ଭୁବନେଶ୍ୱର ୪/୭ (ସନ୍ଧାନ ନିୟୁଜ): ବୁଧବାର ଭୁବନେଶ୍ୱରରେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଯୁବ କଂଗ୍ରେସ ବିଶାଳ ସମାବେଶ କରିଛି । ଓଡ଼ିଶାର ଚାଷୀ ଓ ବେକାର ସମସ୍ୟାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ବିମୁଖ ଥିବା ଦର୍ଶାଇ ଏହି ବିଶାଳ ସମାବେଶ କରିଛି ଯୁବ କଂଗ୍ରେସ । ଏ ନେଇ ଯୁବ କଂଗ୍ରେସ ନବୀନ ନିବାସ ଘେରାଓ କରିବାକୁ ଯାଉଥିବା ସମୟରେ ପୁଲିସ ବାଧା ଦେଇଥିଲା। ଫଳରେ ହଠାତ୍ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହାପରେ ପୁଲିସ ବହୁ କଂଗ୍ରେସ ନେତାଙ୍କୁ ରାଜମହଲ ଛକ ନିକଟରୁ ଗିରଫ କରିଛି। ରାଲିରେ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଏହି ର୍ୟାଲିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟର ଅନ୍ୟ ବରିଷ୍ଠ କଂଗ୍ରେସ ନେତା ସାମିଲ ଥିଲେ।
ଭୁବନେଶ୍ୱର: ଯୁବ କଂଗ୍ରେସ ର୍ୟାଲିରେ କର୍ମୀ ଓ ପୁଲିସ ଧସ୍ତାଧସ୍ତି, ବହୁ କଂଗ୍ରେସ ନେତା ଗିରଫ
|
July 4, 2018 |