ଭୁବନେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରଙ୍କ ବଂଧୁ ମିଳନ

Spread the love

ଧର୍ମଶାଳା,୧୦/୪ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଳକ ଅନ୍ତର୍ଗତ ବୁନେଶ୍ୱରୀ ଉଚ୍ଚବିଦ୍ୟାଳୟର ୨୦୧୪ଶିକ୍ଷାବର୍ଷର ଛାତ୍ରୀଛାତ୍ରମାନଙ୍କର ଏକ ବଂଧୁମିଳନ ପର୍ବ ବିଦ୍ୟାଳୟର ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ ଛାତ୍ରୀଛାତ୍ରମାନେ ଏକ ଗୁରୁ ପୂଜା ସହ ଗୁରୁଶିଷ୍ୟର ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯୋଗଦେଇ ଥିବା ଶିକ୍ଷକମାନେ ଗୁରୁଶିଷ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ । ଛାତ୍ରୀଛାତ୍ରମାନେ ଗୁରୁ ଶିଷ୍ୟ , ପୂଜ୍ୟପୂଜାର ବେତିକ୍ରମ ଯୋଗୁ ସମାଜ ଉପରେ ଏହାରକୁ ପ୍ରଭାବ ହେତୁ ସୁସ୍ଥ ସମାଜ ଗଠନ ହୋଇପାରିନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଦେବାଶିଷ ଦାସ, ମାନସ ରଂଜନ ଦାସ, ସୁରେଶ ସେଠୀ, ସିଲୁ ପରିଡା, ଅନିତା ସେଠୀ, ପୂଜା ନାୟକ, ବିଜୟ ସେଠୀ, ନିହାର ରଂଜନ ନାୟକ, ଜ୍ଞନରଂଜନ ଦାସ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ପରିଶେଷରେ ଛାତ୍ର ନେତା ସୌମ୍ୟରଂଜନ ମହାରଣା ଧନ୍ୟବାଦ ଅପର୍ଣ କରିଥିଲେ ।

Related Posts

About The Author

Add Comment