ଶ୍ୟାମଳ ରଙ୍ଗକୁ ନେଇ ଶ୍ୱଶୁର ଘରଲୋକେ କରୁଥିଲେ ଟାହିଟାପରା
ମହାରାଷ୍ଟ୍ର, ୨୩/୬ (ସନ୍ଧାନ ନୁ୍ୟଜ) ମହାରାଷ୍ଟ୍ରର ରାୟଗଡ଼ରେ ଘଟିଛି ଏକ ଦୁଖଃଦ ଘଟଣା। ତ୍ୱଚାର ରଙ୍ଗ ଶ୍ୟାମଳ, ଏହାକୁ ନେଇ ବାରମ୍ବାର ମିଳୁଥିବା ଟାହିଟାପରା ଯୋଗୁଁ ଜଣେ ମହିଳା ବନ୍ଧୁଙ୍କ ତରଫରୁ ଆୟୋଜିତ ଏକ ଭୋଜିର ଡାଲିରେ ବିଷ ମିଶାଇ ଦେଇଥିଲେ। ଏହା ଫଳରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୧୨୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କୁ ଗିରଫ କରିଛି ପୋଲିସ୍।
ରାୟଗଡ଼ ୨୩-୬ (ଓଡ଼ିଆ ପୁଅ) : ମହାରାଷ୍ଟ୍ରରେ ଜଣେ ମହିଳାଙ୍କୁ ଶ୍ୟାମଳ ରଙ୍ଗ ଏବଂ ଭଲ ଭୋଜନ ରାନ୍ଧି ପାରୁନାହିଁ ବୋଲି ଶ୍ୱଶୁରଘର ଲୋକମାନେ ବାରମ୍ବାର ଟାହିଟାପରା କରୁଥିଲେ। ଏହାର ପ୍ରତ୍ୟୁତ୍ତରରେ ସେ ବନ୍ଧୁଙ୍କ ତରଫରୁ ଆୟୋଜିତ ଭୋଜିରେ ରନ୍ଧା ହୋଇଥିବା ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଯାହାଦ୍ୱାରା ଏହି ଖାଦ୍ୟ ଖାଇ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୧୨୦ ଜଣ ଲୋକ ଅସୁସ୍ଥ ହୋଇଛନ୍ତି। ପୁଲିସ ମହିଳାଙ୍କୁ ଗିରଫ କରିଛି ଏବଂ ଘଟଣାର ଅନୁସନ୍ଧାନ କରୁଛି।
ଏହି ଘଟଣା ମହାରାଷ୍ଟ୍ରର ରାୟଗଡ଼ର ମହାଡ ଗ୍ରାମରେ ମହିଳାଙ୍କର ଶ୍ୱଶୁର ଘରର ଜଣେ ବନ୍ଧୁଙ୍କର ଭୋଜିରେ ହୋଇଛି। କୁହାଯାଉଛିକି ଭୋଜି ପାଇଁ ଯେଉଁ ଡାଲି ରନ୍ଧାଯାଉଥିଲା ସେଥିରେ ମହିଳା ବିଷ ମିଳାଇଦେଇଥିଲେ, ଏହାକୁ ଖାଇକରି ୧୨୦ ଜଣ ଲୋକ ଅସୁସ୍ଥ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଯାଇଛି। ଏମାନଙ୍କ ମଧ୍ୟରେ ଚାରିଜଣ ଶିଶୁ ଅଛନ୍ତି। ଯାହାଙ୍କ ବୟସ ସାତରୁ ୧୩ ବର୍ଷ ମଧ୍ୟରେ। ଅସୁସ୍ଥ ମାନଙ୍କ ମଧ୍ୟରୁ ସାତଜଣଙ୍କର ଅବସ୍ଥା ଗୁରୁତର କୁହାଯାଉଛି ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଘଟଣା ୧୮ ଜୁନ ସୋମବାର ଦିନ ଘଟିଥିଲା। ଯେତେବେଳେ ମହିଳା ଜଣଙ୍କ ଏହି କୁକର୍ମ କରିଥିଲେ। ମହିଳାଙ୍କର ନାମ ଜ୍ୟୋତି ଓରଫ ପ୍ରଜ୍ଞା ଅଟେ। ଶ୍ୱଶୁର ଘରଲୋକେ କରୁଥିବା ଟାହି ଟାପରାର ପ୍ରତ୍ୟୁତ୍ତରରେ ଏତେ ବଡ଼ ଷଡ଼ଯନ୍ତ୍ର ରଚୁଥିଲେ ମହିଳା ଜଣଙ୍କ। କାରଣ ସେ ତାଙ୍କଠାରୁ ପ୍ରତିଷୋଧ ନେବାକୁ ଚାହୁଁଥିଲେ।
ମହିଳାଜଣଙ୍କ କହିଛନ୍ତିଯେ, ଗତ ଦୁଇ ବର୍ଷ ଧରି ସେ ଟାହିଟାପରାରେ ଏତେ ଦୁଃଖିତ ହୋଇଯାଇଥିଲେଯେ, ଯେଉଁ କାରଣରୁ ସେ ସୋମବାରଦିନ ମହାଡ ଗ୍ରାମରେ ବନ୍ଧୁ ସୁଭାଷ ମାଣେଙ୍କର ତରଫରୁ ଆୟୋଜିତ ଭୋଜିରେ ପ୍ରସ୍ତୁତ ଡାଲିରେ କୀଟନାଶକ ମିଶାଇଦେଇଥିଲେ। ପୁଲିସ କହିଛିଯେ, ପଚରାଉଚରା କରିବା ସମୟରେ ସେ ନିଜର ଅପରାଧ ମାନିଛନ୍ତି ଏବଂ ଏହି କାରଣରୁ ପାରିବାରିକ ଝଗଡ଼ା ହେଉଥିଲା। ମହିଳା ଜଣକ କହିଛନ୍ତିଯେ, ସେ ନିଜର ପତି, ଶାଶୁ, ଦୁଇ ନଣନ୍ଦ ଏବଂ ଭୋଜିରେ ବନ୍ଧୁମାନଙ୍କର ଜୀବନ ନେବାକୁ ଚାହୁଁଥିଲା, ଯେଉଁମାନେ ତାଙ୍କର ଶ୍ୟାମଳ ରଙ୍ଗକୁ ନେଇକରି ସବୁବେଳେ ଟାପରା କରୁଥିଲେ। ରାୟଗଡ଼ର ପୁଲିସ ଅଧୀକ୍ଷକ (ଏସପି) ଅନିଲ ପରାସକର କହିଛନ୍ତି କି ବନ୍ଧୁ ମାଣେ ସମସ୍ତଙ୍କୁ ନିଜ ତରଫରୁ ଏଠାରେ ଆୟୋଜିତ ଏକ ଭୋଜିପାଇଁ ନିମନ୍ତ୍ରଣ କରିଥିଲେ। ସେଠାରେ ବନ୍ଧୁମାନଙ୍କୁ ଆରୋପୀ ମହିଳା ମଧ୍ୟ ଭୋଜନ ପରୋଷି ଥିଲା। ଏହି ସମୟରେ ଏକ ଛୋଟ ବାଲ୍ଟିରେ ରଖାଯାଇଥିବା ଡାଲିରେ କୀଟନାଶକ ମିଶାଇଦେଇଥିଲେ ଏବଂ ଏହାପରେ ପରଷିବା ଆରମ୍ଭ କରିଥିଲେ। ସେ ନିଜର ଦୁଇଜଣ ନଣନ୍ଦ, ମାଣେଙ୍କର ପତ୍ନୀ ଏବଂ ଝିଅକୁ ମଧ୍ୟ ସେ ଡାଲି ଖାଇବାକୁ ଦେଇଥିଲେ କିନ୍ତୁ ସେ ନିଜର ପତି, ଶାଶୁ ଏବଂ ମାଣେଙ୍କୁ ଏହି ବିଷାକ୍ତ ଡାଲି ପରୋଷି ପାରିନଥିଲେ, କାରଣ ସେମାନେ ପୂର୍ବରୁ ହିଁ ଭୋଜନ କରିସାରିଥିଲେ।