ସୁନ୍ଦରଗଡ଼ ତା:୨୧-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଦିନ ଅପରାହ୍ନ ୨ଟା ସମୟରେ ବାଲିଶଙ୍କରା କଟଙ୍ଗ ନାଲା ପୋଲ ତଳକୁ ଏକ ଟ୍ରଳର ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଥିଲା l ସୂଚନା ଅନୁସାରେ ଆଜି ଦିନ ଅପରାହ୍ନ ୨ଟା ସମୟରେ ଛତିଶଗଡ ପଟୁ ସି.ଜି -୦୬-ଏଚ.ଏଚ ୦୮୫୭ନମ୍ବର ଥିବା ଏକ ଟ୍ରଳର ଦ୍ରୁତଗତି ଆସୁଥିବା ବେଳେ ବାଲିଶଙ୍କରା ପଞ୍ଚାୟତ ଅଞ୍ଚଳର ଜଣେ ବୃଦ୍ଧା ବ୍ୟକ୍ତି ରାସ୍ତା କଡରେ ଚାଲି ଚାଲି ଯାଉଥିବା ବେଳେ ଟ୍ରଳର ହାଲୁକା ଧକ୍କା ମାରି ଥିବାର ଲୋକେ ଏହା ଦେଖି ଟ୍ରଳର କୁ ପିଛା କରିଥିଲେ l ଡ୍ରାଇଭର ଜଣକ ଭୟଭୀତ ହୋଇ ଦ୍ରୁତଗତି ରେ ପଳାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରଳର କଟଙ୍ଗ ନାଲା ପୋଲ ତଳକୁ ଓଲଟି ପଡ଼ିଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ଖବର ପାଇ ତଲସରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି l
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରଳର , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ,ତଳସରା ପୋଲିସ ର ତଦନ୍ତ ଜାରି
|
November 21, 2026 |



