ଭବିଷ୍ୟତ ମାଗଦର୍ଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡଚଣା, ୧୮/୨ (ସନ୍ଧାନ ନିୟୁଜ/ବିମଲ ବେହେରା) ବଡଚଣା ବ୍ଲକ ଅନ୍ତର୍ଗତ ଗରଗାଲିସ୍ଥିତ ମା ମଲୀଆଶୁଣୀ ସରକାରୀ ଉଚ୍ଚବିଦ୍ୟଳୟରେ ଏକ ଭବିଷ୍ୟତ ମାର୍ଗଦର୍ଶିକା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ନିରଞ୍ଜନ ଜେନା, ମୁଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ମାନସ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ନୈସେନା ଅଧିକାରୀ ମାନସ ରଂଜନ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ନାଗରିକ ହେବା ସହିତ ନିଜର ଲକ୍ଷ୍ୟ ସ୍ଥିର କରି ତାହା ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୁତ କରିଲେ ସଫଳତା ମିଳିପାରିବ ବୋଲି ମତ ଦେବା ସହିତ ଆଗମୀ ଭବିଷ୍ୟତରେ ନିଜର କ୍ୟାରିୟର କିପରି ଗଢ଼ିହେବ ତାହା ଉପରେ ମତ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଦୁଶାଃସନ ନାୟକ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ସତ୍ୟଭାମା ପରିଡା, ମମତା ଦାସ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଶେଷରେ ଜୈସôାରାଣୀ ବେହେରା ଧନ୍ୟନାବଦ ଦେଇଥିଲେ ।

Related Posts

About The Author

Add Comment