ବ୍ରହ୍ମବରଦା ପଞ୍ଚାୟତରେ ସରକାରୀ ଯୋଜନା ଅପହଂଚ କାହିଁକି ?

Spread the love

ବ୍ରହ୍ମବରଦା, ୧୮/୧୦/୨୦ (ସନ୍ଧାନ ନିଉଜ) : ବରୀ ନିର୍ବାଚନ ମଣ୍ଡଳୀ ତଥା ରସୁଲପୁର ବ୍ଳକର ବ୍ରହ୍ମବରଦା ପଞ୍ଚାୟତରେ ସରକାରୀ ଯୋଜନା ସଠିକ ଭାବରେ ପହଞ୍ଚୁ ନଥିବାର ଦେଖିବାକୁ ମିଳିଛି । ସରକାରଙ୍କ ବିଭିନ୍ନ ଜନମଙ୍ଗଳୀ ଯୋଜନା ଅବହେଳିତ ଗରିବ, ଦିବ୍ୟାଙ୍ଗ, ସ୍ବାମୀ ପରିତ୍ୟକ୍ତା ,ବିଧବା ତଥା ଅବିବାହିତ ଭଳି ହିତାଧୀକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯେପରି ସାମାଜିକ ସୁରକ୍ଷାରେ ଯୋଜନାରେ ସେକ ସରାଜୁଦିନ, ସେକ ତଫିରୁଧିନ, ସେକ ଲିଆକୁଦିନ ଓ ସେକ ଆଲ୍ଲାଉଦିନ ଭଳି ବହୁ ଦିବ୍ୟାଙ୍ଗ, ଆବେଦା ବେଗମ, ନରଗିସ ବିବି ,ଫରିଦା ଖାତୁନ ଭଳିବହୁ ଅବିବାହିତ ଓ ୱହେଦା ବାନୋ, ଖୁରସିଦା ପରବିନ ଭଳି ସ୍ବାମୀ ପରିତ୍ୟକ୍ତା ଓ ଅଜମନ ବିବି, ନୁରଜାହା ବିବି, ରସିଦା ଖାଲା ପରିବହୁ ବୃଦ୍ଧାବୃଦ୍ଧମାନଙ୍କୁ ବୟସ ୭୦ରୁ ଅଧିକ ହୋଇଥିଲେ ମଧ୍ୟ ଆଜି ଯାଏଁ ଭତ୍ତା ମିଳିନାହିଁ। ପଞ୍ଚାୟତର ୨ଓ ୩ ନଂବର ୱାର୍ଡରେ ୨୦ରୁ ଅଧିକ ପରିବାର ଭଙ୍ଗାରୁଜା ଘରେ ରହୁଥିବା ବେଳେ ସେମାନଙ୍କୁ ମିଳିପାରିନାହି ଆବାସିକ ଯୋଜନାରେ ପକ୍କାଘର, ହିତାଧୀକାରୀ ପକ୍କାଘର ବିଷୟରେ ପଚାରିଲେ ବର୍ଷବର୍ଷ ମିଳୁଛି ପ୍ରତିଶୃତି । ମହସର ଅଲ୍ଲୀ, ହନାନ ଖାନ,ଆଲ୍ଲାଉଦିନ, ସେକ ଲିଆକୁଦିନ, ସେକ ତଫିଜୁଲ ହୋସେନ, ସେକ ସରାଜୁଦିନ ,ସେକ ନସିରୁଲା ଓ ଖୁରସିଦା ପରବିନ ଭଳି ପଞ୍ଚାୟତର ଶତାଧିକ ଅତିଗରିବ ପରିବାର ବହୁବର୍ଷ ଧରି ରେସନକାର୍ଡରୁ ବଞ୍ଚିତ ହେଉଥିଲେ ମାତ୍ର କରୋନା ମହାମାରୀ ସମୟରେ ପ୍ରଶାସନ ତନାଘନା କରିବାରୁ ସେମାନଙ୍କୁ ରେସନ କାର୍ଡ ମିଳିଥିଲା, ଏଥିରୁ ସ୍ପଷ୍ଟ ଜଣାପଡ଼େ ଯଦି କରୋନା ମହାମାରୀ ନହୋଇ ଥାଆନ୍ତା, ତାହାହେଲେ ଉକ୍ତ ପରିବାରଗୁଡିକ ରେସନ କାର୍ଡ ପାଇପାରି ନଥାଆନ୍ତେ। ତାହାଛଡା ଏବେବି ବହୁଗରିବ ପରିବାର ରେସନ କାର୍ଡରୁ ବଞ୍ଚିତ ଅଛନ୍ତି । ଯାହାକି ବହୁବାର କହିବା ପରେ ମଧ୍ୟ ମିଳୁନି । ସେହିପରି ସ୍ବଛ ଭାରତ ଅଭିଯାନରେ ପାଇଖାନା ଯୋଜନା ଗରିବ ପରିବାର ପାଖରେ ପହଞ୍ଚିପାରିନଥିବା ବେଳେ ଉଜ୍ବଳ ଗ୍ୟାସ ଉପଯୁକ୍ତ ହିତାଧୀକାରୀ ପାଖରେ ପହଞ୍ଚିପାରିନାହିଁ , ସେହିଭଳି ଦିନମଜୁରିଆ ହୋଇଥିଲେ ମଧ୍ୟ ସେମାନଙ୍କ ପାଖରେ ଜବକାର୍ଡ,ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟଟିଏ ନାହିଁ , ଯଦିବି ଅଛି ପଞ୍ଚାୟତସ୍ତରୀୟ ନରୋଗା ଯୋଜନାରେ କାମ ଯୋଗାଇ ଦିଆଯାଉନାହିଁ। ଯାହାଫଳରେ ବହୁ ଲୋକେ କାମ ଅନ୍ବେଷଣ ରେ ବାହାର ରାଜ୍ୟକୁ ଯିବାର ବହୁତ ନଜିର ରହିଛି। ଦିବ୍ୟାଙ୍ଗ ମାନଙ୍କୁ ସରକାର ବିଶେଷ ସୁବିଧା ଦିଆଯାଉଥିବା ବେଳେ ବଉଳା ଘାଇଦାଣ୍ଡିର ସେକ ଅଜଗର ଶ୍ରବଣ ବାଧିତ ଓ ବକବାଧିତ ହୋଇଥିବାରୁ ବନ୍ୟାଜନିତ ଜରିପାଲ ଓ ରିଲିଫ ବଞ୍ଚିତ ହୋଇଥିଲେ । ଚଳିତବନ୍ୟାରେ ବ୍ରହ୍ମବରଦାର ଆଜାଦନଗର ରେ ଏକ ବିରାଟଘାଇ ହେବାଫଳରେ ଏହି ପଞ୍ଚାୟତର ଚାରିଟି ୱାର୍ଡ ପ୍ରଭାବିତ ହୋଇଥିଲେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଜରିପାଲ,ରିଲିଫ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ଯେଉଥିରେକି ବହୁ ଯୋଗ୍ୟ ବନ୍ୟାବିପନ୍ନଙ୍କୁ ଏହି ସହାୟତା ମିଳିନଥିଲା, ଓ ଏଠାରେ ଗୋଟିଏ ପାଲକୁ କାଟି ଚାରିଖଣ୍ଡ ଚାରିଜଣଙ୍କୁ ବଣ୍ଟନ କରାଯାଇଥିଲା, ପରେ ତହସିଲ ପକ୍ଷରୁ ବଞ୍ଚିତ ବନ୍ୟାବିପନ୍ନଙ୍କୁ ଜରିପାଲ ଯୋଗାଇ ଦିଆଯାଇଥିଲା। ଏସବୁ ଅବହେଳା ଖବର ପ୍ରତିଦିନ ଗଣମାଧ୍ୟମର ପ୍ରକାଶ ପାଉଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ ଏବିଷୟରେ ହାଲୁକା ଭାବରେ ନେଇ ବିଭ୍ରାନ୍ତିକର ମନ୍ତବ୍ଯ ଦେଉଛନ୍ତି। ଯେତେବେଳେ ସରକାର ଗରିବୀ ଯୋଜନାକୁ କାର୍ଯ୍ୟକରିବା ପାଇଁ ସରପଞ୍ଚଙ୍କ ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସମିତିସଭ୍ୟ,ୱାର୍ଡମେମ୍ବର ,ନାଏବ ସରପଞ୍ଚ, ସ୍ବଂୟ ସହାୟତା ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଭଳିବହୁ କର୍ମକର୍ତ୍ତା ରହିଛନ୍ତି ,ସେତେବେଳେ ଗରିବ ଅବହେଳିତ ପରିବାରକୁ ସଠିକ୍ ଭାବେ ଚୟନ କରି ସେମାନଙ୍କୁ ଯୋଜନାଭୁକ କରାଇବ । ମାତ୍ର ଏଠାରେ ଫଳମିଳୁଛି ଓଲଟା ପଞ୍ଚାୟତର ଗରିବମାନେ ଏସବୁ ସୁବିଧାରୁ ବଞ୍ଚିତ ହେଉଥିବାର ବାରମ୍ବାର ଅଭିଯୋଗ ଆସୁଛି। ହେଲେ ଅଭିଯୋଗ ସମାଧାନ କରିବା ବଦଳରେ ଉକ୍ତ ପଞ୍ଚାୟତର ସରପଞ୍ଚ ଲୋକଙ୍କ ସମସ୍ୟାକୁ ସମାଧାନ ନକରି ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକକର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଧମକ ଦେଇଛନ୍ତି।

ବନ୍ୟା ଯୋଗୁଁ ଜରିପାଲ ଯୋଗାଇ ଦିଆଯାଇଛି ଓ ଘରଭଙ୍ଗା କ୍ଷୟକ୍ଷତି ଆକଳନ ହୋଇଛି, ଯଦି କିଛି ଅଭିଯୋଗ ଆସେ ତଦନ୍ତ କରି ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରିବୁ ।

ଶ୍ରୀ ଜୋତିକାନ୍ତ ଭୁଜବଳ
ତହସିଲଦାର, ରସୁଲପୁର

ମୋ ପଞ୍ଚାୟତରେ କିଛି ଅବହେଳିତ ପରିବାରର ଅଭିଯୋଗ ଆସିନାହିଁ, ତେଣୁ ଅଭିଯୋଗ କରିଥିବା ଲୋକ ଓ ଗଣମାଧ୍ୟମ ଟଙ୍କା ମାଗୁଥିବା ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୀବି।

ବିଜୟ ଦାସ, ବ୍ରହ୍ମବରଦା ସରପଞ୍ଚ

Related Posts

About The Author

Add Comment