ସୁନ୍ଦରଗଡ଼ ତା:୫/୬/୨୦୨୬ (ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ବେହେରାଡ଼ିହି ଗ୍ରାମ ପଞ୍ଚାୟତର କେନ୍ଦାଜୋର, ଜଡ଼ାକୁଦର, ଭାଲୁପଡା ଓ ଟିଙ୍କୁପଡା ରେ ଦୀର୍ଘ ୧୫ଦିନ ହେବ ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ହୋଇଥିବା ରୁ ସେହି ଗ୍ରାମବାସି ଅନ୍ଧାରରେ ରହିଥିବା ସୂଚନା ମିଳିଛି l ଏତେ ଦିନ ପର୍ଯ୍ୟନ୍ତ ଏଠାକାର ଗ୍ରାମବାସି ଅନ୍ଧାର ରେ ଅଛନ୍ତି କିନ୍ତୁ ବିଦ୍ୟୁତ ବିଭାଗ ଚୁପ ହୋଇ ରହିଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ଏ ନେଇ ଆଜି ଗ୍ରାମବାସି ଭଣ୍ଡାର କରୁଆବାହାଲ ବିଦ୍ୟୁତ ସବଷ୍ଟେସନ ଆନ୍ଦୋଳନ କରିଥିବା ଖବର ମିଳିଛି l ବିଦ୍ୟୁତ ସବ ଷ୍ଟେସନ ରେ ଆନ୍ଦୋଳନ କରିଲା ସମୟରେ ଏସଡିଓ ଓ ଜେଇ ଅନୁପସ୍ଥିତ ଥିବା ବେଳେ ଲିଖିତ ଦରଖାସ୍ତ କୁ ମୁଖ୍ୟ କିରାଣୀ ଦେଇ ଗ୍ରାମବାସି ଘର ଫେରିଥିବା ପ୍ରକାଶ କରିଛନ୍ତି l ବିଦ୍ୟୁତ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ନ ପହଞ୍ଚି ଫୋନ ଯୋଗେ ଆସନ୍ତା ଶୁକ୍ରବାର ଦିନ ବିଦ୍ୟୁତ ସଂଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି l ଫୋନ ରେ ବିଦ୍ୟୁତ ସଂଯୋଗ ର ପ୍ରତିଶୃତି ଦେବା ପରେ ଉତ୍ତେଜନା ସ୍ୱାଭାବିକ ହୋଇଥିଲା ଏହି ଆନ୍ଦୋଳନ ରେ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିବା ସୂଚନା ମିଳିଛି l ଦେଇଥିବା ପ୍ରତିଶୃତି ହିସାବ ରେ କେବେ ଏଠାକାର ବିଦ୍ୟୁତ ସଂଯୋଗ ହେବ ତାହା ଦେଖିବାକୁ ବାକି ରହିଲା l
ବେହେରାଡ଼ିହି ପଞ୍ଚାୟତ ର ୪ଟି ଗ୍ରାମ ର ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ନେଇ ଗ୍ରାମବାସି ଘେରିଲେ ବିଦ୍ୟୁତ ସବ ଷ୍ଟେସନ
|
June 5, 2026 |



