ଭେଲ୍ଲୀ ସିଟି ପୁସ୍ତକ ମେଳା ର ଚତୁର୍ଥ ଦିନ ରେ ପହଁଞ୍ଚିଲେ ସୌମ୍ଯରଞ୍ଜନ ପଟ୍ଟନାୟକ, ଓଡ଼ିଆ ସାହିତ୍ୟ ପାଠ ର ଆସର

Spread the love
  •  
  •  
  •  
  •  
  •  

ଯୋଡା୦୯/୦୧- କେନ୍ଦୁଝର ଜିଲ୍ଲା ଖଣି ପରିବେଷ୍ଟିତ, ଖଣି ବହୁଳ ଅଞ୍ଚଳ ରେ ସାହିତ୍ୟ ଆଲୋଚନା ଓ ପୁସ୍ତକ ମେଳା ପରି ଏକ ମେଳା ର ଆୟୋଜନ କରିଥିବାରୁ ଆୟୋଜକ ତାରିଣୀ ପ୍ରସାଦ ମହାନ୍ତି ଙ୍କୁ ସବୁ ବର୍ଗ ରୁ ଅନେକ ପ୍ରସଂଶା ମିଳୁଥିବା ବେଳେ ଏହି କାର୍ଯ୍ୟକ୍ରମ ସୁରୁଖୁରୁ ରେ ଚାଲିଛି।  ଆଜି ଚତୁର୍ଥ ଦିନରେ ଉକ୍ତ ପୁସ୍ତକ ମେଳାରେ ଏକ ସାହିତ୍ୟ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାହିତ୍ୟ ସଂସଦ ର ସଭାପତି ସୁନାମ ଧନ୍ଯ କବି ଦେବାଶିଷ ଚକ୍ରବର୍ତ୍ତୀ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ  କବି ପିନାକୀ ମିଶ୍ର ଙ୍କ ସଭାପତିତ୍ଵ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟ ବକ୍ତା ଭାବେ ଡାକ୍ତର ଚିତ୍ତ ମିଶ୍ର (ସମ୍ପାଦକ ମିଳନି  ସାହିତ୍ୟ ସଂସଦ କେନ୍ଦୁଝର),ସମ୍ମାନୀୟ ଅତିଥି ଡାକ୍ତର ସୁମନ ନାଏକ (ସାହିତ୍ୟ ପ୍ରାଧ୍ୟାପକ ଡିଡି କଲେଜ କେନ୍ଦୁଝର) ଏହି କାର୍ଯ୍ୟକ୍ରମକୁ କବି ଦେବଦର୍ଶ ଦାସ ଓ ଡାକ୍ତର ଆଭା ମିଶ୍ର ସଞ୍ଚାଳନ କଟିଥିବା ବେଳେ ପ୍ରକାଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଆଖାପାଖ ଅଞ୍ଚଳରେ ଥିବା କବି ମାନଙ୍କର ଖୁବ୍ ସୁନ୍ଦର୍ କବିତା ଶୁଣିବାକୁ ମିଳିଥିଲା।  ତେବେ ସମ୍ବାଦ ଖବରକାଗଜ ର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ସୌମ୍ଯ ରଂଜନ ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗ ଦେଇ ଉକ୍ତ ସାହିତ୍ୟ ସଭା ଓ ବୁକ ଫେୟାର କାର୍ଯ୍ୟକ୍ରମ ର ଶୋଭାକୁ ଦ୍ଵିଗୁଣିତ କରିଥିଲେ।

Related Posts

About The Author

Add Comment