିଭିଗଲା
|
February 25, 2022 |