ବୌଦ୍ଧ ନାଟକ ରକ୍ତାତ ହୋଇଛି ଆଧୁନିକତା ଓ ନଗ୍ନତାରେ: ହରେକୃଷ୍ଣ ସାମନ୍ତ

Spread the love

ସନ୍ଧାନ ନିୟୁଜ୍ ପକ୍ଷରୁ ହରେକୃଷ୍ଣ ସାମନ୍ତଙ୍କୁ ଭେଟିଥିଲେ ମାନସ କୁମାର ରାଉତ

“ଏଇ ପ୍ରାଚୀନ ବୌଦ୍ଧ ନାଟକର ନିଆରା ଶୈଳୀକୁ ଗୁରୁକୂଳ ମାଧ୍ମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ କିଛି ଅଭିଜ୍ଞ ଓ ଅନଭିଜ୍ଞ କଳାକାର ମାନେ ଶିକ୍ଷା ଗ୍ରହଣ କରୁଛନ୍ତି ତାଙ୍କ ତତ୍ତ୍ୱାବଧାନରେ ନିଜସ୍ୱ ଖର୍ଚ୍ଚରେ ଏସବୁ କାର୍ଯ୍ୟକ୍ରମ କରିବା ସହିତ ସେ ଆରମ୍ଭ କରିଛନ୍ତିଏକ ବୁଦ୍ଧିଷ୍ଟ୍ ଲାଇବ୍ରେରୀ “Nation”(ବଡଚଣାର ବୁଡାକେନ୍ଦୁଆ ଠାରେ ଅବସ୍ଥିତ ) ଅନାଥ ଆଶ୍ରମର କୁନି କୁନି ପିଲାଙ୍କୁ ନେଇ ବୁଦ୍ଧଜାତକ କାହାଣୀ ଉପରେ ପ୍ରସ୍ତୁତ କରିଛନ୍ତି ମୁକ୍ତମଂଚ ନାଟକ ଯାହା ଆଗାମୀ ଦିନେରେୀ ଚଣ୍ଡିଖୋଲ ଛକଠାରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ପରିବେଷଣ କରିବ ଏଇ ସାଂସ୍କୃତିକ କାର୍ଯ୍ୟକ୍ରମ , ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ମୁକ୍ତମଂଚ କଳାକାରଙ୍କୁ ନେଇ ଆରମ୍ଭ କରିଛନ୍ତି “Buddhist Drama work shop”ଯାହା ଯୁବଏକତାର ବାର୍ତ୍ତା ବହନ କରିବା ସହିତ ଗ୍ରାମାଞ୍ଚଳ ଲୁକାୟିତ କଳା ପ୍ରତିଭା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ” । ହରି ସାମନ୍ତ ଓଡ଼ିଶାର ବୌଦ୍ଧ ନାଟକ ଉପରେ ଗବେଷଣା କରୁଥିବା ଆଙ୍ଗୁଠି ଗଣତି ନାଟ୍ୟକାର ଓ ନାଟ୍ୟ ନିଦେ୍ର୍ଦଶକ ମଧ୍ୟରୁ ଜଣେ । ଦୀର୍ଘ ବର୍ଷ ଧରି ଯାଜପୁର ଜିଲ୍ଲାର ଗ୍ରାମଦେବତୀ ପରମ୍ପରା ଓ ଗାଁ ଯନ୍ତାଳକୁ ନେଇ ତାଙ୍କର ଗବେଷଣା ଓ ନାଟ୍ୟ ନିଦେ୍ର୍ଦଶନା ଜାରିରଖିଛନ୍ତି । ବୌଦ୍ଧ ନାଟକ ଉପରେ ତାଙ୍କର ଲକ୍ଷ୍ୟ ଓ ଆବେଗ କ’ଣ ରହିଛି

ପ୍ରଶ୍ନ ୧. ନାଟକ ପରୀକ୍ଷା ପାଇଁ ଅନେକ କ୍ଷେତ୍ର ଥିଲେ ମଧ୍ୟ ଆପଣ “Buddhist Drama” ବାଛିଲେ କାହିଁକି?
ଉତ୍ତର: କାରଣ ଏହା ବିଶ୍ୱର ପ୍ରାଚୀନ ନାଟ୍ୟକଳାର ଏକ ନିଆରା ନାଟ୍ୟରୂପ । ଏହା ପ୍ରଚାରଧର୍ମୀ ଥିଲେ ମଧ୍ୟ ବାସ୍ତବବାଦୀ ଚିନ୍ତାଧାରାରେ ପ୍ରସ୍ତୁତ ହେଉଥିଲା, ଯାହା ବ୍ୟକ୍ତି ଚରିତ୍ର ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ୪ର୍ଥ ଶତାଦ୍ଦୀରେ ସଂସ୍କାର ନାଟକର ପ୍ରାଧାନ୍ୟ ଥିଲା । କିନ୍ତୁ ଏହା ସମ୍ଭ୍ରାନ୍ତ ବଂଶୀୟ ଲୋକମାନଙ୍କ ଦ୍ୱାରା ଆଦୃତ ଥିଲା, ଯେହେତୁ ଏହି ଭାଷାମାନଙ୍କ ବୋଧଗମ୍ୟ ନାଟ୍ୟ ବେଦର ଯଥାର୍ଥତା “ସର୍ବ ବର୍ଣ୍ଣ କରଣୀୟ’ ଆଧାରରେ, ଭରତ ମୁନୀଙ୍କ ନାଟ୍ୟଶାସ୍ତ୍ର ସହିତ ସାମଞ୍ଜସ୍ୟ ରଖି ସାରା ବିଶ୍ୱର ସେତେବେଳର ନାଟ୍ୟକଳାରେ ଆଞ୍ଚଳିକ ଭାଷାରେ ଏହା ପ୍ରସ୍ତୁତ କରାଯାଉଥିଲା । ବୋଧହୁଏ ସେଇଥିପାଇଁ ୮୪ ଜଣ ସନ୍ଥ ରଚନା କରିଥିଲେ ଏଇ ମାଟିରେ ପ୍ରଥମ ଆଞ୍ଚଳିକ ଭାଷାର ଏକ ନୂଆ ରୂପ, ଯାହାର ନାଁ ଗୀତିକା ଓ ବୁଦ୍ଧଗାନ । ଏହା ବୋଧେ ଓଡିଆ ଭାଷାର ପ୍ରଥମ ରୂପରେଖ । ୮୪ ଜଣ ସନ୍ଥଙ୍କ କଥା ବିଚାରକୁ ନେଲେ ଜଣାଯାଏ ଏମାନେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି । ସେତେବେଳେ ସମ୍ଭାନ୍ତମାନଙ୍କର ବିରୁଦ୍ଧରେ ଏହାଥିଲା ପ୍ରତିବାଦର ସ୍ୱର । ‘ଗାନ’ ଏବଂ ‘ଗୀତିକା’ ଶବ୍ଦ ଦୁଇଟି ପ୍ରମାଣ ଦିଏ ଏହାର ରଚନାର ଆବଶ୍ୟକତା କ’ଣ ଥିଲା । ସଂସ୍କୃତ ପଢି ନଥିବା ଓ ବୁଝି ପାରୁନଥିବା ଲୋକମାନଙ୍କ ପାଇଁ ଏହା ଚଚନା କରାଯାଇଥିଲା । ଏହିସବୁ କଥାକୁ ଅନୁଧ୍ୟାନ କଲେ ଜଣାଯାଏ ବୌଦ୍ଧ ନାଟକ ଅନ୍ୟସବୁ ନାଟକ ଠାରୁ ନିଶ୍ଚିତ ପ୍ରଭାବଶାଳୀ ଗଣମାଧ୍ୟମ ଥିଲା । ଯେହେତୁ ଏଇଠୁ ବୌଦ୍ଧ ଧର୍ମର ପ୍ରସାର ହଉଥିଲା ସାରା ବିଶ୍ୱକୁ । ବୌଦ୍ଧ ନାଟକ ମଧ୍ୟ ଏଇଠି ପ୍ରସ୍ତୁତି ହୋଇ “ଧମ୍ମ ଭାଣକ” ନାମକ ଏକ ଗୋଷ୍ଠୀ ମାଧ୍ୟମରେ ପଡ଼ୋଶୀ ଦେଶମାନଙ୍କରେ ପରିବେଷଣ ହଉଥିଲା । ଯାଜପୁର ଜିଲ୍ଲାର ହରିପୁର ଠାରେ ଯାତ୍ରା ପୋଷାକ ତିଆରି ସହିତ ଏଇ ବୌଦ୍ଧ ନାଟକର ସଂପୃକ୍ତି ଅଛି ନିଶ୍ଚୟ । ମଞ୍ଚ ଉପଯୋଗୀ ଉପକରଣ, ପଟି, ମାଳି, ଜରି, କପଡା, ମାଧ୍ୟମରେ ଏଇଠୁ ପ୍ରସ୍ତୁତ ହୋଇ ଯୋଗାଇ ଦିଆଯାଉଥିଲା । ଅତୀତର ଏଇ ଗୌରବମୟ ନାଟ୍ୟ ପରମ୍ପରା ଯେହେତୁ ଏଇ ମାଟିର, ତେଣୁ ମୁଁ ଏହାର ଗବେଷଣା ପାଇଁ ଆଗ୍ରହ ପ୍ରକାଶ କଲି ।

ପ୍ରଶ୍ନ ୨: ପ୍ରାଚୀନ କଳିଙ୍ଗରେ ବୌଦ୍ଧ ନାଟକର ସ୍ଥିତି କ’ଣ ଥିଲା ଓ ଏବେ ମଧ୍ୟ ଏହା କେଉଁ କେଉଁ ସ୍ଥାନମାନଙ୍କରେ ପ୍ରଚଳିତ?
ଉତ୍ତର: ପ୍ରାଚୀନ କଳିଙ୍ଗର ପ୍ରାୟ ଅନେକ ଜାଗାରେ ଅର୍ଥାତ୍ ଆଧୁନିକ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଯଥା: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଢେଙ୍କାନାଳ, ଅନୁଗୁଳ ଆଦି ସ୍ଥାନମାନଙ୍କରେ ଏବେ ମଧ୍ୟ ପ୍ରଚଳିତ । ପ୍ରାଚୀନ କଳିଙ୍ଗର ରାଜଧାନୀ ଯାଜପୁରର ପ୍ରାୟ ୧୦ଟି ବ୍ଳକର ପ୍ରତ୍ୟେକ ଗ୍ରାମମାନଙ୍କରେ ଆମେ ଏହା ଦେଖିବାକୁ ପାଉଛୁ । ଗ୍ରାମର ବୃକ୍ଷମୂଳେ ବୌଦ୍ଧତନ୍ତ୍ରର ଠାକୁରାଣୀଟିଏ (ଗ୍ରାମ ଦେବତୀ) ତା ପାଖରେ ମଂଚଟିଏ । ସେବେଠୁ ପ୍ରସ୍ତୁତ ହୋଇ ଏହାର ଅଭ୍ୟାସ ଓ ଶିକ୍ଷା ସଂପନ୍ନ ହେଉଥିଲା । ଏହା ଏକ ଏମିତି ପରଂପରା ଯାହାକୁ ଗ୍ରାମାଞ୍ଚଳର ସବୁ କଳାକାରମାନେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳନ କରନ୍ତି । ବର୍ଷକୁ ଥରେ ଯେମିତି ହେଲେ ଏଇ କାର୍ଯ୍ୟକ୍ରମ ହୁଏ । ଏବେ ଆଧୁନିକତା ନାଁରେ ତାକୁ ବ୍ୟବସାୟିକ ଅନୁଷ୍ଠାନମାନେ କିଛି ସ୍ଥାନରେ କରୁଛନ୍ତି । ସମାୟାନୁକ୍ରମେ ନାଟକର ରୁପରଙ୍ଗ ସିନା ବଦଳି ଯାଇଛି । କିନ୍ତୁ ସବୁତ ମଂଚଟିଏ ମୂକସାକ୍ଷୀ ହୋଇ ବହନ କରିରଖିଛି ବୌଦ୍ଧନାଟକର ସେଦିନର ପରଂପରାକୁ । କେଉଁଠି ଚାଲୁଛି ତ କେଉଁଠି ବନ୍ଦ ହେଇଯାଇଛି, କିନ୍ତୁ ମଂଚଟିଏ ଅପେକ୍ଷା କରିଛି କଳାକାରକୁ । ଯଦି ଏମାନଙ୍କର ପୁନରୁଦ୍ଧାର ପାଇଁ ସରକାରୀ ସାହାଯ୍ୟ ମିଳନ୍ତା ତାହେଲେ ଯେଉଁ ଉତ୍ତମ ଆତ୍ମାରମାନେ ଉତ୍ତରଣ ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ କଥା ପୁଣି ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦିଅନ୍ତା ଓ “Buddhist Drama” ତା’ର ହୃତ ଗୌରବ ଫେରିପାଆନ୍ତା ।

ପ୍ରଶ୍ନ ୩: ବୌଦ୍ଧନାଟକ ଓ ଚିରାଚରିତ ନାଟକ ମଧ୍ୟରେ ପାର୍ଥକ୍ୟ କ’ଣ?
ଉତ୍ତର: ଚିରାଚରିତ ନାଟକ ମୁଖ୍ୟତଃ ମନୋରଂଜନ ଧର୍ମୀ କିନ୍ତୁ ବୌଦ୍ଧନାଟକ ମରୋରଂଜନ ଧର୍ମୀ ହେଲେବି ଏହା ମୁଖ୍ୟତଃ ପ୍ରଚାରଧର୍ମୀ ଓ ମାନବବାଦୀ ।

ପ୍ରଶ୍ନ ୪: ବୌଦ୍ଧନାଟକ ଆଜିବି ପ୍ରତି ଗାଁରେ ବଂଚିଛି, ପ୍ରମାଣ କ’ଣ?ଉତ୍ତର: ମୁଁ ୧୯୭୯ ମସିହାରୁ ଆଜି ପର୍ଯ୍ୟନ୍ତ ଯେତିତି ଗ୍ରାମାଞ୍ଚଳ ମୁକ୍ତ ମଂଚ ନାଟକ କରିଛି ସେଇଥିରୁ ଜାଣିଛି ଏହା ୩୦ଟି ଜିଲ୍ଲାରେ ପ୍ରାୟ ମଂଚସ୍ଥ ହୁଏ ଗ୍ରାମ୍ୟ କଳାକାରମାନଙ୍କ ଦ୍ୱାରା । ଆଜିକାଲିର ଇଲେକ୍ଟ୍ରୋନିକ୍ସ ମିଡିଆ ଆଗରେ, ସାଂପ୍ରତିକ ସମାଜର ଆଧୁନିକ ଶୈଳୀରେ ଅସ୍ତବ୍ୟସ୍ତ ହୋଇ ଯେତକ ସ୍ଥାନରେ ଅନୁକରଣ କରି କ୍ଷତବିକ୍ଷତ ହୋଇଛି ଗ୍ରାମାଞ୍ଚଳର ମୁକ୍ତମଂଚ କିନ୍ତୁ ଏବେ ମଧ୍ୟ ଏହା ବଂଚିଛି । ୮ମ ଶତାଦ୍ଦୀରେ ଶ୍ରୀ ହର୍ଷଙ୍କ ରଚିତ ସଂସ୍କୃତ ନାଟକ ‘ନାଗାନନ୍ଦ’ ଆମ ପୌରାଣିକ କଥାବସ୍ତୁ ଶଙ୍ଖଚୁତ ଜୀସୂତ ବାହନ କାହାଣୀ ଆଜିକୁ ୨୦/୩୦ ବର୍ଷତଳେ ଆମ ପୁରପଲ୍ଲୀରେ ପଚଳିତ ନିର୍ବାକ ନୃତ୍ୟନାଟିକା ବାଳି, ଜାଭା, ସୁମାତ୍ରା, ଦ୍ୱୀପର ୟବଦ୍ଭମର ୟଦ୍ଭବଜ୍ଞବ ଗ୍ଧକ୍ସବୟସଗ୍ଧସକ୍ଟଦ୍ଭ ଏହାହିଁ ପ୍ରମାଣ କରେ ନାଟକ ସେବେଠାରୁ ଏବେ ପର୍ଯ୍ୟନ୍ତ ବଂଚିଛି । କାର୍ତ୍ତିକେୟ ପୁସ୍ତକାଗାର, ସୁଙ୍ଗୁଡା, ବଡଚଣା ଓ ପଲ୍ଲୀରେଣୁ ପାଠାଗାର, ହରିପୁର, ଯାଜପୁରର ସହଭାଗିତାରେ କଳିଙ୍ଗ ନାଟ୍ୟ ନିର୍ବାଣ ଦ୍ୱାରା ଏକ ସର୍ଭେରୁ ଜଣାଯାଇଛି । ଯାଜପୁର ଜିଲ୍ଲାର ୧୦ଟି ବ୍ଳକର ପ୍ରାୟ ସବୁ ଗ୍ରାମରେ ଗ୍ରାମ୍ୟ କଳାକାରମାନଙ୍କ ଦ୍ୱାରା ମୁକ୍ତମଂଚ ନାଟକ ମଂଚସ୍ଥ ହୁଏ ଯାହା ଏବେକାର ସାମାଜିକ ନାଟକ । କାରଣ ବୌଦ୍ଧ ସଂସ୍କୃତି ଯେମିତି ପୋତି ହୋଇଯାଇଛି ସେମିତି ବୌଦ୍ଧ ନାଟକ ନିଜର ସ୍ଥିତି ହରେଇ ବସିଛି । କିନ୍ତୁ ଏଇ ମଂଚ ମାନଙ୍କରେ ଅଜାଣତରେ ଭରତମୁନୀଙ୍କ ନାଟ୍ୟ ଶାସ୍ତ୍ର ଅନୁଯାୟୀ ମଂଚପ୍ରସ୍ତୁତି ଓ ଅନ୍ୟକାର୍ଯ୍ୟକ୍ରମ ସଂଘଟିତ ହେଉଛି । ଶାସ୍ତ୍ରାନୁଯାୟୀ ମଂଚପ୍ରସ୍ତୁତି ଓ ଅନ୍ୟକାର୍ଯ୍ୟକ୍ରମ ସଂଘଟିତ ହଉଛି story telling & physical Theatre style. ଏବେ ବି ଅନେକ ମଂଚରେ ନାଟକ ପ୍ରସ୍ତୁତ ହେଉଛି । ତେଣୁ ବୌଦ୍ଧ ନାଟକ ତାରି ଭିତରେ ବଂଚିଛି । ଯାହାର ଆବିଷ୍କାର ଓ ରକ୍ଷଣାବେକ୍ଷଣା ଏକାନ୍ତ ଅପରିହାର୍ଯ୍ୟ ।

ପ୍ରଶ୍ୱ ୫: ସେ ନାଟକରେ ଅଭିନେତା, ଅଭିନେତ୍ରୀ, ନାଟ୍ୟକାର, ନିଦେ୍ର୍ଦଶକ କେଉଁମାନେ?
ଉତ୍ତର:ସେତେବେଳେ ଗ୍ରୀକ୍ ଅପେରା ଓ ଗାନ୍ଧାର କଳାର ସମୃଦ୍ଧ ଥିଲା ନାଟ୍ୟକଳା: ବେଦ ଭଳି ଏକ ପବିତ୍ର ଗ୍ରନ୍ଥକୁ କେହି ରଚନା କରିନି ବରଂ ଏହା ଏକ ଶୃତି । ଭରତମୁନୀଙ୍କ ବାପାଙ୍କ ନାଁ ଭରତ ତାଙ୍କର ୧୦୦ ମାନସ ପୁତ୍ରଙ୍କ ନାଁ ଭରତ, ଯେଉଁମାନଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରି ରଚନା ହେଇଛି ନାଟ୍ୟଶାସ୍ତ୍ର । ବୌଦ୍ଧ ଧର୍ମିଗ୍ରନ୍ଥ ମଧ୍ୟ ଶୃତିରୁ ଉଦ୍ଧୃତ । ଜାତକ କାହାଣୀ ମଧ୍ୟ ଲୋକକଥା ଯାହା ଶୁଣି ଶୁଣି ଲୋକେ ଅନ୍ୟମାନଙ୍କୁ କହୁଥିଲେ । ଖଣ୍ଡିଏ ମାତ୍ର ନାଟକର ପାଣ୍ଡୁଲିପି (ନାଗାନନ୍ଦ)ମିଳିଛି ବୌଦ୍ଧ ନାଟକ ହିସାବରେ । ହର୍ଷଙ୍କ ସମସାମୟିକ ଏତେ ସଂସ୍କୃତ କବି ନାଟ୍ୟକାର କେହି ଆଉ ଖଣ୍ଡିଏ ବୁଦ୍ଧନାଟକ ଲେଖିଲେନି କାହିଁକି ? ଯେହେତୁ ଏହା ସଂସ୍କୃତ ଭାଷା ଓ ସମ୍ଭାନ୍ତ ବଂଶୀମାନଙ୍କୁ ବିରୋଧ କରୁଥିଲା ଓ ଏହାର କିଛି ଲିଖିତ ଭାଷା ନଥିଲା ତେଣୁ ଏହା ମଧ୍ୟ ଏକ ପ୍ରକାର ଶୃତି ଓ ଅନୁଭବ ଥିଲା । କିନ୍ତୁ ସାଧାରଣତଃ ବୌଦ୍ଧଭିକ୍ଷୁମାନେ ଗାଁ ବାହାରେ ଗଛମୂଳେ ରାତିରେ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଉଜାଗର ରହି ଏହାକୁ ଅଭ୍ୟାସ କରୁଥିଲେ । ଆଞ୍ଚଳିକ ବାଦ୍ୟର ତାଳେ ତାଳେ, ଯାହା ପାଖରେ ଯାହା କଳା କୌଶଳ ଥିଲା ବା ଟିକେ ଅଭିଜ୍ଞ କଳାକାରମାନେ ଆଞ୍ଚଳିକ ଶୈଳୀରେ କଳା ପ୍ରତିଭାରେ ଏହାକୁ ପରିପୁଷ୍ଟ କରୁଥିଲେ । ଭାରତ ବାହାରୁ ଆସୁଥିବା ବୌଦ୍ଧ ଧର୍ମାବଲମ୍ବୀ, ପର୍ଯ୍ୟଟକମାନେ ମୁଖ୍ୟତଃ ଏହିସବୁ ନାଟକ ମାଧ୍ୟମରେ ସ୍ଥାନୀୟ ଅଧିବାସୀମାନଙ୍କର ପ୍ରିୟଭାଜନ ହେଉଥିଲେ । ବୌଦ୍ଧଭିକ୍ଷୁକଙ୍କ ପାଇଁ ମଧ୍ୟ ନିଜର କଳା ମାଧ୍ୟମରେ କିଛି ଲୋକଙ୍କୁ ଭଲପାଇବା ସାଇଁଟୁ ଥିଲା ।

ପ୍ରଶ୍ନ ୬: ପ୍ରାଚୀନ କଳିଙ୍ଗର କେଉଁ କେଉଁ ଠାରେ ବୌଦ୍ଧ ନାଟକ ମଂଚସ୍ଥ ହଉଥିଲା?
ଉତ୍ତର: ପ୍ରାଚୀନ କଳିଙ୍ଗକୁ ଖ୍ରୀ.ପୂ.୨୬୧ ଆକ୍ରମଣ କଲେ ମଗଧ ସମ୍ରାଟ ଅଶୋକ । ଧଉଳି ଠାରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲାପରେ ତାଙ୍କର ଜୀବନ ପରିବର୍ତ୍ତନ ହେଲା । ତେଣୁ କଳିଙ୍ଗ ଯୁଦ୍ଧ ବିଶେଷ ଭାବରେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ପ୍ରାଚୀନ କଳିଙ୍ଗର ରାଜଧାନୀ ଥିଲା ଯାଜପୁର । ତେଣୁ ଅଶୋକ ପ୍ରଥମେ କଳିଙ୍ଗ ଯୁଦ୍ଧ ଆରମ୍ଭ କରିଥିଲେ । ସେ ଯାଜପୁର ବେରୁଦାରୁ ୫ଜଣ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲେ । କାରଣ ଅଶୋକ ଜଳପଥରେ ମଗଧରୁ ଆସି ନଥିଲେ । ସେ ସ୍ଥଳପଥରେ ଆକ୍ରମଣ କରିଥିଲେ । ସ୍ଥଳପଥରେ ଚାଇଁବସା ବିହାର ଦେଇ ପ୍ରଥମେ ଯାଜପୁରକୁ ଆକ୍ରମଣ କରିଥିଲେ । ରାଜ୍ୟର ଏସବୁ କଥା ଥାଏ ରାଜଧାନୀରେ । ପ୍ରାଚୀନ କଳିଙ୍ଗରେ କେଉଁଠି ମଂଚସ୍ଥ ହଉଥିଲା ତାହା ଗବେଷଣା ସାପେକ୍ଷ, କିନ୍ତୁ ଯାଜପୁର ଜିଲ୍ଲାର ସବୁ ଗାଁରେ ଏଇ ନାଟକ ମଂଚସ୍ଥ ହଉଥିଲା ଯାହାର ପ୍ରମାଣ ଏବେ ମିଳୁଛି ସବୁ ଗାଁରେ ।

ବ୍ରଶ୍ନ ୭: ଆପଣଙ୍କ ଭବିଷ୍ୟତ ଲକ୍ଷ୍ୟ କ’ଣ?
ଉତ୍ତର: ଏଇ ମଂଚମାନଙ୍କ ପୁନରୁଦ୍ଧାର ଓ ଗ୍ରାମାଞ୍ଚଳ ମୁକ୍ତ ମଂଚକୁ ପରଂପରାର ମାନ୍ୟତା ନେଇ ତତ୍ ସଂପୃକ୍ତ କଳାକାରଟିକୁ ପେନସନ୍ଭୁକ୍ତ କରିବା ଓ ନୂତନ ପ୍ରତିଭାକୁ ଆବିଷ୍କାର କରି ଏଇ ଗ୍ରାମାଞ୍ଚଳମୁକ୍ତ ମଂଚ ନାଟକ ବିଶ୍ୱର ପ୍ରାଚୀନ ବୌଦ୍ଧ ଲୋକନାଟକର ମାନ୍ୟତା ଦବା ।
ପ୍ରଶ୍ନ ୮: ବୌଦ୍ଧ ନାଟକ ଏ ସମାଜ ପରିବର୍ତ୍ତନରେ ସାହାଯ୍ୟ କରିପାରିବ କି? ଯଦି ହଁ, ତାହେଲେ କିପରି?
ଉତ୍ତର: ପ୍ରାୟ ୩୦୦୦ ବର୍ଷ ତଳୁ ଏଇ ଗୁରୁଦାୟିତ୍ୱ ସେଇ ନାଟକ ବହନ କରୁଥିଲା ଏବେ ପାରିବନି କାହିଁକି । ଏହାର କଳେବର ରକ୍ତାକ୍ତ ହୋଇଛି ଆଧୁନିକତା ଓ ନଗ୍ନତାରେ । ଏହାକୁ ସେଥିରୁ ମୁକ୍ତ କରି ଠିକ୍ ଢଙ୍ଗରେ ଉପସ୍ଥାପନ କଲେ ଏହା ସମାଜ ପରିବର୍ତ୍ତନରେ ସହାୟକ ହବ । ଏହା ନିଃସନେ୍ଦହ ।

 ଗ୍ରାମ-ଦେଉଳି, ଜାରକା, ଧର୍ମଶାଳା, ଯାଜପୁର

Related Posts

About The Author

Add Comment