ଭାରତର ଜାତୀୟ ଗୀତି ‘ବନ୍ଦେ ମାତରମ୍’ର ଭାବାର୍ଥ କ’ଣ ଜାଣନ୍ତି?
ଭାରତର ଜାତୀୟ ଗୀତି ‘ବନ୍ଦେ ମାତରମ୍’ର ଭାବାର୍ଥ କ’ଣ ଜାଣନ୍ତି?
Manas Kumar Rout |
August 30, 2018 |
ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।
ଗୀତଟି ହେଉଛି:
‘ବନ୍ଦେ ମାତରମ୍
ସୁଜଲାମ୍ ସୁଫଲାମ୍
ମଲୟଜ ଶୀତଲମ
ଶସ୍ୟାଶାମଲାମ ମାତରମ୍
ବନ୍ଦେ ମାତରମ୍
ଶୁଭ୍ରଜ୍ୟୋସ୍ନା ପୁଲକିତ ୟାମିନିମ୍
ଫୁଲ୍ଲକୁସୁମିତ ଦ୍ରୁମଦଲଶୋଭିନୀମ୍
ସୁଭାସିନୀମ୍
ସୁମଧୁର ଭାସିଣୀମ୍
ସୁଖଦାମ୍ ବରଦାମ୍
ମାତରମ୍
ବନ୍ଦେ ମାତରମ୍’
ଯାହାର ଅର୍ଥ ହେଉଛି, ‘ସେ ମାଆକୁ ମୁଁ ବନ୍ଦନା କରୁଛି; ଯିଏ ମଧୁର ଜଳରେ ଭରା, ମଧୁର ଫଳରେ ଭରା ଏବଂ ଯାହାର ମଳୟ ଶୀତଳତା ପ୍ରଦାନ କରେ। ଶସ୍ୟରେ ଭରି ହୋଇ ଯାହାର ଭୂମିର ରଂଗ ସବୁଜ। ସେ ମାଆକୁ ବନ୍ଦୁଛି। ଯାହାର ଧଳା ରଂଗର ଜ୍ୟୋସ୍ନା ରାତିକୁ ପୁଲକିତ କରେ। ଯାହାର ଭୂମି ଫୁଲ ଓ ସୁସଜ୍ଜିତ ଗଛରେ ସଜେଇ ହୋଇଛି। ଯିଏ ସଦା ହସୁଥାଏ, ଯିଏ ସଦା ମଧୁର ଭାଷା କହେ। ଯିଏ ସୁଖ ପ୍ରଦାନ କରେ, ବର ଦାନ ଦିଏ। ସେ ମାଆକୁ ମୁଁ ପ୍ରଣାମ କରୁଛି।’
Related Posts
About The Author