ବ୍ୟାଙ୍କ ଫ୍ରଡ୍‌, ଗ୍ରାହକଙ୍କୁ ଚୂନା ଲଗାଇଥିବା ୩ ବ୍ୟାଙ୍କ କର୍ମଚାରୀ ଗିରଫ

Spread the love

ଭୁବନେଶ୍ୱର, ୨୬/୦୧/୨୦୧୨ (ସନ୍ଧାନ ନିଉଜ) : ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ ଫ୍ରଡ୍ । ଗ୍ରାହକଙ୍କୁ ଚୂନା ଲଗାଇ ଖୋଦ୍ ବ୍ୟାଙ୍କ ମ୍ୟାନେଜର ଗିରଫ । ଭୁବନେଶ୍ୱର ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଗ୍ରାହକଙ୍କ ଡକ୍ୟୁମେଣ୍ଟ ନେଇ ଜାଲ କାଗଜପତ୍ର ତିଆରି କରି ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ୩ ବ୍ୟାଙ୍କ କର୍ମଚାରୀଙ୍କୁ ଆଜି ଇଓଡବ୍ଲ୍ୟୁ ଗିରଫ କରିଛି । ୨୦୧୭ ମସିହାରେ ଏହି ଠକେଇ ହୋଇଥିବା ବେଳେ ଗତ ଡିସେମ୍ବର ମାସରେ ଇଓଡବ୍ଳ୍ୟୁ ରେ ଏ ନେଇ ଅଭିଯୋଗ ହୋଇଥିଲା । ଜାଲ କାଗଜପତ୍ର ଜରିଆରେ ୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଲେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ଓ ତାଙ୍କର ଦୁଇ ସହଯୋଗୀ ଫିଲଡ୍ ଅଫିସର ।

Related Posts

About The Author

Add Comment