ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବେ ଅପରାଜିତା

Spread the love

ଗତ ସେପ୍ଟେମ୍ବର ମାସରେ ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଆବେଦନ କରିଥିଲେ।କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିଯିବାର ଥିଲା।ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା।ସେ ରାଜ୍ୟ ଶିକ୍ଷା ବିଭାଗ ସଚିବ,ବିଏମସି କମିଶନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି।ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ।କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଯୋଗଦେଇଥିଲେ।ଚଳିତ ମାସରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଶେଷ ହେବାର ଥିଲା।ଭୁବନେଶ୍ୱରରୁ ଅପରାଜିତା ବିଜେପି ଏମପି ପାର୍ଥି ହେବା ଆଲୋଚନାକୁ ନେଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ମହଲରେ ଚିନ୍ତା ବଢାଇଦେଇଛି।

ODIAPUA

Related Posts

About The Author

Add Comment