ଚଣ୍ଡିଖୋଲ,୫/୦୯(ସନ୍ଧାନ ନିୟୁଜ/ମାନସ ରାଉତ)-ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୨୮୮ଟି ଗାଁ କଲ୍ୟାଣ ସମିତି କେବଳ କାଗଜ କଲମରେ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ଗାଁର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଚିହ୍ନଟ କରିବା ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟର ପରିମଳ ବ୍ୟବସ୍ଥା, ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା, ଗ୍ରାମବାସୀଙ୍କ ମଧ୍ୟରେ ପରିମଳ ସଂପର୍କରେ ସଚେତନତା ସୃଷ୍ଟି କରିବା ଓ ସର୍ବୋପରି ଗ୍ରାମ ପରିବେଶ ଓ ପରିମଳ ପାଇଁ ସଚେତନତା ସୃଷ୍ଟି କରିବା ଗାଁ କଲ୍ୟାଣ ସମିତିର ଏକ ପ୍ରମୁଖ ଦାୟିତ୍ୱ ରହିଛି । ଏହି ସମିତିରେ ଗ୍ରାମର କିଛି ସଭ୍ୟ ଓ ସଭ୍ୟା ରହିଥାନ୍ତି । ସଭ୍ୟ/ସଭ୍ୟାମାନେ ଗ୍ରାମରେ ଥିବା ଅଙ୍ଗନୱାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମର ବିଭିନ୍ନ ସମସ୍ୟାକୁ ଚିହ୍ନଟ କରି ତା’ର ନିରାକରଣ ପାଇଁ ଚେଷ୍ଟା କରିବା ସମିତିର ମୂଖ୍ୟ ଲକ୍ଷ୍ୟ ଅଧିକନ୍ତୁ ଅଙ୍ଗନୱାଡ଼ଇ କର୍ମୀ, ଆଶା କର୍ମୀ ବର୍ଷକୁ ଥରେ ଦୁଇଥର ସଭା କରି ଗ୍ରାମବାସୀଙ୍କୁ ଭୂୟାଁ ବୁଲାଇଛନ୍ତି ବୋଲି ଅଭିଯୋଗ ହେଉଅଛି । ସମିତି ପାଇଁ ବର୍ଷକୁ ୧୦ ହଜାର ଟଙ୍କା ପ୍ରେସôାହନ ରାଶି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମିଳିଥାଏ । ମାତ୍ର ୧୦ ହଜାର ଟଙ୍କା ଅର୍ଥ କେଉଁ ବାଟରେ ଓ କିପରି ଖର୍ଚ୍ଚ ହୋଇଥାଏ ତାହା ଗ୍ରାମର ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ।
ବଡ଼ଚଣା ନିର୍ବାଚନ ମଣ୍ଡଳୀର ୪୩ ଗୋଟି ପଂଚାୟତର ସମସ୍ତ ଗ୍ରାମରେ କାର୍ଯ୍ୟ କରୁଥିବା ଗାଁ କଲ୍ୟାଣ ସମିତି ପ୍ରୋସôାହନ ରାଶିକୁ ମିଳିମିଶି ହରିଲୁଟ୍ କରୁଥିବା ଜଣାଯାଇଛି । ଗ୍ରାମର ପରିମଳ ହେଉ କି ଗ୍ରାମ ପୋଖରୀ ସଫା, ଗ୍ରାମ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଆବର୍ଜନା, ସଂକ୍ରାମକ ରୋଗ ନ ବ୍ୟାପିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟ ହେଉନଥିବା ଜଣାଯାଇଛି । ଏହି ଗାଁ ସମିତିର କାର୍ଯ୍ୟକୁ ତଦରଖ କରିବା ପାଇଁ ମଧ୍ୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀମାନେ ଦୃଷ୍ଟି ପକାଉନାହାଁନ୍ତି । ସୁସ୍ଥ ପରିବେରେ ଗ୍ରାମବାସୀମାନେ ରହିବା ପାଇଁ ରାଜ୍ୟ ସରକାର କରିଥିବା ଗାଁ କଲ୍ୟାଣ ସମିତି ଦିଗହରା ହେବା ସହ ଯେଉଁ ଅର୍ଥ ଆସୁଛି ତାହା ମଧ୍ୟ ବାଟମରଣା ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଅଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।