ଯାଜପୁର ସଦର,୦୬/୦୨(ସନ୍ଧାନ ନିୟୁଜ/ଗୋପିନାଥ ଦାସ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ରହ୍ମବରଦା ପ୍ରାଥମୀକ ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ ସ୍ୱାସ୍ଥ୍ୟକର୍ମୀ ଅଙ୍ଗନୱାଡ଼ି କର୍ମୀକୁ କରୋନା ଟୀକା ଦିଆଯାଇଥିଲା । ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଧଘାଟନ କରିଥିଲେ । ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଯୋଗଦେଇଥିବା ବେଳେ, ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ବିଶ୍ୱରଞ୍ଜନ କର, ୩୬ ନଂ ଜିଲ୍ଲା ପରିଷଦ ଜୋନର ଚତୁର୍ଭୁଜ ଦ୍ୱିବେଦୀ, ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡ. ବସନ୍ତ ପଣ୍ଡା ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ୧୬୦ ଜଣଙ୍କୁ ଟୀକା ଦିଆଯାଇଥିଲା । ଏହି ଟୀକା କାର୍ଯ୍ୟକର୍ମକୁ ଆୟୋଷ ଡ. ସନ୍ଧ୍ୟାରାଣୀ ଦ୍ୱିବେଦୀ, ଫାର୍ମାଶିଷ୍ଠ କଳ୍ପତରୁ ରଥ, ସହଯୋଗି କ୍ରିଷ୍ଣା ମହାପାତ୍ର, ସ୍ୱାସ୍ଥ୍ୟକର୍ମୀ ସୁଜାତା ଦାସ, ନର୍ସ ନିର୍ମଳା, ଚତୁର୍ଥ କର୍ମଚାରୀ ବିପିନ ମଲ୍ଲିକ, ସେକ୍ ସନୁଆର ଅଲ୍ଲୀ, ସିକ୍ୱୁରିଟି ସେକ୍ ସଦାପ ଯୋଗଦାନ କରିଥିଲେ । ୨୮ ଦିନ ପରେ ପୁଣି ଟିକା ଦିଆଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।
ବ୍ରହ୍ମବରଦାରେ ଟୀକା କରଣ କରାଗଲା
|
February 6, 2021 |