ବୈପାରିଗୁଡା ରେ ଧୁମଧାମରେ ପାଳିତ ହେଲା ଚଇତ ପରବ

Spread the love

ବୈପାରିଗୁଡା,୧୯/୪ (ସନ୍ଧାନ ନିୟୁଜ) – ବୈପାରିଗୁଡା ରେ ଧୁମଧାମରେ ପାଳିତ ହେଲା ଚଇତ ପରବ । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ।ରୀତିନୀତି ଓ ପରମ୍ପରା ଅନୁଯାୟୀ ଚଇତ ପରବ ପାଳନ କରିଆସୁଛନ୍ତି ଆଦିବାସୀ ।ଚାରିଆଡ଼େ ଏବେ ମହୁଲ ଫୁଲର ବାସ୍ନା ।ସେହି ପରି ଆମ୍ବ ଗଛର ଶାଖା ପ୍ରଶାଖାରେ ପେନ୍ଥା ପେନ୍ଥା ଆମ୍ବ କଷି ।ପୁଣି ପବନର ଗତି କେତେବେଳେ ଧୀର ଓ ଶାନ୍ତ ତ ଆଉ କେତେବେଳେ ଉଦଣ୍ଡ ।ଜଙ୍ଗଲ ଭିତରେ ରହିଥିବା ବିଭିନ୍ନ ଗଛରେ ନୂଆ କଅଁଳିଆ ପତ୍ରର ସମ୍ଭାର ।ଏ ସବୁକୁ ନେଇ ପହଁଚି ଯାଇଛି ଆଦିବାସୀ ଙ୍କ ପରବ ଚଇତ ପରବ ।ଏହି ପରବ ରେ ପରିବାର ର ସମସ୍ତେ ଏକାଠି ହୋଇ ନୂଆ ଖାଇବା,ବନ୍ଧୁ, ମୈତ୍ର ଓ ସାରାରାତି ନାଚ ଗୀତ ଆସରା ଭିତରେ ବରବ ପାଳିବାରେ ବ୍ୟସ୍ତ ।ଢୋଲ, ମହୁରୀ ର ତାଳେ ତାଳେ ଆଦିବାସୀ ଧାଙ୍ଗିଡି ପାଦରେ ପାଦ ଛନ୍ଦି ସାରା ରାତି ଢେମସା ନାଚିଥାନ୍ତି ।ଆଉ ଧାଙ୍ଗଡା ବାହାରି ପଡେ ବେଣ୍ଟ ପାଇଁ ପାରମ୍ପରିକ ଅସ୍ତ୍ରଶସ୍ତ୍ର କାନ୍ଧରେ ପକାଇ ।ଯାହାବି ବେଣ୍ଟରେ ଶିକାର କରି ଅଣାଯାଏ,ତାକୁ ପ୍ରଥମେ ଗ୍ରାମର ମୁଖିଆଙ୍କ ପାଖରେ ପହଞ୍ଚାଇ ଦିଆଯାଏ ।ପରମ୍ପରା ଅନୁଯାୟୀ ଯେଉଁ ଯୁବକ ପ୍ରଥମେ ଶିକାର କରିଥାଏ ତାକୁ ଗାଁ ର ମହିଳା ମାନେ ସ୍ୱାଗତ ଜଣାଇବା ସହ ହଳଦୀ ପାଣିରେ ଗାଧୋଇ ଦେଇଥାନ୍ତି ।ସେ ଦିନକ ପାଇଁ ଯୁବକ ଜଣକ ବୀରତ୍ବର ଆଖ୍ୟା ପାଇଥାଏ ।ଏତିକିରେ ପରବ ସରିଯାଏ ନାହିଁ ।ରାସ୍ତାରେ ମହିଳା ମାନେ ଏକତ୍ରିତ ହୋଇ ପଥଚାରିମାନଙ୍କୁ ଖୁସିରେ ଫୁଲ ଦେଇଥାନ୍ତି ଏବଂ ଏହା ବାବଦରେ ପଥଚାରିମାନଙ୍କଠାରୁ ପାଜର ଆଦାୟ କରିଥାନ୍ତି ।ଏଥିରେ ନ ଥାଏ ଜୁଲମ ବରଂ ଭରିଯାଇଥାଏ ସେହ୍ନ, ଶ୍ରଦ୍ଧା,ଆନ୍ତରିକତା ଏବଂ ଭାବଦିଆନିଆର ଅଙ୍ଗୀକାର ।ଆଉ ବାଟୋଇ ବି ବିନା ଦ୍ବିଧାରେ ଖୁସିରେ ପାଜର ଦେଇଥାଏ ।ଏହି ପାଜର ମାଧ୍ୟମରେ ସେ ସମସ୍ତଙ୍କୁ ଆପଣାର କରିଦେଇଥାନ୍ତି ।ଯାହା ପାଜର ଆଦାୟ କରାଯାଇଥାଏ ସମସ୍ତେ ମିଳିମିଶି ଭୋଜି ଭାତ କରିଥାନ୍ତି ଏବଂ ଏକାଠି ବସି ଖାଇଥାନ୍ତି ।

Related Posts

About The Author

Add Comment