ବୈତରଣୀ ଓ ଶାଖା ନଦୀରେ ୩ ଘାଇ ସୃଷ୍ଟି ।

Spread the love
  •  
  •  
  •  
  •  
  •  

ଯାଜପୁର, ୨୮/୦୮/୨୦ (ସନ୍ଧାନ ନିଉଜ) ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ୩ ଗୋଟି ଘାଇ ସୃଷ୍ଟି ହୋଇଚ୍ଥି । ଦଶରଥପୁର ବ୍ଳକର କମଳପୁର ଓ ଦତ୍ତପୁର ଏବଂ ଯାଜପୁର ବ୍ଳ୍‌କର ସିମିଳିଆ ଠାରେ ଘାଇ ସୃଷ୍ଟି ହେବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଚ୍ଥି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ, ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ତହସିଲଦାର ସୁଶାନ୍ତ ପତି, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରମୁଖ ଘାଇ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର ଓ ଥଇଥାନ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଦତ୍ତପୁର ଠାରେ ସୃଷ୍ଟି ହୋଇଥିବା ଘାଇ ସ୍ଥଳକୁ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଳ୍‌ାପାଳ , ଆଇ.ଏ.ଏସ୍‌. ପ୍ରୋବେସନର, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଦଶରଥପୁର ବି.ଡି.ଓ. ନାରାୟଣ ନାୟକ, ତହସିଲଦାର ସୈାରଭ ବେହେରା, ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ ପ୍ରମୁଖ ପରିଦର୍ଶନ କରିବା ସହ ପାଣି ଘେରରେ ଥିବା ଲୋକ ମାନଙ୍କୁ ଉଦ୍ଧାର ଓ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିଥିଲେ । ଅପର ପକ୍ଷରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବ୍ଳକକୁ ନିରନ୍ତର ପରିଦର୍ଶନ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଚ୍ଥନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କୁ ରିଲିପଂ ପ୍ରଦାନ ପାଇଁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ତୁରନ୍ତ ଗୋ-ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଳ୍‌ା ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Related Posts

About The Author

Add Comment