ଭୂଷୁଣ୍ଡପୁର ପଂଚାୟତରେ ଭାରତ ଭୂଷଣ ପଣ୍ଡାଙ୍କ ପ୍ରଚାର ଆଗରେ, ବଢ଼ୁଛି ଭୋଟରଙ୍କ ସମର୍ଥନ

Spread the love

ବଡଚଣା, ((ସନ୍ଧାନ ନ୍ୟୁଜ) ସମୟ ଯେତିକି ପାଖେଇ ଆସୁଛି ଧିରେ ଧିରେ ପାର୍ଥୀ ଏବଂ ପାର୍ଥୀନଙ୍କ ପ୍ରଚାର ସେତିକି ବଢ଼ିବାରେ ଲାଗିଛି । ବିଭିନ୍ନ ପଂଚାୟତରେ ପାର୍ଥୀମାନେ ଭୋଟରଙ୍କ ଘର ମୁହାଁ ହୋଇଛନ୍ତି । ପ୍ରତିଦିନ ଭୋଟରଙ୍କ ଘରକୁ ଯାଇ ନିଜ ସପକ୍ଷରେ ଭୋଟ ଦେବା ପାଇଁ କହୁଛନ୍ତି । ସେଥିରୁ ବାଦ ପଡିନି ବଡଚଣା ନିର୍ବାଚନ ମଣ୍ଡଳୀର ଭୁଷଣ୍ଡପୁର ଗ୍ରାମ ପଂଚାୟତ । ଏହି ପଂଚାୟତରେ ୩ଜଣ ପାର୍ଥୀ ହୋଇଥିବା ବେଳେ ଜଣେ ଉଦ୍ୟମୀ ସମାଜସେବୀ ଯୁବ ସମ୍ବାଦିକ ଏଥର ସ୍ୱାଧୀନ ଭାବରେ ସରପଂଚ ପଦ ପାଇଁ ପ୍ରତିଯୋଗିତା କରୁଛନ୍ତି । ପୂର୍ବରୁ ସେ ପ୍ରୟାସ ସ୍ୱଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ବଡଚଣାର ବିଭିନ୍ନ ଅଂଚଳରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ଯୋଗାଇଦେଇ ବେଶ ପ୍ରଂଶସା ସାଉଁଟିଥିବା ବେଳେ ଏହି ପଂଚାୟତକୁ ଆସିଥିବା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଜୟନ୍ତୀ ପ୍ରତିବର୍ଷ ଏଠାରେପାଳନ କରିବା ସହିତ ଗରିବଙ୍କ ସେବା କରି ପଂଚାୟତବାସୀଙ୍କ ପ୍ରିୟ ହୋଇପାରିଛନ୍ତି । ଫଳରେ ତାଙ୍କୁ ଏଥର ପଂଚାୟତ ବହୁ ଜନତା ସମର୍ଥନ କରୁଥିବା ଲକ୍ଷ କରାଯାଇଛି । ଅନ୍ୟପଟରେ ନିଜର ସାଧରଣ ନିଆର ଚାଲିଚଳଣ ସହିତ ଜଣେ ନିଷ୍ଠାବାନ ପରୋପକାରୀ ଯୁବକ ଭାବରେ ସେ ଏହି ଅଂଚଳରେ ଜଣାଶୁଣାଥିବା ବେଳେ ବାବା ଭୈରବା ନନ୍ଦ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ସେବା ଯୋଜନାର ମୁଖ୍ୟ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୁତ୍ର ହୋଇଥିବା ଯୋଗୁ ମଧ୍ୟ ଜନମାନସରେ ବେଶ ପରିଚିତ । ସେଥିପାଇଁ ସାଧରଣ ବୁଦ୍ଧିଜିବୀ ମାନେ ତାଙ୍କୁ ଏଥର ସରପଂଚ ପଦବୀରେ ଦେଖିବା ପାଇଁ ମଧ୍ୟ ଅନ୍ତରରୁ ଆର୍ଶିବାଦ ଦେଉଛନ୍ତି । ତେବେ ତାଙ୍କର ଚିହ୍ନ ସୁର୍ଯ୍ୟ ବିପୁଳ ପ୍ରଚାରରେସେ ଲାଗିପଡିଛନ୍ତି । ପୂର୍ବରୁ ଦୁଇଜଣ ପ୍ରତିଯୋଗୀ ଏଠାରେ ପାଂଚ ବର୍ଷ ଧରି ଶାସନ କରିଥିବା ବେଳେସେଭଳି କୌଣସି ଭଲ କାର୍ଯ୍ୟ କରିନଥିବାରୁ ଭୋଟରୁ ସେମାନଙ୍କ ଠାରୁ ମୁହଁ ବୁଲାଉଛନ୍ତି । ତେବେ ଏଥର କ୍ଷମତାକୁ ଆସିଲେ ସର୍ବପ୍ରଥମେ ପଂଚାୟତରେ ଥିବା ଗରିବ ଲୋକଙ୍କ ଦୁଃଖ ବୁଝିବା ସହିତ ପଂଚାୟତ ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ଭୋଟର ମାନଙ୍କ ପ୍ରତିଶୃତି ଦେଇଛନ୍ତି ।

Related Posts

About The Author

Add Comment