ବୋଲବମ ଭକ୍ତମାନେ ଶ୍ରାବଣୀ ଭାର ନେଇ ଶିବାଳୟକୁ ଗଲେ

Spread the love

ଯାଜପୁର ସଦର,୧୬/୦୭ (ସନ୍ଧାନ ନୟୁଜ) ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକ ଅଞ୍ଚଳରେ ଶିବଭକ୍ତମାନେ ବୋଲବମ ଯାତ୍ରା କରି ପ୍ରଥମ ସୋମବାରରେ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରାବଣର ୫ ପାଳି ମଧ୍ୟରୁ ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ଶିବ ଭକ୍ତ କାଉଡ଼ିଆ ମାନେ ବିଭିନ୍ନ ନଦୀ ମାନଙ୍କରୁ ଜଳ ଉଠାଇ ଶିବାଳୟ ମାନଙ୍କୁ ଯାତ୍ରା କରିଥିଲେ । ଯାଜପୁର ମହାବିନାୟକ, ଜାରକା ଗୋକେର୍ଣ୍ଣେଶ୍ୱର, କପିଳେଶ୍ୱର, ସ୍ୱପ୍ନେଶ୍ୱର, ଧବଳେଶ୍ୱର, ଆରେଡ଼ି ଆଖଣ୍ଡଳମଣୀ, ପରୀ ଲୋକନାଥ, ବୃଦ୍ଧଲିଙ୍ଗ ସେହିପରି ବିଭିନ୍ନ ଶୈବପୀଠକୁ କାଉଡ଼ିଆ ମାନେ ପାଣୀ ଉଠାଇ ବୋଲବମ ହରେ ହରେ ବମ, ବୋଲବମ ପାର କରେଗା, ଜଟିଆ ବାବା ପାର କରେଗା, କୈଳାସପତି ପାର କରେଗା ଡାକଦେଇ କାଉଡ଼ିଆମାନେ ଲମ୍ବାଧାଡ଼ିରେ ଶିବାଳୟ ମାନଙ୍କରେ ପାଣି ଢ଼ାଳିଥିଲେ । ବିଭିନ୍ନ ଶିବାଳୟ କମିଟି ପକ୍ଷରୁ ସରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏଦିଗରେ ତିକ୍ଷ୍ଣ ଦୃଷ୍ଟି ରଖିବା ସହିତ କାଉଡ଼ିଆ ମାନେ ଶିବାଳୟକୁ ପ୍ରଥମ ସୋମବାର ଯାତ୍ରା କରିଥିଲେ ।

Related Posts

About The Author

Add Comment