ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
ବ୍ରହ୍ମପୁର ୪/୭ (ସନ୍ଧାନ ନିୟୁଜ): ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୁଲିସ। ଏନକାଉଣ୍ଟରର ଶିକାର ହୋଇଛି କୁନା ବେହେରା। ଏନକାଉଣ୍ଟର ସମୟରେ କୁନାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ କୁନାକୁ ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋଳନ୍ଥରା ଓ ସଦର ଥାନା ପୁଲିସର ମିଳିତ ଉଦ୍ୟମରେ ଏନକାଉଣ୍ଟର କରାଯାଇଥିଲା। ଟାମଣା ଘାଟି ଇଲାକାରେ ଗୁଳି ବିନିମୟ ହୋଇଥିଲା। କୁନା ନିକଟରୁ ପିସ୍ତଲ ଓ ନମ୍ବର ବିହୀନ ବାଇକ ଜବତ ହୋଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।
Related Posts
About The Author